ଲିଭର ରେ ଚର୍ବି ବଢ଼ିବା କାରଣରୁ ଦେଖାଦେଇଥାଏ ଏହି ସବୁ ଲକ୍ଷଣ, ଜଲଦି ହୋଇଯାଆନ୍ତୁ ସଚେତନ

0

Get real time updates directly on you device, subscribe now.

ଫ୍ୟାଟି ଲିଭର ଡିଜିଜ ଏକ ଏମିତି ରୋଗ ଅଟେ, ଯେଉଁଥିରେ ଲିଭର କୋଶିକା ଭିତରେ ବହୁତ ଅଧିକ ଚର୍ବି ଜମା ହୋଇଯାଇଥାଏ। ଏହି ରୋଗ ଆଜିର ସମୟରେ ବହୁତ ସାଧାରଣ ହୋଇପଡ଼ିଛି। ରିପୋର୍ଟରେ କୁହାଯାଇଛି ଆଜି ପ୍ରତ୍ୟେକ ତିନିଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଏହି ରୋଗର ସାମ୍ନା କରୁଛି। ଏହି କାରଣରୁ ଲିଭର ସଠିକ ଭାବରେ କାମ କରିନଥାଏ ଓ ବହୁତ ସାରା ସମସ୍ୟା ଆରମ୍ଭ ହେବାକୁ ଲାଗିଥାଏ। କିଛିଲୋକଙ୍କ ମାନିବା ହେଉଛି ଯେଉଁ ଲୋକେ ମଦ୍ୟପାନ ଅତ୍ୟଧିକ କରନ୍ତି ସେମାନଙ୍କ ଠାରେ ଏହା ବହୁତ ମାତ୍ରାରେ ଦେଖାଦେଇଥାଏ। ଏମିତି ନୁହେଁ କି, ଯେଉଁ ଲୋକେ ମଦ୍ୟପାନ କରୁନାହାଁନ୍ତି ସେମାନଙ୍କ ଠାରେ ଦେଖା ଯାଇନଥାଏ ସେମାନଙ୍କ ଠାରେ ମଧ୍ୟ ଏହା ଦେଖା ଦେଇଥାଏ।

ଯେଉଁ ଲୋକେ ଅତ୍ୟଧିକ ମଦ୍ୟପାନ କରନ୍ତି ସେମାନଙ୍କ ଠାରେ ଏହା ଦେଖାଯିବାର ବହୁତ ଚାନ୍ସ ରହିଥାଏ। ଯେଉଁ ଲୋକେ ବହୁତ କମ ମାତ୍ରାରେ ମଦ୍ୟପାନ କରୁଛନ୍ତି ସେମାନଙ୍କ ଠାରେ ଏହା ଦେଖା ଦେଇଥାଏ କିନ୍ତୁ ଏହାର ଅନ୍ୟ କାରଣ ରହିଥାଏ ଯେମିତିକି ହାଇ କୋଲେଷ୍ଟ୍ରଲ ଲେଭେଲ, ଡାଇବେଟିସ, ସ୍ଲିପ ଏପନିଆ, ଅଣ୍ଡର ଆକ୍ଟିଭ ଥାଇରଏଡ଼ ଇତ୍ୟାଦି। ଅଧିକତର ମାମଲାରେ ଆରମ୍ଭରୁ ଏହା ବିଷୟରେ ଜଣାପଡ଼ିନଥାଏ। ନନ ଆଲକହଲ ଫ୍ୟାଟି ଲିଭର ଡିଜିଜ ଏକ ଏମିତି ସ୍ଥିତି ଅଟେ, ଯାହାକି ମଦ୍ୟପାନ କାରଣରୁ ହୋଇନଥାଏ। ଯଦି ଆମେ ଏହାସହ ମଦ୍ୟପାନ ବି କରିବା ତାହେଲେ ଏହା ଆହୁରି ବଢ଼ିପାରେ।

