କ’ଣ ଆରମ୍ଭ ହୋଇଗଲାଣି କି କରୋନାର ଚତୁର୍ଥ ଲହର ! ବହୁତ ଦ୍ରୁତଗତିରେ ସଂକ୍ରମଣ ହେବା ଆରମ୍ଭ ଗଲାଣି, ପିଲାଙ୍କ ଉପରେ ପଡୁଛି ପ୍ରଭାବ !

0

Get real time updates directly on you device, subscribe now.

ଦେଶରେ କରୋନା ପୁଣିଥରେ ବଢ଼ିବାରେ ଲାଗିଛି। ଦେଶର ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ଏହା ବହୁତ ମାତ୍ରାରେ ବଢ଼ିବାରେ ଲାଗିଛି। ରବିବାର ଦିନ ଦିଲ୍ଲୀରେ କରୋନାର 517 ନୂଆ ମାମଲା ସାମ୍ନାକୁ ଆସିଛି ଓ ସଂକ୍ରମଣ ଦର 4.21% ବଢିଯାଇଛି। ରାଜଧାନୀରେ ଯେଉଁଭଳି ଦ୍ରୁତ ଗତିରେ କରୋନାର ମାମଲା ବଢୁଛି ସେହିପରି ଭାବରେ ଚତୁର୍ଥ ଲହରର ଆଶଙ୍କା ମଧ୍ୟ ବଢ଼ିବାରେ ଲାଗିଛି। ଏକ୍ସପର୍ଟଙ୍କ କହିବା ହେଲା ନୂଆ ଲହର ବିଷୟରେ କିଛିବି କହିବା ବର୍ତ୍ତମାନ ଉଚିତ ହେବନାହିଁ।

ସରକାର କହୁଛନ୍ତି, ଏବେ ଚିନ୍ତା କରିବାର ବିଷୟ ନାହିଁ କାରଣ ହସ୍ପିଟାଲରେ ଭର୍ତ୍ତି ହେବାର ସଂଖ୍ୟା ବହୁତ କମ ରହିଛି। କିନ୍ତୁ ଆଇସଲେସନରେ ରହିଥିବା ରୋଗୀ ବହୁତ ସଂକ୍ରମିତ ହେବାରେ ଲାଗିଛନ୍ତି। ଶନିବାର ଦିନ ଦିଲ୍ଲୀରେ 772 ରୋଗୀ ହୋମ ଆଇସୋଲେସନରେ ଥିଲେ ଯାହାର ସଂଖ୍ୟା ରବିବାର ଦିନ ସୁଦ୍ଧା 964 ହୋଇଯାଇଛି। ସେହିପରି ଏପ୍ରିଲ 1 ତାରିଖରେ ହୋମ ଆଇସୋଲେସନରେ ରହୁଥିବା ସଂକ୍ରମିତଙ୍କ ସଂଖ୍ୟା 332 ହୋଇଯାଇଛି।

ପଜିଟିଭିଟି ଲଗାତାର ବଢ଼ିବାରେ ଲାଗିଛି:-

ଦିଲ୍ଲୀ ରେ କେଉଁଭଳି ଭାବରେ ମାମଲା ବଢ଼ିବାରେ ଲାଗିଛି ଆପଣ ଦିଲ୍ଲୀ ସରକାରଙ୍କ ଅନୁମାନିତ ଲିଷ୍ଟରୁ ବୁଝିପାରିବେ। ଗୁରୁବାର ଦିନ ଦିଲ୍ଲୀରୁ 325 ମାମଲା ସାମ୍ନାକୁ ଆସିଛି ଓ ପଜିଟିଭିଟି ରେଟ 2.39% ରହିଛି। ଶୁକ୍ରବାର ଦିନ 3.95% ପଜିଟିଭିଟି ସହିତ 366 ମାମଲାସାମ୍ନାକୁ ଆସିଛି। ଶନିବାର ଦିନ ପଜିଟିଭିଟି 5.33% ରେ 461 ମାମଲା ସାମ୍ନାକୁ ଆସିଛି। ରବିବାର ଦିନ ସଂକ୍ରମଣ ମାମଲା ଜରୁରୀ କମ ହୋଇଛି। କିନ୍ତୁ ନୂଆ ସଂକ୍ରମିତଙ୍କ ସଂଖ୍ୟା 50 ରୁ ମଧ୍ୟ ଅଧିକ ରହିଛି।

ଚିନ୍ତାର ବିଷୟ:-

ଚିନ୍ତାର ବିଷୟ ଏହାକି ଯେ, ଏବେ କରୋନାର ଯାଞ୍ଚ ସେତେ ପରିମାଣରେ ହୋଇନାହିଁ। ରବିବାର ଦିନ 12,270 କୋଭିଡ଼ ଟେଷ୍ଟ ହୋଇଛି। ଯେବେକି ଶନିବାର ଦିନ 8,646 ଯାଞ୍ଚ ହୋଇଛି। ଏତେ କମ ଟେଷ୍ଟ ମଧ୍ୟରେ ସଂକ୍ରମଣ 5 ପ୍ରତିଶତ ପାଖାପାଖି ପହଞ୍ଚିବା ଚିନ୍ତାର ବିଷୟ ଅଟେ। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ମୁତାବିକ, 5 ପ୍ରତିଶତରୁ ଅଧିକ ପଜିଟିଭିଟି ଆସିବା ଚିନ୍ତାର ବିଷୟ ଅଟେ।

