ଏହି ୩ଟି ପରିସ୍ଥିତି ଯଦି ଉପୁଜେ ତା ହେଲେ ଋଷ ଉପରେ ଆମେରିକା ନିଶ୍ଚିତ ଆକ୍ର-ମଣ କରିବ ! ଜାଣନ୍ତୁ କେଉଁ କେଉଁ ପରିସ୍ଥିତି !

0

Get real time updates directly on you device, subscribe now.

ଋଷ ଓ ୟୁକ୍ରେନ ମଧ୍ୟରେ ଆଜକୁ ଲଗାତର ୫୦ ଦିନ ଧରି ଭୀଷଣ ଲ-ଢ଼େ-ଇ ଜାରି ରହିଛି। ୟୁକ୍ରେନର ରାଜଧାନୀ କୀଭକୁ ଦଖଲ କରିବା ପାଇଁ ଋଷର ସେନା ସମସ୍ତ ପ୍ରକାର ପ୍ରୟାସ କରୁଛି। କିନ୍ତୁ ୟୁକ୍ରେନ ସେନା ମଧ୍ୟ ଋଷ ସେନାକୁ ବର୍ତ୍ତମାନ କଡ଼ା ଟ-କ୍କ-ର ଦେଉଛି। ଯାହା ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ କୀଭ ଋଷର ଦଖ-ଲକୁ ଆସିପାରିନାହିଁ।

ଆମେରିକା ସମେତ ପଶ୍ଚାତ୍ୟ ଦେଶଗୁଡ଼ିକର କ୍ରମାଗତ ୟୁକ୍ରେନକୁ ଆର୍ଥିକ ଓ ସାମରିକ ସହାୟତା ଯୋଗାଇ ଦେଉଛନ୍ତି । ପଶ୍ଚାତ୍ୟ ଦେଶଗୁଡ଼ିକ ପୋଲାଣ୍ଡ ଓ ବାଲ୍ଟିକ ଦେଶଗୁଡ଼ିକ ଦେଇ ୟୁକ୍ରେନକୁ ଯୁ-ଦ୍ଧ ସାମଗ୍ରୀ ଓ ଅ-ସ୍ତ୍ରଶ-ସ୍ତ୍ର ମଧ୍ୟ ଯୋଗାଉଛନ୍ତି। ଋଷର ଆକ୍ର-ମଣ ବି-ରୋ-ଧରେ ଆମେରିକାର ନେତୃତ୍ୱରେ ନାଟୋ ପୁଣିଥରେ ସକ୍ରିୟ ହେବାରେ ଲାଗିଛି। ବ୍ରିସେଲ୍ସରେ ନାଟୋ ଦେଶର ପ୍ରତିରକ୍ଷା ମନ୍ତ୍ରୀମାନେ ୟୁକ୍ରେନକୁ ସହାୟତା ଯୋଗାଇବା ପାଇଁ ଏହି ବୈଠକ କରିଛନ୍ତି।

ବୁଚାରେ ଋଷର ନରସଂହାର ପରେ ୟୁକ୍ରେନକୁ ଋଷ ସହ ଲ-ଢ଼ି-ବା ପାଇଁ ନିଜ ଅ-ସ୍ତ୍ରଶ-ସ୍ତ୍ର ଯୋଗାଇବା କାର୍ଯ୍ୟ ଦ୍ରୁତରେ କରାଯାଇଛି। ଏପରି ମନେ କରାଯାଉଛିକି ୟୁକ୍ରେନକୁ ର-କ୍ଷା କରିବା ପାଇଁ ଆମେରିକା ମଧ୍ୟ ଋଷ ଉପରେ ଆକ୍ର-ମଣ କରିବାକୁ ପଛଘୁଞ୍ଚା ଦେବ ନାହିଁ। ଆସନ୍ତୁ ଜାଣିବା ଏପରି ୩ଟି ସ୍ଥିତି କ’ଣ ରହିଛି, ଯେଉଁ କାରଣରୁ ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଆମେରିକା ଋଷ ଉପରେ ଆକ୍ର-ମଣ କରିପାରେ? ଏହା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ନାଟୋ ଦେଶଗୁଡ଼ିକ ଋଷ ସହ ସିଧାସଳଖ ଯୁ-ଦ୍ଧ କରିବାକୁ କାହିଁକି ଡ-ରୁଛନ୍ତି? କ’ଣ ଏହି ଯୁ-ଦ୍ଧ ଆହୁରି ଦୀର୍ଘ ସମୟ ଧରି ଚାଲିବକି?

ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ କେତେ ମାତ୍ରାରେ ସାମରିକ ସହାୟତା ଯୋଗାଇଛନ୍ତି:-

ବର୍ତ୍ତମାନ ପର୍ଯ୍ୟନ୍ତ ୩୦ରୁ ଅଧିକ ପଶ୍ଚିମ ଦେଶ ସାମରିକ ସହାୟତା ଯୋଗାଇଛନ୍ତି। ଏଥିରେ ଆଣ୍ଟି-ଟ୍ୟାଙ୍କ ଓ ମିସାଇଲ ପ୍ରତିରୋଧକ ଡିଫେନ୍ସ ସିଷ୍ଟମ-ଜେବଲିନ୍ ମିସାଇଲ ମଧ୍ୟ ସାମିଲ ଅଛି। ବ୍ରିଟେନକୁ ସହଜରେ ପରିବହନ କରାଯାଇପାରୁଥିବା ଷ୍ଟାରଷ୍ଟ୍ରୀକ ପୋର୍ଟାବଲ ଏୟାର ଡିଫେନ୍ସ ସିଷ୍ଟମ ଦେଇଛି। ୟୁରୋପିୟ ସଂଘ ୮.୨ କୋଟି ଟଙ୍କାର ଆର୍ଥିକ ସହାୟତା ଓ ଆମେରିକା ୧୩ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଷ୍ଟିଙ୍ଗର ମିସାଇଲ ମଧ୍ୟ ୟୁକ୍ରେନକୁ ଯୋଗାଇ ଦିଆଯାଇଛି। ଏହାକୁ ସୈନିକ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯାଇ ପାରିବେ। ଚେକ ରିପବ୍ଲିକ ୟୁକ୍ରେନକୁ ଟି-୭୨ ଟ୍ୟାଙ୍କ ପଠାଇଛି ଓ ସ୍ଲୋଭାକିଆ ଏସ-୩୦୦ ଏୟାର ଡିଫେନ୍ସ ସିଷ୍ଟମ ଦେଉଛି।

ୟୁକ୍ରେନକୁ କେଉଁ କେଉଁ ଅ-ସ୍ତ୍ରଶ-ସ୍ତ୍ର ଆମେରିକା ଦେଇଛି:-

ଆମେରିକା ୟୁକ୍ରେନକୁ ଯୁ-ଦ୍ଧ ବିମାନ ଖସାଇବା ପାଇଁ ୮୦୦ ଷ୍ଟିଙ୍ଗର ମିସାଇଲ ଦେଇଛି। କାନ୍ଧରେ ଟ୍ୟାଙ୍କ ରଖି ଧ୍ୱଂ-ସ କରୁଥିବା ୨୦୦୦ ଜେବଲିନ ମିସାଇଲ, ୬୦୦୦ AT-4 ଆଣ୍ଟି ଆର୍ମର ସିଷ୍ଟମ ପଠାଇଛି।

କ’ଣ ଆମେରିକା ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଋଷ ଉପରେ ଆକ୍ର-ମଣ କରିବ?:-

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତିଯେ, ପୂର୍ବ ଡୋନବାସ ଅଞ୍ଚଳରେ ଋଷର ଏହି ଆକ୍ର-ମଣକୁ ରୋକିବା ପାଇଁ ତୁରନ୍ତ ପାଶ୍ଚାତ୍ୟ ଦେଶଗୁଡିକର ଆଧୁନିକ ଅ-ସ୍ତ୍ରଶ-ସ୍ତ୍ରର ଆବଶ୍ୟକତା ରହିଛି। ଏହାସହ ତୁରନ୍ତ ଜାଭେଲିନ୍ NLAW ପରବର୍ତ୍ତୀ ଜେନେରେସନ ଆଣ୍ଟି ଟ୍ୟାଙ୍କ୍ ୱେପନ୍, ଷ୍ଟିଙ୍ଗର୍ ଏବଂ ଷ୍ଟାରଷ୍ଟ୍ରିକ ଆଣ୍ଟି ଟ୍ୟାଙ୍କ ଏବଂ ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲର ଆବଶ୍ୟକତା ରହିଛି। ୟୁକ୍ରେନର ସେନା ପୂର୍ବରୁ ପାଶ୍ଚାତ୍ୟ ଦେଶରେ ନିର୍ମିତ ଏହି ଅ-ସ୍ତ୍ରଶ-ସ୍ତ୍ରକୁ ବ୍ୟବହାର କରୁଛନ୍ତି। ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ବିପୁଳ ପରିମାଣର ଅ-ସ୍ତ୍ର ଶ-ସ୍ତ୍ର ମଧ୍ୟ ପ୍ରଦାନ କରୁଛନ୍ତି।

