ଦେଖନ୍ତୁ ଭିଡ଼ିଓ : କେଵେ ଦେଖି ନଥିବେ ଏମିତି କାର ପାର୍କିଙ୍ଗ କରିବାର,ଆଉ ଦେଖିଲାମନେ ଆପଣ ନିଶ୍ଚିତ କହିବେ – ମିଳିଗଲା “ପାର୍କିଂ ମାଷ୍ଟର”

0

Get real time updates directly on you device, subscribe now.

ସଡକରେ ଅଲଗା ଅଲଗା ଓ ବିଭିନ୍ନ ତରିକାରେ ଗାଡି ପାର୍କିଂ କରୁଥିବା ଆପଣ ବି ବହୁତ ଲୋକଙ୍କୁ ଦେଖିଥିବେ|କିନ୍ତୁ ଆଜି ମୁଁ ଆପଣଙ୍କୁ ଯେଉଁ ଭିଡିଓ ଦେଖାଇବାକୁ ଯାଉଛି ଯାହା ଚୀନର ଚେଙ୍ଗାକିନ ସହରର ଅଟେ ଯେଉଁଠାର ସିସିଟିଭି କ୍ୟାମେରା ଏକ ଖତରନାକ ଘଟଣା ରେକର୍ଡ କରିଛି|ଏହି ଭିଡିଓରେ ଗୋଟିଏ କାର ନିୟନ୍ତ୍ରଣ ହରାଇ ଡିଭାଇଡରରେ ଧକ୍କା ହେବାପରେ ହାୱରେ ଉଡେ|ଏହାପରେ ପୂର୍ବରୁ ପାର୍କିଂ ସ୍ଥାନରେ ଥିବା କାରକୁ ଲଙ୍ଘି ଓ ଧକ୍କା କରି ଏହି କାର ଗୋଟିଏ ଖାଲି ପାର୍କିଂ ସ୍ଥାନରେ ପହଞ୍ଚି ଯାଇଥାଏ|ଧକ୍କା ହେବା ଫଳରେ ସେହି କାର ସଠିକ ପାର୍କିଂ ସ୍ଥାନରେ ପହଞ୍ଚି ଯାଇଥାଏ|

ରେଡିଟରେ ପୋଷ୍ଟ କରାଯାଇଥିବା ଏହି ଖତରନାକ ଭିଡିଓରେ ଦ୍ରୁତଗାମୀ କାର ପାର୍କିଂରେ ଛିଡା ହୋଇଥିବା ସବୁଠାରୁ ପ୍ରଥମ କାରକୁ ଧକ୍କା ଦେଇଥାଏ,ପୁଣି ଅନ୍ୟ କାରକୁ ପଲଟେଇ ଦେଇଥାଏ ଓ ହାୱରେ ଉଡି ପୁଣି ଠିକ ଜାଗାରେ ପାର୍କିଂ କରିଥାଏ|ଏହାପରେ କାରରେ ବସିଥିବା ଲୋକ କାରରୁ ବାହାରି ଆଗକୁ ବଢି ଯାଇଥାଏ|ଏହି ଭିଡିଓରେ ହଜାର ହଜାର ଲୋକ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, କିଛି କାର ଚାଳକକୁ ମାଷ୍ଟର ଅଫ ପାର୍କିଂ କହୁଛନ୍ତି କିଛି ଏହାକୁ ଲାଇକ ଏ ଗ୍ଲଭ ମୁଭି ସିନ କହୁଛନ୍ତି|

କାରର ଦୁର୍ଘଟଣାଗ୍ରସ୍ତ ହେବା ଓ ପାର୍କିଂ ସ୍ଥାନରେ ଧୋକାରେ ଲାଗିଯିବା ଉପରେ ୟୁଜର ମଜାଦାର କମେଣ୍ଟ କରୁଛନ୍ତି|ଜଣେ ଏହାକୁ ପାର୍କିଂ ମାଷ୍ଟର କହିଛନ୍ତି ଆଉ ଜଣେ ଲେଖିଛନ୍ତି ସଠିକ ପ୍ଲେସ|ଏହା ବ୍ୟତୀତ ଲୋକମାନେ ଏହାକୁ ବେଞ୍ଚୁରା ନାମକ ଫିଲ୍ମର ନୂଆ ଆକ୍ସନ ସିକ୍ୟୁଏନ୍ସ କହୁଛନ୍ତି ଯେଉଁଥିରେ ଜିମ କେରୀ ଏଭଳି ଷ୍ଟାଇଲରେ ଦେଖାଯାଏ|ଏହି ଫିଲ୍ମରେ ମଧ୍ୟ ଜିମ କେରୀଙ୍କ କାର ହାୱରେ ଉଡିଯାଇ ବହୁ ପଲଟି ମାରେ ଓ ପରେ ସଠିକ ଜାଗାରେ କାର ପାର୍କିଂ କରିଥାଏ|

Leave A Reply

Your email address will not be published.