ଓଜନ ବଢିବା ମଧ୍ୟ ଏହାର କାରଣ ହୋଇପାରେ:-

ବ୍ରିଟିଶ ଲିଭର ଟ୍ରଷ୍ଟର ଚିଫ ଏକଜିକ୍ୟୁଟିଭ ଅଫିସର ପାମେଲା ହିଲି ଙ୍କ କହିବା ହେଲା, କିଛି ଲୋକଙ୍କୁ ଧାରଣା ନଥାଏ ଯେ ଏହା ବଢ଼ୁଥିବା ଓଜନ କାରଣରୁ ମଧ୍ୟ ହୋଇପାରେ। ଲିଭର ଆମ ହାର୍ଟ ପରି ମଧ୍ୟ ଏକ ମହତ୍ୱପୂର୍ଣ୍ଣ ଅର୍ଗାନ ଅଟେ। କିନ୍ତୁ ଲୋକେ ଏହାକୁ ସୁସ୍ଥ ରଖିବାକୁ ବିଲକୁଲ ଚେଷ୍ଟା କରନ୍ତି ନାହିଁ।

ବହୁତ ସାରା ଲୋକଙ୍କୁ ଲିଭରକୁ ନେଇ ମିଥ୍ୟା ଧାରଣା ରହିଆସିଛି। ଲୋକେ ଭାବନ୍ତି କେବେଳ ମଦ ପିଉଥିବା ବ୍ୟକ୍ତି ଠାରେ ଏହି ସମସ୍ୟା ଦେଖା ଦେଇଥାଏ କିନ୍ତୁ ଯେଉଁମାନେ ମଡଦ ପିଅନ୍ତି ନାହିଁ ଓ ଓଜନରେ ସେମାନଙ୍କର ଵୃଦ୍ଧି ପାଇଥାଏ ସେମାନଙ୍କ ଠାରେ ମଧ୍ୟ ଏହା ଦେଖାଦେଇଥାଏ।

ଆରମ୍ଭରୁ ଲକ୍ଷଣ ଜଣାପଡେନାହିଁ:-

ପ୍ରତ୍ୟେକ ମଣିଷର ଲିଭରରେ ଫ୍ୟାଟର କିଛି ଭାଗ ରହିଥାଏ। କିନ୍ତୁ ଯେଉଁଭଳି ଭାବରେ ଲିଭରରେ ଫ୍ୟାଟ ବଢ଼ିଥାଏ ସେହିଭଳି ଭାବରେ ତାଙ୍କୁ ହାଇ ବ୍ଲଡ଼ ପ୍ରେସର, କିଡ୍ନୀ ପ୍ରୋବ୍ଲେମସ ଓ ଡାଇବେଟିସ ଆଶଙ୍କା ଆସିଥାଏ।

ଆରମ୍ଭରୁ ଲିଭର ଡିଜିଜ କିଛି ଖାଆସନଜର ଆସିନଥାଏ କିନ୍ତୁ ସମୟ ବିତିବା ପରେ ଗମ୍ଭୀର ଲକ୍ଷଣ ସାମ୍ନାକୁ ଆସିଥାଏ। ପରେ ଏହା ଏକ ନନ ଆଲକହଲିକ ଷ୍ଟିଟୋହେପାଟାଇଟିସ କିମ୍ବା NASH ଭଳି ଗମ୍ଭୀର ସ୍ଥିତିରେ ପରିବର୍ତ୍ତିତ ହୋଇଥାଏ। ଏହାପରେ ଲିଭରରେ ଏକ ଚିନ୍ହ ପଡ଼ିଥାଏ ଯେଉଁଭଳି ଭାବରେ ସମୟ ବଢ଼ିଥାଏ ଏହା ବ୍ଲଡ଼ ଭେସେଲ ଓ ଲିଭର ଉଭୟକୁ ପ୍ରଭାବିତ କରିଥାଏ। ଏହାଦ୍ୱାରା ନର୍ମାଲ ଲୋକଟିକୁ ଜଣାପଡେନାହିଁ ଲିଭର ସମସ୍ୟା ହୋଇସାରିଛି।

ଫ୍ୟାଟି ଲିଭର ଡିଜିଜରେ ଦେଖାଦେଇଥାଏ ଏହି ଲକ୍ଷଣ:-

ନ୍ୟାଶନାଲ ହେଲଥ ସର୍ଭିସ ମୁତାବିକ ଯଦି କାହାରିକୁ ଫ୍ୟାଟି ଲିଭର ଡିଜିଜ ହୋଇଥାଏ ତାହେଲେ ତାଙ୍କ ଠାରେ ଏହି ଲକ୍ଷଣ ନଜର ଆସିଥାଏ।

