ବୟସ ଅନୁସାରେ ଆପଣଙ୍କର ବ୍ଲଡ ସୁଗାର ଲେବଲ କେତେ ରହିବା ଉଚିତ? ଡାଇବେଟିସ ହେବା ପୂର୍ବରୁ କଣ୍ଟ୍ରୋଲ ଏପରି କରନ୍ତୁ

0

Get real time updates directly on you device, subscribe now.

ବର୍ତ୍ତମାନ ସମୟର ଏହି ଯୁଗରେ ଡାଇବେଟିସ ବା ମଧୁମେହ ରୋଗ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏବଂ କୋଟି କୋଟି ଲୋକ ଏହି ରୋଗରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଶରୀରରେ ବ୍ଲଡ ସୁଗାର ଲେବଲ ଅଧିକ କିମ୍ବା କମ ହେବା ଉଭୟ ଶରୀର ପାଇଁ ବିପଦପୂର୍ଣ୍ଣ ହୋଇଥାଏ। ଏମିତିରେ ଜରୁରୀ ହୋଇଥାଏକି ଆମେ ଆମର ସର୍କରାର ସ୍ତରକୁ ନିୟନ୍ତ୍ରଣରେ ରଖିପାରିବା। ତେବେ ବର୍ତ୍ତମାନ ପ୍ରଶ୍ନ ହେଉଛିଯେ ସାଧାରଣ ଶରୀରଦେ ବୟସ ଅନୁସାରେ ସୁଗାର ସ୍ତର କେତେ ହେବା ଉଚିତ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ବ୍ଲଡ ସୁଗାରକୁ ସବୁବେଳେ କଣ୍ଟ୍ରୋଲ ରଖନ୍ତୁ:-

ଆମର ଖାଦ୍ୟପେୟ ଏବଂ ଡେଲୀ ରୁଟିନରେ ବଡିରେ ସୁଗାରର ସ୍ତର ରହିଥାଏ। ଆଉ ଏହା ବୟସ ଅନୁସାରେ ପରିବର୍ତ୍ତନ ମଧ୍ୟ ହୋଇଥାଏ। ଯଦି ଆପଣ ଖାଦ୍ୟ ତୁରନ୍ତ ଖାଇଛନ୍ତି ତେବେ ଆପଣଙ୍କର ବ୍ଲଡ ସୁଗାର ଲେବଲ ଅଲଗା ହେବ ଏବଂ ଫାଷ୍ଟିଙ୍ଗ ସମୟରେ ଏହା ଅଲଗା ଥାଏ। ଏହାସହ ବୟସ ବଢ଼ିବା ସହିତ ସୁଗାର ଲେବଲ ବଢ଼ିବା ସାମାନ୍ୟ କଥା କିନ୍ତୁ ତାକୁ ମଧ୍ୟ କଣ୍ଟ୍ରୋଲ ରଖିବା ଆବଶ୍ୟକ ଅଟେ।

ଯଦି ଆପଣ ଉପାସ ବା ଫାଷ୍ଟିଙ୍ଗ କରିଛନ୍ତି ତେବେ ଆପଣଙ୍କର ବ୍ଲଡ ସୁଗାର ଲେବଲ ୭୦-୧୦୦ mg/dl ଭିତରେ ରହିବା ଉଚିତ। କିନ୍ତୁ ଯଦି ଏହି ସ୍ତର ୧୦୦-୧୨୬ mg/dl ରେ ପହଁଚିଯିବ ତେବେ ଏହାକୁ ପ୍ରି-ଡାଇବେଟିସ କଣ୍ଡିସନ ବୋଲି କୁହାଯାଏ। ଏହାପରେ ଯଦି ସୁଗାର ଲେବଲ ୧୩୦ ରୁ ଅଧକ ପହଁଚିଯାଏ ତେବେ ଏହା ବହୁତ ବିପଦପୂର୍ଣ୍ଣ ବୋଲି ଧରାଯାଏ।

ଖାଇବା ପରେ ସୁଗାର ଲେବଲ କେତେ ରହିବା ଉଚିତ:-୍

ଭୋଜନ କରିବା ପରେ ବ୍ଲଡ ସୁଗାରର ଲେବଲ ବଢ଼ିବା ସୁନିଶ୍ଚିତ ଅଟେ। ଯଦି ଖାଦ୍ୟ ଖାଇବାର ୨ ଘଣ୍ଟା ପରେ ଆପଣଙ୍କର ସୁଗାର ଲେବଲ ୧୩୦-୧୪୦ mg/dl ରହୁଛି ତେବେ ଏହା ସାମାନ୍ୟ ଅଟେ। କିନ୍ତୁ ଏହାଠାରୁ ଅଧିକ ହେଲେ ଜାଣିବେକି ଆପଣଙ୍କ ଠାରେ ମଧୁମେହ ରୋଗର ସମସ୍ୟା ରହିଛି। ଖାଦ୍ୟ ଖାଇବାର ଦୁଇ ଘଣ୍ଟା ପରେ ମଧ୍ୟ ଯଦି ଆପଣଙ୍କର ସୁଗାର ଲେବଲ ୨୦୦-୪୦୦ mg/dl ରହିଥାଏ ତେବେ ସାବଧାନ ରହିବା ଉଚିତ। ଏହା ହାଇ ଲେବଲ ଉପରେ ରହିଲେ ଆପଣଙ୍କୁ ହାର୍ଟ ଆଟାକ ଏବଂ କିଡନୀ ଫେଲିୟର ଭଳି ସମସ୍ୟା ଦେଖାଯିବ।

ବୟସ ଅନୁସାରେ ସଠିକ ବ୍ଳଡ ସୁଗାର ଲେବଲ କେତେ ରହିବା ଉଚିତ?

