ଇଏ ହେଉଛି ଭାରତର ଏକମାତ୍ର ଏପରି ଟ୍ରେନ, ଯେଉଁଥିରେ 73 ବର୍ଷ ଧରି ବିନା ଟିକେଟରେ ଯାତ୍ରା କରୁଛନ୍ତି ଲୋକେ, ଜାଣନ୍ତୁ କାହିଁକି ରହିଛି ଫ୍ରି !

0

Get real time updates directly on you device, subscribe now.

ଭାରତୀୟ ରେଲୱେ ଏସିଆର ଦ୍ୱିତୀୟ ଏବଂ ଦୁନିଆର ଚତୁର୍ଥ ସବୁଠାରୁ ବଡ଼ ରେଳ ନେଟୱର୍କ ଅଟେ । ତେବେ ଟ୍ରେନରେ ଯାତ୍ରା କରିବାପାଇଁ ଭଡ଼ା ଦେବାକୁ ପଡ଼ିଥାଏ, କିନ୍ତୁ ଏପରି ଗୋଟିଏ ଟ୍ରେନ ମଧ୍ୟ ରହିଛି, ଯେଉଁଥିରେ ଆପଣ ଭଡ଼ା ନ ଦେଇ ମଧ୍ୟ ଯାତ୍ରା କରିପାରିବେ । ଯିଏବି ଏହି ଟ୍ରେନ ବିଷୟରେ ପ୍ରଥମଥର ପାଇଁ ଶୁଣେ, ତାକୁ ବିଶ୍ୱାସ ହୁଏନାହିଁ ଯେ ଯେତେବେଳେ ସବୁଠି ଭଡ଼ା ବଢୁଛି, ସେଠି କିପରି ଏହି ଟ୍ରେନରେ ମାଗଣାରେ ଯାତ୍ରା କରିହେବ ।

ଏହି ଟ୍ରେନ ଭାକ୍ରା ନାଗଲ ଡ୍ୟାମ ଦେଖୁଥିବା ଲୋକଙ୍କ ପାଇଁ ଅଟେ । ଆସନ୍ତୁ ଜାଣିବା ଏହି ଟ୍ରେନ ବିଷୟରେ ଏବଂ ବୁଝିବା ଯେ କାହିଁକି ଏଥିରେ ଯାତ୍ରା କରିବାପାଇଁ କୌଣସି ଭଡ଼ା ଦେବାକୁ ପଡେନାହିଁ ।

ନାଗଲ ଏବଂ ଭାକ୍ରା ମଧ୍ୟରେ ଚାଲିଥାଏ ଏହି ଟ୍ରେନ :-

ଏହି ଟ୍ରେନ ନାଗଲ ଏବଂ ଭାକ୍ରା ମଧ୍ୟରେ ଚାଲିଥାଏ | ଏହା ହିମାଚଳ ପ୍ରଦେଶ ଏବଂ ପଞ୍ଜାବ ସୀମାରେ ଚାଲିଥାଏ | ଭାକ୍ରା ନାଗଲ ଡ୍ୟାମ ପରିଦର୍ଶନ କରୁଥିବା ଲୋକମାନେ ଏହି ଟ୍ରେନରେ ମାଗଣା ଯାତ୍ରାର ଲାଭ ଉଠାଇ ପାରିବେ | ଏହି ଟ୍ରେନ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଏହାର କୋଚ ଝିଅର ତିଆରି ହୋଇଛି ଏବଂ ଏଥିରେ କୌଣସି ଟିଟି ନାହିଁ | ଏହି ଟ୍ରେନ ଡିଜେଲ ଇଞ୍ଜିନରେ ଚାଲିଥାଏ, ଯେଉଁଥିରେ ପ୍ରତିଦିନ 50 ଲିଟର ଡିଜେଲ ଖର୍ଚ୍ଚ ହୋଇଥାଏ । ପ୍ରଥମେ ଏହି ଟ୍ରେନରେ 10 ଟି ବଗି ରହିଥିଲା, କିନ୍ତୁ ବର୍ତ୍ତମାନ ସେଥିରେ କେବଳ 3 ଟି ବଗି ଅଛନ୍ତି | ଏହାସହିତ ଏଥିରେ ଗୋଟିଏ ବଗି ପର୍ଯ୍ୟଟକମାନଙ୍କ ପାଇଁ ଏବଂ ଆଉ ଗୋଟିଏ ବଗି ମହିଳାମାନଙ୍କ ପାଇଁ ସଂରକ୍ଷିତ |

