ବିନା ପରୀକ୍ଷାରେ କରନ୍ତୁ DTC ରେ ଚାକିରି,ମାସକୁ ୪୦ ହଜାରରୁ ଅଧିକ ଦରମା,ଜାଣନ୍ତୁ ନିଯୁକ୍ତି ବିଷୟରେ ସଂପୂର୍ଣ୍ଣ ସୂଚନା

0

Get real time updates directly on you device, subscribe now.

ଆପଣ ଯଦି ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନରେ ୩୦୦ରୁ ଅଧିକ ପଦବୀ ପାଇଁ ପଦ ଖାଲିପଡିଛି। ଆସିଷ୍ଟାଣ୍ଟ ଇଲେକ୍ଟିସିଆନ, ଆସିଷ୍ଟାଣ୍ଟ ଫିଟର, ଆସିଷ୍ଟାଣ୍ଟ ଫୋରମ୍ୟାନ୍‌ ପଦବୀ ଖାଲିପଡିଛି। ତେଣୁ ଆପଣ ଇଚ୍ଛୁକ ଥିଲେ ତୁରନ୍ତ ଆବେଦନ କରିପାରିବେ। ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍‌ dtc.delhi.gov.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ।

ପଦବୀ ବିବରଣୀ : ୩୫୭

ଆସିଷ୍ଟାଣ୍ଟ ଫୋରମ୍ୟାନ୍‌: ୧୧୨

ଆସିଷ୍ଟାଣ୍ଟ ଫିଟର: ୧୭୫

ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ୍‌: ୭୦

ଜରୁରୀ ତାରିଖ:-

ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ମେ ୧୧ ରହିଛି।

ଶିକ୍ଷାଗତ ଯୋଗ୍ୟତା:-

ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ସବୁ ନିର୍ଦ୍ଧାରଣ କରାଯାଇଛି। ୩ବର୍ଷ ଅଟୋ ମୋବାଇଲ କିମ୍ବା ମେକାନିକାଲ କିମ୍ବା ଇଲେକ୍ଟ୍ରିକାଲ ଇଂଜିନିୟରିରେ ଡିପ୍ଲୋମା କରିଥିବା ଓ ଯୋଗ୍ୟଥିବା ପ୍ରାର୍ଥୀମାନେ ଫୋରମ୍ୟାନ ପାଇଁ ଆବେଦନ କରିପାରିବେ।

ସେହିପରି ୩ ବର୍ଷ ଡିପ୍ଲୋମା କରି ସାରିଥିବା ସିଭିଲ ଇଂଜିନିୟରିଂ ପିଲା ସିନିଅର ସେକ୍ସନ ଅଫିସର ପଦବୀ ପାଇଁ ଆବେଦନ କରିପାରିବେ।

ଦରମା:-

ଆସିଷ୍ଟାଣ୍ଟ ଫୋରମ୍ୟାନ୍‌ ପଦବୀ ପାଇଁ ମାସିକ ୪୬,୩୭୪ ଟଙ୍କା ଥିବା ସମୟରେ ଫିଟର ଏବଂ ଇଲେକ୍ଟ୍ରିସିଆନ୍‌ ପଦବୀ ପାଇଁ ୧୭,୬୯୩ ଟଙ୍କା ଅଛି।

ଏହି ବିଷୟରେ ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ:-

https://dtc.delhi.gov.in/sites/default/files/Advertisement%20for%20recruitment%20to%20the%20post%20of%20Assistant%20Foreman%2C%20Assistant%20Fitter%20%26%20Assistant%20Electrician%20%28R%26M%29..pdf?ref=inbound_article?ref=inbound_article

Leave A Reply

Your email address will not be published.