ଏହି ଅ-ସ୍ତ୍ରଶ-ସ୍ତ୍ର ପାଇଁ ଋଷକୁ ୟୁକ୍ରେନରେ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ଯୁ-ଦ୍ଧ ଆରମ୍ଭ ହେବାର ୪୯ ଦିନ ବିତିଗଲାଣି, କିନ୍ତୁ ଋଷ ବର୍ତ୍ତମାନ ପର୍ଯ୍ୟନ୍ତ କୀଭ ଦ-ଖ-ଲ କରିବାରେ ସଫଳ ହୋଇପାରି ନାହିଁ। ବିଶେଷଜ୍ଞମାନଙ୍କ ମତରେ ନାଟୋର ଏପରି ପ୍ରତିକ୍ରିୟା ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର କ୍ରୋ-ଧକୁ ବଢ଼ାଇବ। ଅ-ସ୍ତ୍ରଶ-ସ୍ତ୍ର ଦେବା ପ୍ରସଙ୍ଗରେ ପୁଟିନ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଚେ-ତାବ-ନୀ ଦେଇସାରିଛନ୍ତି। ପୁଟିନଙ୍କ ଚେ-ତାବ-ନୀ ସତ୍ତ୍ୱେ ଆମେରିକା ସମେତ ସମସ୍ତ ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ଅଧିକ ମାତ୍ରାରେ ଅ-ସ୍ତ୍ର ଯୋଗାଉଛନ୍ତି।

ଏହି ୩ଟି ପରିସ୍ଥିତିରେ ଋଷ-ୟୁକ୍ରେନ ଯୁ-ଦ୍ଧରେ ଆମେରିକା ଓ ନାଟୋ ସାମିଲ ହୋଇପାରନ୍ତି:-

୧। ପଶ୍ଚିମ ଦେଶଗୁଡ଼ିକରୁ ମିଳିଥିବା ଆଣ୍ଟି-ଶିପ ମିସାଇଲରୁ ଋଷ ଉପରେ ଆକ୍ର-ମଣ ହେଲେ:-

ଗୋଟିଏ ପରିସ୍ଥିତି ଏପରି ମଧ୍ୟ ହୋଇପାରେ ଯେ ଯଦି ୟୁକ୍ରେନ ଓଡେସାରୁ ଆମେରିକା ଓ ନାଟୋ ଦେଶଗୁଡ଼ିକରୁ ମିଳିଥିବା ଆଣ୍ଟି-ଶିପ୍ ମିସାଇଲକୁ କଳା ସାଗରରେ ମୁତୟନ ଥିବା ଋଷର ଯୁ-ଦ୍ଧ ଜାହାଜ ଉପରେ ଟା-ର୍ଗେ-ଟ କରେ ଏବଂ ଏହି ଆକ୍ର-ମଣରେ ଋଷର ୧୦୦ ନାବିକ ଓ ଡଜନ ଡଜନ ମରୀନ ନି-ହ-ତ ହୁଅନ୍ତି । ତେବେ ପୁଟିନଙ୍କ ଉପରେ ବର୍ତ୍ତମାନ ଚାପ ବୃଦ୍ଧି ପାଇବ। ଯାହା ଫଳରେ ଋଷ ଉପରେ ପ୍ରତି-ଶୋଧ ନେବାର ଚାପ ମଧ୍ୟ ବଢ଼ିବାକୁ ଲାଗିବ। ଯେଉଁ ୟୁରୋପୀୟ ଦେଶ ଏହି ଅ-ସ୍ତ୍ରଶ-ସ୍ତ୍ରକୁ ଯୋଗାଇଥିବେ, ସେହି ଦେଶଗୁଡ଼ିକ ଉପରେ ଋଷ ଆକ୍ର-ମଣ କରିବ। ଏହି କାରଣରୁ ଆମେରିକା ମଧ୍ୟ ନାଟୋ ଦେଶଗୁଡିକୁ ର-କ୍ଷା କରିବା ପାଇଁ ଯୁ-ଦ୍ଧରେ ଓହ୍ଲାଇବ।