ମାଗଣାରେ କାହିଁକି ଯାତ୍ରା କରାଇଥାଏ ଏହି ଟ୍ରେନ ?

ଏହି ଟ୍ରେନରେ ଏଥିପାଇଁ ମାଗଣାରେ ଯାତ୍ରା କରାଯାଇଥାଏ, ଯେପରିକି ଲୋକମାନେ ଭାକ୍ରା ଡ୍ୟାମକୁ ଦେଖିପାରିବେ । ଆଜିର ପିଢ଼ି ଭାକ୍ରା ନାଗଲ ଡ୍ୟାମକୁ ଦେଖନ୍ତୁ ଏବଂ ବୁଝନ୍ତୁ ଯେ ଏହାକୁ ତିଆରି କରିବାପାଇଁ କେତେ ଅସୁବିଧାକୁ ସାମ୍ନା କରିବାକୁ ପଡିଛି । ଭାକ୍ରା ବ୍ୟାସ ମ୍ୟାନେଜମେଣ୍ଟ ବୋର୍ଡ ମାଧ୍ୟମରେ ହିଁ ଏହି ଟ୍ରେନକୁ ପରିଚାଳନା କରାଯାଏ । ଏହି ଟ୍ରେନକୁ ଚଳାଇବା ପାଇଁ ଯେଉଁ ରାସ୍ତା ତିଆରି କରାଯାଇଛି, ତାକୁ ପାହାଡ ଗୁଡିକୁ କାଟି ତିଆରି କରାଯାଇଥିଲା ଏବଂ ଟ୍ରାକ ବିଛା ଯାଇଥିଲା ।

73 ବର୍ଷ ଧରି 25ଟି ଗାଁର 300 ଲୋକ ମାଗଣାରେ କରୁଛନ୍ତି ଯାତ୍ରା :-

ଏହି ଟ୍ରେନ ପ୍ରାୟ 73 ବର୍ଷ ପୂର୍ବରୁ 1949 ମସିହାରେ ପ୍ରଥମଥର ଚାଲିଥିଲା । ଏହା ମାଧ୍ୟମରେ 25ଟି ଗାଁର ପ୍ରାୟ 300 ଲୋକ ପ୍ରତିଦିନ ମାଗଣାରେ ଯାତ୍ରା କରୁଥିଲେ । ସ୍କୁଲ କଲେଜରେ ପାଠ ପଢୁଥିବା ପିଲାମାନଙ୍କୁ ଏହି ଟ୍ରେନ ଦ୍ଵାରା ସବୁଠାରୁ ଅଧିକ ସୁବିଧା ମିଳୁଥିଲା । ଏହା ମାଧ୍ୟମରେ ଭାକ୍ରାର ପାଖଆଖ ଗାଁ ବରମଲା, ଓଲିଣ୍ଡା, ନେହଲା ଭାକ୍ରା, ହଣ୍ଡୋଲା, ସ୍ୱାମିପୁର, ଖେଡା ବାଗ, କାଲାକୁଣ୍ଡ, ନଙ୍ଗଲ, ସଲାଙ୍ଗଡି ସହିତ ଅନେକ ସ୍ଥାନର ଲୋକମାନେ ଯାତ୍ରା କରନ୍ତି ।

Leave A Reply

Your email address will not be published.