ମୁଣ୍ଡ ଉପରେ ପାଣି ବୋତଲ ରଖି ସାଇକେଲ ଉପରେ ୧୫ ହଜାର କିଲୋମିଟରର ଯାତ୍ରା ! ଯାତ୍ରାର କାରଣ ଜାଣିଲେ ସାଲୁଟ କରିବେ !

0

Get real time updates directly on you device, subscribe now.

ସାଇକେଲରେ ଯାତ୍ରା କରିବାକୁ ଅନେକ ଲୋକଙ୍କୁ ଭଲ ଲାଗେ, କିନ୍ତୁ ଯଦି କେହି କୁହେକି ଆପଣଙ୍କୁ ସାଇକେଲରେ ୧୫ହଜାର କିଲୋମିଟର ଯାତ୍ରା କରିବାକୁ ହେବ। ହୋଇପାରେ ଆପଣଙ୍କୁ ଏହା ସହଜ ଲାଗିପାରେ। କିନ୍ତୁ ଏହା ସହିତ ଏକ ସର୍ତ୍ତ ହେଉଛିକି ଏହି ଯାତ୍ରା ସମୟରେ ଆପଣଙ୍କୁ ନିଜ ମୁଣ୍ଡ ଉପରେ ଏକ ପାଣି ବୋତଲ ରଖିବାକୁ ପଡିବ। ଆଶ୍ଚର୍ଯ୍ୟ ହୋଇ ଗଲେ ନା! ଆଜ୍ଞା ହଁ ଏହି କଥା ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଥିବେ କିନ୍ତୁ ଜଣେ ଅବସରପ୍ରାପ୍ତ ଫୌଜି କରିଦେଖାଇଛନ୍ତି। ଆଜାଦ ସିଂ ପାଣି ର-କ୍ଷା କର ସନ୍ଦେଶ ଦେବା ପାଇଁ ଏକ ଅଲଗା ପ୍ରକାର ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପାଣି ର-କ୍ଷା କରିବା ପାଇଁ ଏହି କା-ରନା-ମା:-

ଆମେ ସମସ୍ତେ ସବୁବେଳେ ‘ଜଳ ଅଛି ତୋ କାଲି ଅଛି’ ପରି ସ୍ଲୋଗାନ ଶୁଣିଥାଉ। କିନ୍ତୁ ଏହି ସ୍ଲୋଗାନର ପ୍ରଭାବ ରାଜସ୍ଥାନର ଜଣେ ଅବସରପ୍ରାପ୍ତ ଫୌଜି ଆଜାଦ ସିଂ ଉପରେ ଏତେ ଗଭୀର ପ୍ରଭାବ ପଡିଲାକି ସେ ଏକ ବୋତଲକୁ ନିଜ ମୁଣ୍ଡ ଉପରେ ରଖି ସମଗ୍ର ପ୍ରଦେଶ ଯାତ୍ରାରେ ବାହାରିପଡିଲେ।

ଯମୁନାର ନଜର ଦେବାର ଦା-ବି:-

ଏମିତି ଗରମରେ ଯେତେବେଳେ ଦେଶର ଅନେକ କ୍ଷେତ୍ରରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଅନେକ କ୍ଷେତ୍ରରେ ଭୂଜଳ ସ୍ତର ମଧ୍ୟ ବହୁତ ତଳକୁ ଆସି ଯାଇଛି। ଏମିତିରେ ଭୂଜଳକୁ ଅଯଥା ଖର୍ଚ୍ଚକୁ ରୋକିବା ଓ ବର୍ଷା ଜଳ ସଂର-କ୍ଷଣର ସ-ନ୍ଦେ-ଶ ଦେବା ସହିତ ଝୁଂଝୁନକୁ ଯମୁନା ନଦୀର ପାଣି ଦେବା ପାଇଁ ଦାବିରୁ ନେଇ ଅବସରପ୍ରାପ୍ତ ଫୌଜି ଆଜାଦ ସିଂ ରାଜ୍ୟର ୧୫ହଜାର କିଲୋମିଟର ଲମ୍ବା ସାଇକେଲ ଯାତ୍ରାରେ ଯିବାକୁ ପ୍ରସ୍ତୁତ କରୁଛନ୍ତି। ଆଜାଦ ସିଂ ନିଜର ଏହି ଯାତ୍ରା ପାଇଁ ପ୍ରସ୍ତୁତିରେ ଲାଗିଛନ୍ତି।

କଣ କୁହନ୍ତି ଆଜାଦ ସିଂ:-

ଆଜାଦ ସିଂ କହିଛନ୍ତିଯେ ଶେଖୱାଟୀରେ ବିଶେଷ କରି ଝୁଂଝୁନରେ ଜଳ ଅ-ଭା-ବ ରହିଛି। ଏଠାରେ ଭୂତଳ ଜଳ ସ୍ତର ଯଥେଷ୍ଟ ହ୍ରାସ ପାଇଛି। ବର୍ତ୍ତମାନ ହେଡ୍ସ ବ୍ରେକିଙ୍ଗ୍ ମେସିନ ଆସିଛି, ଯାହା ଏକ ଗଭୀରରୁ ଜଳ ଆଣୁଛି। ଜଳର ଅପଚୟ ବ୍ୟୟ ଅଟକଳ ଏବଂ ଯମୁନା କେନାଲରୁ ଜଳ ଯୋଗାଣ ଦାବିରେ ଏହି ଯାତ୍ରାକୁ ସେ ଆରମ୍ଭ କରୁଛନ୍ତି। ଏହି ସମୟ ମଧ୍ୟରେ, ସେ ଯାତ୍ରା ସମୟରେ ତାଙ୍କର ମୁଣ୍ଡରେ ଏକ ବୋତଲ ରହିବ।

ପ୍ରତ୍ଯେକ ଦିନ କରୁଛନ୍ତି ୨୫-୩୦ କିଲୋମିଟର ଯାତ୍ରା:-

ବର୍ତ୍ତମାନ ସମୟରେ ଆଜାଦ ପ୍ରତ୍ଯେକ ଦିନ ୨୫-୩୦ କିଲୋମିଟର ଯାତ୍ରା କରୁଛନ୍ତି। ଆଜାଦ ସିଂ ଏକ ନ୍ଯୁଜ ଚ୍ଯାନେଲ ସହିତ କଥାବାର୍ତ୍ତା କରି କହିଲେକି ଗତକାଲି ଅର୍ଥାତ ଷୋମବାର ଦିନ ସେ ବଡଗାଁରୁ ଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କ ମୁଣ୍ଡ ଉପରେ ପାଣିର ବୋତଲ ଅଛି ଓ ସେ ସାଇକେଲ ଚଲାଇ ବଜାବ, ଶିଥିଳ ଓ ପୁଣି ହାନ୍ସଲସର ପହଞ୍ଚିଲେ। ଏହିପରି ସେ ପାଖାପାଖି ୨୫ କିଲୋମିଟର ଯାତ୍ରା ପୂରଣ କରିଲେ। ଜଣାଇଦେଉଛୁକି ଆଜାଦ ଏହି ଯାତ୍ରା ମଝିରେ ଭେଟୁଥିବା ଗ୍ରାମୀଣଙ୍କୁ ପାଣିର ସ୍ଥିତି ବିଷୟରେ ସୂଚନା ଦିଅନ୍ତି। ଏହା ସହିତ ଏହାର ଦୁରୁପଯୋଗ ଓ ନ-ଷ୍ଟ କରିବା ପାଇଁ ଅପିଲ କରନ୍ତି।

Leave A Reply

Your email address will not be published.