ଆସିଗଲା ନୂତନ ଟେକନିକ,ଏହି କବଚ ଆପଣଙ୍କୁ କରିଦେବ ମିଷ୍ଟର ଇଣ୍ଡିଆ,ଜାଣନ୍ତୁ ପୁରା ସୂଚନା

0

Get real time updates directly on you device, subscribe now.

Invisibility Shield Co: ବର୍ତ୍ତମାନ ଏପରି ଗୋଟିଏ ଟେକନିକ ଆସିଯାଇଛି, ଯାହା ଆପଣଙ୍କୁ ମିଷ୍ଟର୍ ଇଣ୍ଡିଆ କରିଦେବ । ବ୍ରିଟିଶ କମ୍ପାନୀ ଇନଭିଜିବିଲିଟି ସିଲ୍ଡକୁ ଗୋଟିଏ ଅନନ୍ୟ କବଚ ପ୍ରସ୍ତୁତ କରିଛି । ଯଦି କୌଣସି ବ୍ୟକ୍ତି ଏହି କବଚ ପଛରେ ଠିଆ ହୋଇଯାଏ, ତେବେ ସେ ବିଲକୁଲ ଦେଖାଯାଏ ନାହିଁ । ଯେଉଁଠାରେ ସିଲ୍ଡକୁ ଲଗାଯାଏ, ତାର ବ୍ୟାକଗ୍ରାଉଣ୍ଡ ଦେଖାଯାଏ । ସିଲ୍ଡ ପଛରେ ଦେଖାଯାଉଥିବା ଦୃଶ୍ୟରେ ବ୍ୟକ୍ତି ଗାଏବ ହୋଇଯାଏ । ଏହି ଟେକନିକକୁ ଇନଭିଜିବଲ ଶିଲ୍ଡ ବୋଲି ନାମ ଦିଆଯାଇଛି ।

ବାସ୍ତବରେ ଇନଭିଜିବଲ ଶିଲ୍ଡ ଗୋଟିଏ ପାରଦର୍ଶି ଦେଖାଯାଉଥିବା ପ୍ଲାଷ୍ଟିକ ପ୍ୟାନେଲ ଅଟେ । ଏହି ପ୍ୟାନେଲକୁ କୌଣସି ପ୍ରକାରର ଚାର୍ଜ ଦରକାର୍ ପଡେନାହିଁ । ଏହାକୁ ତିଆରି କରିବାପାଇଁ ଅପ୍ଟିକଲ ଲେନ୍ସ ବ୍ୟବହାର କରାଯାଇଛି । ଅପ୍ଟିକଲ ଲେନ୍ସ ଆଲୋକକୁ ପରିବର୍ତ୍ତିତ କରିଦିଏ, ଯେଉଁ କାରଣରୁ ଏହା ପଛରେ ଠିଆ ହୋଇଥିବା ମଣିଷ ଦେଖାଯାଏ ନାହିଁ । ଏହା ପଛରେ ମଣିଷର ଯେତେ ଶରୀର ରହିଥାଏ, ତାହା ଗାଏବ ହୋଇଯାଏ ।

ବିଜ୍ଞାନର ଲେଣ୍ଟିକୁଲର ପ୍ରିଣ୍ଟୀଙ୍ଗ ଟେକନିକ ଉପରେ ଏହି ଶିଲ୍ଡ କାମ କରିଥାଏ । ଏହା ଥ୍ରୀ ଡାଇମେନ୍ସନାଲ୍ ଚିତ୍ର ପରି ଅଟେ । ଅଲଗା ଅଲଗା ଆଙ୍ଗେଲରୁ ଦେଖିଲେ ଅଲଗା ଅଲଗା ଦେଖାଯାଏ । କମ୍ପାନୀ ଦାବି କରିଛି ଯେ ଶିଲ୍ଡ ପଛରେ ଠିଆ ହୋଇଥିବା ମଣିଷକୁ 5 ମିଟର କିମ୍ବା 100 ମିଟର ଦୂରରୁ ଦେଖାଗଲେ, ସେ ଦେଖାଯିବ ନାହିଁ ।

କମ୍ପାନୀ କହିଛି ଯେ ଏହି ଶିଲ୍ଡ ଆଲୋକକୁ ଏପଟ ସେପଟ ଏବଂ ରିଫ୍ଲେକ୍ଟ କରିଥାଏ, ଯେଉଁ କାରଣରୁ ଏହା ପଛରେ ଥିବା ମଣିଷ ଦେଖାଯାଏ ନାହିଁ । ଯେ କେହି ବି ଦୂରରୁ ଯେତେବେଳେ ଦେଖେ, ତେବେ ଶିଲ୍ଡ ପଛରେ ଥିବା ମଣିଷ ଦେଖାଯାଏ ନଥାଏ । ଶିଲ୍ଡରେ ମଣିଷ ପଛରେ ଥିବା ବ୍ଯାକଗ୍ରାଉଣ୍ଡ ହିଁ କେବଳ ଦେଖାଯାଏ । ଯାହା ହରିଯୋଣ୍ଟଲି ସେଟ୍ କରାଯାଇଥାଏ । କ୍ରାଉଡ ଫଣ୍ଡିଂ ମାଧ୍ୟମରେ ଏହି ପ୍ରୋଜେକ୍ଟ ପାଇଁ ଏପ୍ରିଲ 6ତାରିଖ 2022 ପର୍ଯ୍ୟନ୍ତ 1.62 କୋଟି ଟଙ୍କା ମିଳିଛି ।

କମ୍ପାନୀ କହିଛି ପଇସା ସଂଗ୍ରହ କରି ବର୍ତ୍ତମାନ ଆହୁରି ଶିଲ୍ଡ ତିଆରି କରିବ । କମ୍ପାନୀ ଦୁଇ ଆକାରରେ ଏହି ଶିଲ୍ଡ ତିଆରି କରୁଛି । ପ୍ରଥମ 12.2 ଇଞ୍ଚ ଲମ୍ବା ଏବଂ 8.3 ଇଞ୍ଚ ଚଉଡ଼ା ଅଟେ ଯାହାର ମୂଲ୍ୟ 64 ଡ଼ଲାର (4858 ଟଙ୍କା) ଅଟେ ଏବଂ ଦ୍ୱିତୀୟ ଏହାଠାରୁ ତିନି ଗୁଣା ବଡ ଏବଂ ଏହାର ମୂଲ୍ୟ 391 ଡ଼ଲାର ( 29,678 ଟଙ୍କା) ଅଟେ ।

Leave A Reply

Your email address will not be published.