ମେଟ୍ରୋରେ ବାରମ୍ବାର ଯୁବତୀଙ୍କ ସହିତ ଖରାପ ବ୍ୟବହାର କରୁଥିଲା ବଦମାସ, ମିଳିଲା ଏମିତି ଶିକ୍ଷା ଯେ ଜୀବନସାରା ମନେ ରହିବ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବାସ୍ତବରେ ଏପ୍ରିଲ 21 ତାରିଖରେ ଜଣେ ଯୁବତୀ ମେଟ୍ରୋ ଷ୍ଟେସନରେ ପହଞ୍ଚିଲେ । କଡକଡଦୁମା ଷ୍ଟେସନରୁ ସେ ମେଟ୍ରୋରେ ଉଠିଲେ । ସେହି ସମୟରେ କୋଚରେ ବହୁତ୍ ଭିଡ ଥିଲା । ସେଠାରେ ପାଦ ରଖିବାକୁ ମଧ୍ୟ ଜାଗା ନଥିଲା । ଯୁବତୀ ଯେମିତି ବି ହେଉ ଟିକେ ଜାଗା ପାଇଲେ ଏବଂ ସେଠାରେ ଠିଆ ହେଲେ । ଏତିକି ସମୟରେ ଜଣେ ବଦମାସ ମଧ୍ୟ ଆସିଲା ଏବଂ ତାଙ୍କ ପାଖରେ ଆସି ହିଁ ଠିଆ ହୋଇଗଲେ ।

ଲଗାତାର କରି ଚାଲିଲା ଖରାପ ବ୍ୟବହାର :-

ଯୁବତୀ କୋଚରେ ଭିଡ କାରଣରୁ ପୂର୍ବରୁ ଅସୁବିଧାରେ ଥିଲେ । ଏହାପରେ ସେ ବଦମାସ ଆସିବାପରେ ତାଙ୍କର ମୁଣ୍ଡବ୍ୟଥା ବଢ଼ିଗଲା । ଭିଡ ବାହାନାରେ ସେ ଯୁବତୀଙ୍କ ବହୁତ୍ ପାଖରେ ଠିଆ ହୋଇଗଲା । ଏହାପରେ ଭିଡର ଫାଇଦା ଉଠାଇ ତାଙ୍କୁ ଭୁଲ ଢଙ୍ଗରେ ଛୁଇଁବା ଆରମ୍ଭ କଲା । ତାଙ୍କ ସହିତ ଖରାପ ବ୍ୟବହାର ମଧ୍ୟ କରିବାକୁ ଲାଗିଲା ।

ପ୍ରଥମେ ତ ଯୁବତୀଙ୍କୁ ଲାଗିଲା ଯେ ବୋଧହୁଏ ଭିଡ କାରଣରୁ ତା ହାତ ବାଜି ଯାଇଥିବ । ତାପରେ ସେ ଯେତେବେଳେ ବାରମ୍ବାର ଛୁଇଁବାକୁ ଲାଗିଲା, ସେତେବେଳେ ଯୁବତୀ ତାର ଉଦ୍ଦେଶ୍ୟ ବୁଝିପାରିଲେ । ଏହାପରେ ଯୁବତୀ ତାକୁ ଗାଳି କଲେ ଏବଂ ଆପତ୍ତି ମଧ୍ୟ କଲେ । ଏହାପରେ ମଧ୍ୟ ବଦମାସ ମାନିଲା ନାହିଁ ଏବଂ ବାହାନାରେ ଯୁବତୀଙ୍କ ସହିତ ଭୁଲ କାର୍ଯ୍ୟକଳାପ ଜାରି ରଖିଲା ।

ଜାଣନ୍ତୁ ଯୁବତୀ କିପରି ସେହି ବଦମାସକୁ ଶିକ୍ଷା ଦେଲେ :-

ଯେତେବେଳେ ଯୁବତୀ ଅଧିକ ବିରକ୍ତ ହୋଇଗଲେ, ସେତେବେଳେ ସେ ବଦମାସକୁ ଶିକ୍ଷା ଦେବାକୁ ଚିନ୍ତା କଲେ । ସେ ଯମୁନା ବ୍ୟାଙ୍କ୍ ମେଟ୍ରୋ ଷ୍ଟେସନରେ ଓହ୍ଲାଇ ପଡ଼ିଲେ । ସେ ବଦମାସ ମଧ୍ୟ ତାଙ୍କୁ ପିଛା କରୁଥିଲା । ସେ ମଧ୍ୟ ସେଠାରେ ଓହ୍ଲାଇ ପଡ଼ିଲା ଏବଂ ତାଙ୍କ ପଛରେ ଯିବାକୁ ଲାଗିଲା । ଠିକ୍ ସେତିକିବେଳେ ଯୁବତୀ ପୋଲିସକୁ ଫୋନ୍ କରି ଡାକି ନେଲେ । ସନ୍ଦେହ ହେବାରୁ ବଦମାସ ସେଠାରୁ ଫେରାର ହୋଇଗଲା ।

ଯୁବତୀ ଏହାପରେ ତାକୁ ଶିକ୍ଷା ଦେବାପାଇଁ ଯମୁନା ଡିପୋ ମେଟ୍ରୋ ଷ୍ଟେସନ ଥାନାରେ ଅଭିଯୋଗ କରିଦେଲେ । ପୋଲିସ ମାମଲା ରୁଜ୍ଜୁ କରିଦେଲା ଏବଂ ସିସିଟିଭି ଦ୍ଵାରା ଅଭିଯୁକ୍ତଙ୍କୁ ଚିହ୍ନଟ କରିନେଲେ । ସେ ଦିଲ୍ଲୀର କୃଷ୍ଣା ନଗରରେ ରହୁଛନ୍ତି, ତାଙ୍କ ନାମ ସଞ୍ଜୀବ କୁମାର ଅଟେ । ପୋଲିସ ତାକୁ ଘରୁ ଗିରଫ କରି ଜେଲ ପଠାଇ ଦେଲା । ତା ବିରୋଧରେ 354 ଧାରା ଅନୁଯାୟୀ କେସ ରିପୋର୍ଟ୍ ହୋଇଛି ।

Leave A Reply

Your email address will not be published.