୨। ଯଦି ପୋଲାଣ୍ଡରୁ ମିଳୁଥିବା ସାମରିକ ସହାୟତା ଉପରେ ଋଷ ଆକ୍ର-ମଣ କରେ:-

ଦ୍ୱିତୀୟ ସ୍ଥିତି ଏହା ହୋଇପାରେକି, ୟୁକ୍ରେନକୁ ପୋଲାଣ୍ଡ ମାର୍ଗ ଦେଇ ମିଳୁଥିବା ସାମରିକ ସହାୟତା ଉପରେ ଋଷ ଆକ୍ର-ମଣ କରିପାରେ। ପୋଲାଣ୍ଡ ପଶ୍ଚିମ ଦେଶଗୁଡ଼ିକ ଓ ୟୁକ୍ରେନ ମଧ୍ୟ ବ୍ରିଜ ଭଳି କାମ କରୁଅଛି। ପୋଲାଣ୍ଡ ସୀମା ସହିତ ୟୁକ୍ରେନ ଲାଗିଛି। ଏପରି ସ୍ଥିତିରେ ଯଦି ୟୁକ୍ରେନକୁ କୌଣସି ସାମରିକ ସହାୟତା ପହଞ୍ଚାଇବାର ଅଛି ତେବେ ପଶ୍ଚିମ ଦେଶଗୁଡ଼ିକ ପୋଲାଣ୍ଡର ରାସ୍ତା ଦେଇ ପହଞ୍ଚାଇଥାନ୍ତି। ଯଦି ଋଷ ଏହି ସମୟରେ ନାଟୋ ଦେଶର ସାମରିକ ସାମଗ୍ର ଉପରେ ମିସାଇଲ ମାଡ଼ କରେ ଓ ନାଟୋ ଦେଶର ଲୋକ ନି-ହ-ତ ହୁଅନ୍ତି। ତେବେ ଏହି ସ୍ଥିତିରେ ନାଟୋର ଆର୍ଟିକାଲ ୫ ଲାଗୁ ହୋଇପାରେ। ଏହି ପରିସ୍ଥିତିରେ ଋଷ ଆକ୍ର-ମଣର ଶି-କା-ର ହୋଇଥିବା ଦେଶର ସହାୟତା ପାଇଁ ଆମେରିକା ଓ ନାଟୋ ଦେଶ ସାମ୍ନାକୁ ଆସିପାରେ।

୩। ରାସାୟନିକ ଆକ୍ର-ମଣ ସ୍ଥିତିରେ:-

ତୃତୀୟ ପରିଦୃଶ୍ୟ କେମିକାଲ ବା ରାସାୟନିକ ଆକ୍ରମଣର ପରିସ୍ଥିତି ହୋଇପାରେ। ଡୋନବାସ ଅଞ୍ଚଳ ସ୍ଥିତ ମାରିୟୁପୋଲ ୟୁକ୍ରେନର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟୋଗିକ କେନ୍ଦ୍ର ଅଟେ। ଏପରି ପରିସ୍ଥିତିରେ ଭୀଷଣ ଲ-ଢ଼େ-ଇ ହେଲେ କୌଣସି ଉଦ୍ୟୋଗିକ କେନ୍ଦ୍ରରେ ଭୀଷଣ ଧମାକା ହେବା ଯୋଗୁଁ ବି-ଷା-କ୍ତ ରାସାୟନିକ ଗ୍ୟାସ୍ ଲିକ ମଧ୍ୟ ହୋଇପାରେ। ଯୁ-ଦ୍ଧ ସମୟରେ ଏପରି ହୋଇସାରିଛି। କିନ୍ତୁ ସେହି ସମୟରେ କୌଣସି ମୃ-ତ୍ୟୁ ଘଟିନଥିଲା। ଯଦି ସିରିୟାର ଘୁଟା ପରି କେମିକାଲ ଆକ୍ର-ମଣ ହେବା ପରେ ୟୁକ୍ରେନରେ ମୃ-ତ୍ୟୁ ହୁଏ ଓ ଏହା ଜଣାପଡ଼େକି ଋଷ ହିଁ ରାସାୟନିକ ଆକ୍ର-ମଣ କରିଛି ଆମେରିକା ସିଧାସଳଖ ଏହି ଯୁ-ଦ୍ଧରେ ସାମିଲ ମଧ୍ୟ ହୋଇପାରେ।

Leave A Reply

Your email address will not be published.