ପେଟର ଉପର ଡାହାଣ ପାର୍ଶ୍ଵରେ ଯନ୍ତ୍ରଣା।

ଅତ୍ୟଧିକ ଥକାପଣ

ଆବଶ୍ୟକ ଠାରୁ ଅଧିକ ଓଜନ ହ୍ରାସ।

ଦୁର୍ବଳତା

ଲିଭରକୁ ଯଦି ବହୁତ ଆଗରୁ କ୍ଷତି ପହଞ୍ଚିଥାଏ ତାହେଲେ ଏହା ସେତେବେଳେ ସିରୋସିସ ରେ ବଦଳି ଯାଇଥାଏ। ସିରୋସିସ କାରଣରୁ ଲିଭରକୁ ଆହୁରି କ୍ଷତି ପହଞ୍ଚିଥାଏ। ଏହାକୁ ସଠିକ କରାଯାଇ ପାରେନାହିଁ।

ଲାଇଫ ଷ୍ଟାଇଲରେ ପରିବର୍ତ୍ତନ କରନ୍ତୁ:-

ଏକ୍ସପର୍ଟଙ୍କ କହିବାହେଲା ଏଥିରୁ ବର୍ତ୍ତିବା ପାଇଁ ଆପଣ ସାଧାରଣତଃ ଲାଇଫ ଷ୍ଟାଇଲରେ ପରିବର୍ତ୍ତନ କରନ୍ତୁ। ଏଡିନବର୍ଗ ୟୁନିଭରସିଟିରେ ଲିଭର ରିସର୍ଚ୍ଚର ହେଡ଼ ପ୍ରଫେସର ଜୋନାଥନ ଫଲୋଫିଲଡ଼ କୁହନ୍ତି, ନନ୍ ଆଲକହଲିଜ ଫ୍ୟାଟି ଡିଜିଜର ଲୋକ ଜାଣନ୍ତି ନାହିଁ ତାଙ୍କୁ ଫ୍ୟାଟି ଡିଜିଜ ହୋଇସାରିଛି। ଏହିପ୍ରକାରର ଲୋକେ ସାଧାରଣତଃ ବାହାରୁ ପତଳା ଦେଖାଯାଆନ୍ତି କିନ୍ତୁ ଭିତରୁ ଏମାନଙ୍କ ପେଟ ଚାରିପାଖରେ ବହୁତ ଚର୍ବି ରହିଥାଏ ଓ ଏମାନଙ୍କୁ ବହୁତ ଥକାପଣ ଅନୁଭବ ହୋଇଥାଏ।

ଫ୍ୟାଟି ଲିଭର ଡିଜିଜ କୁ କମ କରିବାପାଇଁ ଏହିକାମ କରନ୍ତୁ:-

ଫ୍ୟାଟି ଲିଭର ଡିଜିଜରୁ ବର୍ତ୍ତିବା ପାଇଁ କିଛି ଜିନିଷ ଉପରେ ଧ୍ୟାନ ଦେବା ବହୁତ ଜରୁରୀ ଅଟେ। ଏକ୍ସପର୍ଟଙ୍କ କହିବାହେଲା ଏମିତି ଲୋକଙ୍କୁ 7 ରୁ 10 ପ୍ରତିଶତ ଓଜନ କମାଇବାର ଆବଶ୍ୟକ ରହିଛି। ଏରବିକ ଏକ୍ସରସାଇଜ କିମ୍ବା ହାଲକା ଓଜନ ଟ୍ରେନିଂ ଜରିଆରେ ମଧ୍ୟ ଲିଭର କୁ ଫାଇଦା ହୋଇଥାଏ। ଏଥିପାଇଁ ଡ଼କ୍ଟର ଡାଇବେଟିସ କଣ୍ଟ୍ରୋଲ କରିବାପାଇଁ ପରାମର୍ଶ ଦେଇଥାନ୍ତି। ଶରୀରରେ କୋଲେଷ୍ଟ୍ରଲ ଲେଭେଲ କୁ କମାଇବା ପାଇଁ ମଧ୍ୟ ଚେଷ୍ଟା କରିବା ଉଚିତ।

Leave A Reply

Your email address will not be published.