– ୬ ରୁ ୧୨ ବର୍ଷ:-

ଯଦି ବୟସ କଥା କହିବା ତେବେ ୬-୧୨ ବର୍ଷ ବୟସରେ ଫାଷ୍ଟିଙ୍ଗ ସମୟରେ ବ୍ଲଡ ସୁଗାର ୮୦ ରୁ ୧୮୦ ରହିବା ଉଚିତ। ଏହାପରେ ଲଞ୍ଚ୍‌ କରିବା ପରେ ଏହି ଲେବଲ ୧୪୦ mg/dl ପର୍ଯ୍ୟନ୍ତ ଯାଇପାରେ। ସେହିପରି ରାତିରେ ଖାଦ୍ୟ ଖାଇବା ପରେ ୧୦୦ ରୁ ୧୮୦ mg/dl ପର୍ଯ୍ୟନ୍ତ ବ୍ଲଡ ସୁଗାର ଲେବଲ ରହିଲେ ତାହା ସାମାନ୍ୟ ଅଟେ।

– ୧୩ ରୁ ୧୯ ବର୍ଷ:-

ଯଦି ଆପଣଙ୍କର ବୟସ ୧୩-୧୯ ବର୍ଷ ତେବେ ଫାଷ୍ଟିଙ୍ଗ ସୁଗାର ଲେବଲ ୭୦ ରୁ ୧୫୦ mg/dl ରହିପାରେ। ଲଞ୍ଚ କିମ୍ବା ମଧ୍ୟାହ୍ନ ଭୋଜନ ପରେ ଏହା ଏବଂ ଡିନର ପରେ ୯୦ ରୁ ୧୫୦ mg/dl ରହିବା ଉଚିତ। ଏହିଭଳି ଭାବରେ ୨୦-୨୬ ବର୍ଷ ବୟସର ଲୋକଙ୍କର ଫାଷ୍ଟିଙ୍ଗ ସମୟରେ ୧୦୦ ରୁ ୧୮୦ mg/dl ସୁଗାର ଲେବଲ ରହିବା ଉଚିତ। ସେହିପରି ଲଞ୍ଚ ପରେ ପର୍ଯ୍ୟନ୍ତ ଯାଇପାରେ। ଡିନର ପରେ ବ୍ଳଡ ସୁଗାର ଲେବଲ ୧୦୦ ରୁ ୧୪୦ mg/dl ରହିବା ଉଚିତ।

– ୨୭ ରୁ ୩୨ ବର୍ଷ:-

ଯଦି ଆପଣଙ୍କର ବୟସ ୨୭-୩୨ ବର୍ଷ, ତେବେ ଫାଷ୍ଟିଙ୍ଗ ବ୍ଲଡ ସୁଗାରର ଲେବଲ ୧୦୦ ରହିବା ଉଚିତ। ଏହିଭଳି ଭାବରେ ଲଞ୍ଚ କରିବା ପରେ ଏହି ଲେବଲ ୯୦-୧୧୦ mg/dl କୁ ଯାଇପାରେ। ଏହାପରେ ଡିନର ପରେ ସୁଗାର ଲେବଲ ୧୦୦ ରୁ ୧୪୦ mg/dl ରହିବା ଉଚିତ। ୩୩ ରୁ ୪୦ ବର୍ଷ ବୟସର ଲୋକମାନଙ୍କର ଫାଷ୍ଟିଙ୍ଗ ସୁଗାର ଲେବଲ ୧୪୦ mg/dl ରୁ କମ ହେବା ଉଚିତ। ଲଞ୍ଚ ପରେ ସୁଗାରର ଲେବଲ ୧୬୦ mg/dl ରୁ କମ ହେବା ଉଚିତ। ସେହିପରି ଡିନର ପରେ ସୁଗାରର ସ୍ତର ୯୦ ରୁ ୧୫୦ mg/dl ରହିବା ଉଚିତ।

– ୪୦ ବର୍ଷରୁ ଅଧିକ ବୟସ:-

ଯଦି ଆପଣଙ୍କର ବୟସ ୪୦-୪୫ ବର୍ଷ ବୟସ। ତେବେ ଫାଷ୍ଟିଙ୍ଗ ବ୍ଳଡ ସୁଗାର ଲେବଲ ୯୦ ରୁ ୧୩୦ mg/dl ହୋଇପାରେ। ଲଞ୍ଚ କରିବା ପରେ ସୁଗାର ଲେବଲ ୧୪୦ mg/dl ରୁ କମ୍‌ ହେବା ଉଚିତ। ସେହିପରି ଡିନର ପରେ ୧୫୦ ବ୍ଲଡ ସୁଗାର ଲେବଲ ରହିବା ସାମାନ୍ୟ ଶ୍ରେଣୀ ମଧ୍ୟରେ ଆସିଥାଏ। ଏହିଭଳି ଭାବରେ ୫୦-୬୦ ବର୍ଷ ବୟସର ବ୍ୟକ୍ତିମାନଙ୍କ ପାଇଁ ଫାଷ୍ଟିଙ୍ଗ ସୁଗାର ଲେବଲ ୯୦ ରୁ ୧୩୦ mg/dl ରହିବା ଉଚିତ। ଲଞ୍ଚ୍ ପରେ କମ୍‌ ସୁଗାର ଲେବଲ ରହିବା ଉଚିତ ଏବଂ ଡିନର ପରେ ୧୫୦ mg/dl ବ୍ଲଡ ସୁଗାର ଲେବଲ ସାମାନ୍ୟ ବୋଲି ଧରାଯାଇଥାଏ।

Leave A Reply

Your email address will not be published.