ରହସ୍ୟମୟୀ ମନ୍ଦିର : ଏଠାରେ ରହିଛି ଏକ ରହସ୍ୟମୟୀ ମନ୍ଦିର, ଯେଉଁଠାରେ ଆଖିରେ ପଟି ବାନ୍ଧି ପୂଜାରୀ କରନ୍ତି ପୂଜା

0

Get real time updates directly on you device, subscribe now.

Mysterious Temple of Uttarakhand: ଦେବଭୂମି ଉତ୍ତରାଖଣ୍ଡରେ ଅନେକ ରହସ୍ୟମୟୀ ମନ୍ଦିର ରହିଛି । ଏଥିମଧ୍ୟରୁ ଗୋଟିଏ ହେଉଛି ଚମୋଲିରେ ଥିବା ଲାଟୁ ଦେବତାଙ୍କ ମନ୍ଦିର । ଏହି ମନ୍ଦିରରେ ପୂଜାରୀ ମୁହଁ ଏବଂ ନାକରେ ପଟି ବାନ୍ଧି ପୂଜା କରନ୍ତି । ବିଶ୍ୱାସ ଅନୁଯାୟୀ, ଏହି ମନ୍ଦିରରେ ନାଗରାଜ ଅଦ୍ଭୁତ ମଣି ସହିତ ରୁହନ୍ତି । ଏହାକୁ ସାଧାରଣ ଲୋକେ ଦେଖିପାରିବେ ନାହିଁ । କେବଳ ଏତିକି ନୁହେଁ, ପୂଜାରୀ ମଧ୍ୟ ନିଜ ଆଖିରେ ପଟି ବାନ୍ଧି ପୂଜା କରନ୍ତି, ଯେପରିକି ସେହି ମହାନ୍ ରୂପ ଦେଖି ଡରି ନଯିବେ ।

ସ୍ଥାନୀୟ ଲୋକମାନେ ବିଶ୍ୱାସ କରନ୍ତି ଯେ ମଣିର ଅତ୍ୟଧିକ ଆଲୋକରେ ମଣିଷ ଅନ୍ଧ ମଧ୍ୟ ହୋଇପାରେ । କେବଳ ଏତିକି ନୁହେଁ, ପୂଜାରୀଙ୍କ ପାଟିର ଗନ୍ଧ ମଧ୍ୟ ଦେବତାଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଉଚିତ୍ ନୁହେଁ ଏବଂ ନାଗରାଜଙ୍କ ବିଷାକ୍ତ ଗନ୍ଧ ମଧ୍ୟ ପୂଜାରୀଙ୍କ ନାକ ପର୍ଯ୍ୟନ୍ତ ପହଞ୍ଚିବା ଉଚିତ୍ ନୁହେଁ ।

ଏହି ଦିନ ଖୋଲିଥାଏ ଦ୍ଵାର :-

ମନ୍ଦିରର ଦ୍ବାର କିମ୍ବା କବାଟ ବର୍ଷକୁ ଥରେ ବୈଶାଖ ମାସର ପୂର୍ଣ୍ଣିମା ଅବସରରେ ଖୋଲିଥାଏ । ଦ୍ୱାର ଖୋଳିବା ସମୟରେ ମଧ୍ୟ ମନ୍ଦିରର ପୂଜାରୀ ନିଜ ଆଖି ଏବଂ ପାଟିରେ ପଟି ବାନ୍ଧିଥାନ୍ତି । ଦ୍ୱାର ଖୋଲିବା ପରେ ଶ୍ରଦ୍ଧାଳୁମାନେ ଦେବତାଙ୍କ ଦର୍ଶନ ଦୂରରୁ ହିଁ କରିଥାନ୍ତି । ଏହି ମନ୍ଦିରରେ ବିଷ୍ଣୁ ସହସ୍ରନାମ ଏବଂ ଭଗବତୀ ଚଣ୍ଡିକା ପାଠର ଆୟୋଜନ ହୋଇଥାଏ । ସେହିପରି ମାର୍ଗଶୀର ଅମାବାସ୍ୟା ଦିନ ଦ୍ଵାର ବନ୍ଦ ହୋଇଥାଏ ।

ନନ୍ଦା ଦେବୀଙ୍କ ଭାଇ ଅଟନ୍ତି ଲାଟୁ ଦେବତା :-

ପୌରାଣିକ କଥା ଅନୁଯାୟୀ, ଲାଟୁ ଦେବତା ଉତ୍ତରାଖଣ୍ଡର ଆରାଧ୍ୟା ଦେବୀ ନନ୍ଦା ଦେବୀଙ୍କ ଧର୍ମ ଭାଇ ଅଟନ୍ତି । ଏହି ମନ୍ଦିର ପ୍ରତ୍ୟେକ 12 ବର୍ଷରେ ହେଉଥିବା ଶ୍ରୀ ନନ୍ଦା ଦେବୀ ରାଜ ଜାତର ଯାତ୍ରାର 12ତମ ପର୍ଯ୍ୟାୟ ମଧ୍ୟ ଅଟେ । ଲାଟୁ ଦେବତା ବାଣ ଠାରୁ ନେଇ ହେମକୁଣ୍ଡ ପର୍ଯ୍ୟନ୍ତ ନିଜ ଭଉଣୀ ନନ୍ଦା ଦେବୀଙ୍କ ସ୍ବାଗତ କରନ୍ତି । ବୈଶାଖ ପୂର୍ଣ୍ଣିମାରେ ପ୍ରତିବର୍ଷ ଏଠାରେ ସ୍ଥାନୀୟ ମେଳା ହୋଇଥାଏ, ଯେଉଁଥିରେ ଦୂର ଦୁରାନ୍ତରୁ ଲୋକମାନେ ଆସି ସାମିଲ ହୋଇଥାନ୍ତି ।

Leave A Reply

Your email address will not be published.