ରାଜ୍ୟ ବୀମା ନିଗମର ବିଭିନ୍ନ ପଦରେ ନିଯୁକ୍ତି ସୁଯୋଗ, ମେ ୧୦ ରେ ଇଣ୍ଟରଭ୍ୟୁ

0

Get real time updates directly on you device, subscribe now.

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ। ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ, ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ।ତେବେ କର୍ମଚାରୀ ରାଜ୍ୟ ବୀମା ନିଗମ ତରଫରୁ ସିନିୟର ରେଜିଡେଣ୍ଟ୍‌ ସମେତ ଖାଲି ପଡ଼ିଥିବା ବିଭିନ୍ନ ପଦ ପାଇଁ ନିଯୁକ୍ତି ବାହାରିଛି ଆସନ୍ତା ମେ’ ୧୦ରେ ଇଣ୍ଟରଭ୍ୟୁ ଆୟୋଜନ କରାଯିବ। ତେବେ ESICର ନିଯୁକ୍ତି ସମ୍ବନ୍ଧିତ ଅଧିକ ସୂଚନା ଜାଣିବା ପାଇଁ ଏହାର ଅଫିସିଆଲ ୱେବ୍‌ସାଇଟ esic.nic.inରେ ନୋଟିଫିକେସନ ଯାଞ୍ଚ କରି ପାରିବେ।

*ଇଣ୍ଟରଭ୍ୟୁରେ ସାମିଲ କିପରି ହେବେ:-

ପ୍ରାର୍ଥୀମାନଙ୍କୁ ପ୍ରଥମେ ନୋଟିଫିକେସନ ସହ ଜାରି ଆବେଦନ ଫର୍ମ ଭରିବାକୁ ପଡ଼ିବ। ଏହାପରେ ସେମାନେ ଇଣ୍ଟରଭ୍ୟୁ ପ୍ରକ୍ରିୟାରେ ନିର୍ଦ୍ଧାରିତ ତାରିଖରେ ସାମିଲ ହୋଇପାରିବେ। ମୋଟ ୨୩ଟି ଖାଲି ପଦରେ ନିଯୁକ୍ତି ପାଇଁ ଆବେଦନ ମଗାଯାଇଛି।

*ଶିକ୍ଷାଗତ ଯୋଗ୍ୟତା:-

ସିନିୟର ରେଜିଡେଣ୍ଟ୍‌ ପଦ ପାଇଁ ଆବେଦକଙ୍କ ପାଖରେ କୌଣସି ବି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ କିମ୍ବା ଡିପ୍ଲୋମା ସାର୍ଟିଫିକେଟ୍‌ ଥିବା ଦରକାର। ସେହିପରି ଫୁଲ୍‌-ଟାଇମ୍‌ ସ୍ପେଶାଲିଷ୍ଟ ପଦ ପାଇଁ ଏମ୍‌ବିବିଏସ୍‌ ଡିଗ୍ରୀ ସାଙ୍ଗକୁ ସମ୍ବନ୍ଧିତ ବିଷୟରେ ଡିପ୍ଲୋମା କିମ୍ବା ଡିଗ୍ରୀ ସାର୍ଟିଫିକେଟ୍‌ ଥିବା ଜରୁରୀ।

*ପଦବୀ ସଂଖ୍ୟା:-

କର୍ମଚାରୀ ରାଜ୍ୟ ବୀମା ନିଗମ, ସିନିୟର ରେଜିଡେଣ୍ଟ୍‌ର ୨୯ ପଦ, ଚୁକ୍ତିଭିତ୍ତିକ ସିନିୟର ରେଜିଡେଣ୍ଟ୍‌ର ୧୩ ପଦ, ଫୁଲ୍‌-ଟାଇମ୍‌ ଚୁକ୍ତିଭିତ୍ତିକ ସ୍ପେଶାଲିଷ୍ଟର ୨ ପଦ ଏବଂ ଫୁଲ୍‌-ଟାଇମ୍‌ ଚୁକ୍ତିଭିତ୍ତିକ ସୁପର ସ୍ପେଶାଲିଷ୍ଟ୍‍ର ଗୋଟିଏ ପଦ ପାଇଁ ଆବେଦନ ଗ୍ରହଣ କରୁଛି।

*ବୟସ ସୀମା:-

ପାର୍ଟ-ଟାଇମ୍‌ ସ୍ପେଶାଲିଷ୍ଟ ପଦ ପାଇଁ ଆବେଦକଙ୍କ ବୟସ ୬୯ରୁ ଅଧିକ ବର୍ଷ ହୋଇ ନଥିବା ଦରକାର।ଅନ୍ୟାନ୍ୟ ପଦ ପାଇଁ ଆବେଦକଙ୍କ ବୟସ ୪୫ରୁ ଅଧିକ ବର୍ଷ ହୋଇ ନ ଥିବା ଦରକାର। ପ୍ରାର୍ଥୀଙ୍କ ବୟସର ହିସାବ ମେ’ ୧୦ରୁ କରାଯିବ।ତେବେ ଇଣ୍ଟରଭ୍ୟୁ ତାରିଖ ମେ’ ୧୦, ୨୦୨୨ରେ ସକାଳ ୯ଟାରୁ ୧୧ଟା ରହିଚି।

Leave A Reply

Your email address will not be published.