ପିଲାଙ୍କ ଉପରେ ଆଶଙ୍କା ବଢ଼ିଲା:-

ଦିଲ୍ଲୀ ଓ ଏହାର ପାଖାପାଖି ଏନସିଆର ଅଞ୍ଚଳର କେତେକ ସ୍କୁଲରୁ ପିଲାମାନେ ସଂକ୍ରମିତ ହୋଇଥିବାର ମାମଲା ସାମ୍ନାକୁ ଆସୁଛି। ସ୍କୁଲରେ ପିଲାମାନେ ସଂକ୍ରମିତ ହେଉଥିବାରୁ ସରକାର ଗାଇଡ଼ ଲାଇନ ଜାରି କରିଦେଇଛନ୍ତି। ଗୌତମ ବୁଦ୍ଧ ନଗର ଓ ଗାଜିଆବାଦରେ କେତେକ ସ୍କୁଲରୁ ପିଲାମାନେ ସଂକ୍ରମିତ ହୋଇଛନ୍ତି। ଏକ୍ସପର୍ଟଙ୍କ କହିବା ହେଲା ଏବେ ଚିନ୍ତା କରିବାର କୌଣସି ବିଷୟ ନାହିଁ।

ଏମ୍ସ ଡ଼ାଇରେକ୍ଟର ଡ଼କ୍ଟର ରନଦୀପ ଗୁଲେରିଆ ନ୍ୟୁଜ ଏଜେନ୍ସିକୁ କହିଲେ କି, ଚିନ୍ତା କରିବାର କୌଣସି କଥା ନାହିଁ।କାରଣ ବିଗତ ଲହରର ଡାଟା କହୁଛି କି, ଯଦି ପିଲାମାନେ ସଂକ୍ରମିତ ହୋଇଯାଆନ୍ତି ତାହେଲେ ଏହାକୁ ସହଜରେ ଚିକିତ୍ସା କରାଯାଇ ପାରିବ।

ମହାମାରୀ ବିଶେଷଜ୍ଞ ଡ଼କ୍ଟର ଚନ୍ଦ୍ରକାନ୍ତା ଲହରିଆଙ୍କ କହିବାହେଲା, ଏବେ ପିଲାଙ୍କ ସ୍କୁଲ ଖୋଲୁଥିବାରୁ ଏହା ଚିନ୍ତାର ବିଷୟ ହୋଇଯାଇଛି। ସେ ଏହାବି କହିଥିଲେ କି, ସ୍କୁଲ ଖୋଲିବା ପୂର୍ବରୁ ଶିରୋ ସର୍ଭେ ଡାଟାରୁ ସାମ୍ନାକୁ ଆସିଥିଲା କି, 70 ରୁ 90 ପ୍ରତିଶତ ପିଲା ସଂକ୍ରମିତ ହୋଇସାରିଛନ୍ତି।

ଏକ୍ସପର୍ଟଙ୍କ ମାନିବା ହେଉଛି ତୃତୀୟ ଲହର ପରେ ସଂକ୍ରମଣ କମ ଆସୁଥିବାରୁ ସାରା କଟକଣା ହଟାଇ ଦିଆଯାଇଥିଲା। ମାସ୍କ ପିନ୍ଧିବାର ଅନିବାର୍ଯ୍ୟତା ମଧ୍ୟ ଦିଲ୍ଲୀରୁ ହଟାଇ ଦିଆଯାଇଥିଲା। ଏହିସବୁ କାରଣରୁ ପୁଣିଥରେ ସଂକ୍ରମଣ ବଢ଼ିଯାଇଛି ଓ ଲୋକଙ୍କୁ ପୁଣିଥରେ ମାସ୍କ ପିନ୍ଧିବାପାଇଁ ବାଧ୍ୟତାମୂଳକ କରି ଦିଆଯାଇଛି।

ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣକୁ ଦେଖି ଏପ୍ରିଲ 20 ତାରିଖରେ ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିର ବୈଠକ ହେବାରେ ରହିଛି। ଏହି ବୈଠକରେ କରୋନା ଉପରେ ଆଲୋଚନା କରାଯିବ। କୁହାଯାଉଛି ମିଟିଂ ତାହା ଉପରେ ଚର୍ଚ୍ଚା କରାଯିବ, ଯେଉଁଥିରେ ମାସ୍କ ନପିନ୍ଧିଲେ ଜରିମାନା ନଦେବା କଥା କୁହାଯାଇଥିଲା । କୁହାଯାଉଛି ସଂକ୍ରମଣ ବଢ଼ିବା ପରେ ପୁଣିଥରେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ହୋଇପାରେ।

ଆପୋଲୋ ହସ୍ପିଟାଲର ଇଣ୍ଟରନାଲ ମେଡ଼ିସିନର ସିନିୟର ଆଡ଼ଭାଇଜର ଡ଼କ୍ଟର ସୁରନଜିତ ଚାଟାର୍ଜୀଙ୍କ ମାନିବା ହେଉଛି, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ହୁଏତ ବହୁତ କମ କିନ୍ତୁ ସଂକ୍ରମଣକୁ ଅଟକାଇବା ପାଇଁ ବଡ଼ ଉପାୟ ଆପଣାଇବାକୁ ପଡ଼ିବ।

ମାସ୍କ ଅନିବାର୍ଯ୍ୟତାକୁ ପୁଣିଥରେ ଲାଗୁ କରାଯିବା ଆବଶ୍ୟକ ଅଟେ। ସେ କହିଛନ୍ତି ଏବେ ଏହି ବୃଦ୍ଧିକୁ ଦେଖି ସଠିକ ପଦକ୍ଷେପ ଓ କଡ଼ା ନିୟମ ଆପଣାଇବାର ରହିଛି।

Leave A Reply

Your email address will not be published.