କରୋନା ଚତୁର୍ଥ ଲହର : ବର୍ତ୍ତମାନ ଆଖି ଉପରେ ପଡୁଛି କରୋନାର ପ୍ରଭାବ, ଏହା ହେଉଛି ୩ଟି ସବୁଠାରୁ ବଡ ଲକ୍ଷଣ

0

Get real time updates directly on you device, subscribe now.

କରୋନା ଭାଇରସର ଏକ୍ସଇ ଭାରିଆଣ୍ଟକୁ ନେଇ ଏକ୍ସପର୍ଟ କହିଛନ୍ତି ଯେ ଏହା ପୁରୁଣା ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ଅଟେ, କିନ୍ତୁ ଏହା ସେତେ ସାଙ୍ଘାତିକ ନୁହେଁ । ଏହାସହିତ ଏକ୍ସପର୍ଟ କହିଛନ୍ତି ଯେ ଭାରତରେ ଅଧିକାଂଶ ଲୋକମାନଙ୍କ ମଧ୍ୟରେ ଆଣ୍ଟିବଡି ରହିଛି, ଏହି କାରଣରୁ ଏକ୍ସଇ ଭାରିଆଣ୍ଟର ପ୍ରଭାବ ଏତେ ଅଧିକ ନାହିଁ । ଏପରି ପରିସ୍ଥିତିରେ ଲୋକମାନେ ଅଧିକ ଅବହେଳିତ ହୋଇ ଚାଲିଛନ୍ତି ଏବଂ ଏହାକୁ ହାଲକା ବୁଝି ଭୁଲ କରୁଛନ୍ତି । କେବଳ ଏତିକି ନୁହେଁ, ଲୋକମାନେ ସାମାଜିକ ଦୂରତାକୁ ମଧ୍ୟ ଅନୁସରଣ କରୁନାହାଁନ୍ତି ଏବଂ ଏହି କାରଣରୁ ସଂକ୍ରମଣ ବଢ଼ିବାରେ ଲାଗିଛି ।

ଆଖି ଉପରେ ପଡୁଛି କରୋନା ଭାଇରସର ପ୍ରଭାବ :-

କରୋନା ଭାଇରସର ସାଧାରଣ ଲକ୍ଷଣ ଗୁଡ଼ିକ ମଧ୍ୟରେ ଜ୍ଵର ଏବଂ ଥଣ୍ଡା କାଶ ରହିଛି, କିନ୍ତୁ କିଛି ଲକ୍ଷଣ ଏପରି ମଧ୍ୟ ରହିଛି ଯାହା ଆପଣଙ୍କ ଆଖିରେ ଦେଖାଯାଇପାରେ । ତେବେ ଏହା ଜରୁରୀ ନୁହେଁ ଯେ କୋଭିଡ-19 ର ସବୁ ଲକ୍ଷଣ ସବୁ ଲୋକଙ୍କ ମଧ୍ୟରେ ଦେଖାଯିବ । ଏହା ସତ୍ତ୍ବେ ମଧ୍ୟ କରୋନାର ବଢୁଥିବା ସଂକ୍ରମଣ ଠାରୁ ବଞ୍ଚିବା ପାଇଁ ଏହାର ସବୁ ଲକ୍ଷଣ ବିଷୟରେ ସୂଚନା ରହିବା ଜରୁରୀ ଅଟେ ।

ଆଖିରେ ଦେଖାଯାଏ କରୋନାର ଏପରି ଲକ୍ଷଣ :-

ଏଙ୍ଗଲିୟା ରସ୍କିନ ୟୁନଭରସିିଟିର ଅନୁସନ୍ଧାନକାରୀ ମାନେ କରୋନାକୁ ନେଇ ନିଜ ଷ୍ଟଡିରେ ପାଇଛନ୍ତି ଯେ ଆଖିରେ ଯନ୍ତ୍ରଣା ହେବା କରୋନାର ଗୋଟିଏ ଲକ୍ଷଣ ହୋଇପାରେ । ଏହାବ୍ୟତୀତ ଆଖିରେ କୁଣ୍ଡାଇ ହେବା ଏବଂ ଆଖି ଶୁଖିଲା ରହିବା ମଧ୍ୟ କରୋନାର ଲକ୍ଷଣ ସହ ଜଡ଼ିତ ହୋଇପାରେ । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଲକ୍ଷଣଗୁଡ଼ିକୁ ଅଣଦେଖା କରିବା ଉଚିତ୍ ନୁହେଁ ।

କୁଣ୍ଡାଇ ହେବା ଏବଂ ଶୁଖିଲା ରହିଲେ ହୋଇଯାନ୍ତୁ ସାବଧାନ :-

ଏହାବ୍ୟତୀତ ଆଖିରେ କୁଣ୍ଡାଇ ହେବା ଏବଂ ଆଖି ଶୁଖିଲା ରହିବା ମଧ୍ୟ କରୋନାର ଲକ୍ଷଣ ହୋଇପାରେ । ଆଖି କୁଣ୍ଡାଇ ହେଲେ କିମ୍ବା ଶୁଖିଲା ରହିଲେ ଏହାକୁ ହାଲକାରେ ନିଅନ୍ତୁ ନାହିଁ ।

ଆଖି ଲାଲ ହେବା :-

କରୋନାର ସାଧାରଣ ଲକ୍ଷଣକୁ ନେଇ WHO କହିଛି ଯେ ଆଖି ଲାଲ ହେବା ଏବଂ ପିଙ୍କ ହେବା ଗୋଟିଏ ସମ୍ଭାବିତ ଲକ୍ଷଣ ହୋଇପାରେ । ଗୋଟିଏ ଅନୁସନ୍ଧାନରେ ବୈଜ୍ଞାନିକମାନେ ଲୁହରେ କରୋନା ଭାଇରସ ଆରଏନଏ ପାଇଛନ୍ତି । ଆଖିରେ ଯନ୍ତ୍ରଣା ଏବଂ ଏହିପରି ଲକ୍ଷଣ ଦେଖାଗଲେ ତୁରନ୍ତ ସାବଧାନ ହୋଇଯିବା ଉଚିତ୍ ।

Leave A Reply

Your email address will not be published.