Covid-19 XE Variant : XE ଭାରିଆଣ୍ଟ ଆଣିପାରେ ଭାରତରେ ଚତୁର୍ଥ ଲହର,ଜାଣି ନିଅନ୍ତୁ ଏହାର ମୁଖ୍ୟ ଲକ୍ଷଣଗୁଡ଼ିକୁ !

0

Get real time updates directly on you device, subscribe now.

କରୋନାର ନୂତନ ଭାରିଆଣ୍ଟ XE ଅନେକ ଦେଶରେ ହାହାକାର ସୃଷ୍ଟି କରିଛି । ସେହିପରି ବର୍ତ୍ତମାନ ଏହି ଭାରିଆଣ୍ଟର ରୋଗୀ ଆମ ଦେଶର ଦୁଇଟି ରାଜ୍ୟ ଗୁଜୁରାଟ ଏବଂ ମୁମ୍ବାଇରେ ମଧ୍ୟ ଦେଖା ଯାଇଛନ୍ତି । କାରଣ ବିଏମସି ମୁମ୍ବାଇରେ ପୁଣିଥରେ XE ଭାରିଆଣ୍ଟ ଦ୍ଵାରା ସଂକ୍ରମିତ ବ୍ୟକ୍ତି ମିଳିବାର ଦାବି କରିଛି ଏବଂ ଗୁଜୁରାଟରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ରି-ପୋ-ର୍ଟ ନୂତନ ଭାଇରସ ପାଇଁ ପଜିଟିଭ ଆସିଛି ।

Covid-19ର XE ଭାରିଆଣ୍ଟକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି । କାରଣ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ସୂଚନା ଅନୁଯାୟୀ, ଏହି ଭାରିଆଣ୍ଟ ବହୁତ୍ ଦ୍ରୁ-ତ ଗତିରେ ବ୍ୟାପିଥାଏ । ତେଣୁ ଲୋକମାନେ ଏହାକୁ ଦେଶରେ କରୋନାର ଚତୁର୍ଥ ଲହର ଭାବେ ଦେଖୁଛନ୍ତି ।

ଏହି ଭାରିଆଣ୍ଟ କିପରି ଅଟେ :-

ଆପଣଙ୍କୁ କହିରଖୁଛୁ ଯେ XE ଓମିକ୍ରନର 2 ସବ ଲିନେଜ BA.2 ର ରିକମ୍ବିନେଣ୍ଟ ଷ୍ଟ୍ରେନ ଅଟେ । WHO ନିଜ ରି-ପୋ-ର୍ଟରେ ଏହି ଭାରିଆଣ୍ଟକୁ କରୋନାର BA.2 ଭାରିଆଣ୍ଟ ତୁଳନାରେ 10 ପ୍ରତିଶତ ଅଧିକ ସଂକ୍ରାମକ ବୋଲି କହିଛି । କିନ୍ତୁ ବିଶେଷଜ୍ଞ ମାନେ କହିଛନ୍ତି ଯେ XE ଭାରିଆଣ୍ଟ ଟିକେ ହାଲକା ଲାଗୁଛି । କିନ୍ତୁ ଏହି ଭାଇରସଠାରୁ ବଞ୍ଚିବାପାଇଁ ଏହାର ଲକ୍ଷଣ ଜାଣିବା ବହୁତ୍ ଜରୁରୀ ଅଟେ ।

କଣ୍ କଣ୍ ରହିଛି XE ର ଲକ୍ଷଣ :-

ଡାକ୍ତରଙ୍କ ଅନୁଯାୟୀ, ଭାରିଆଣ୍ଟ XE ଏଵଂ ଓମିକ୍ରନର ସବୁ ଲକ୍ଷଣ ସମାନ ଅଟେ । ଏହା ସାଧାରଣତଃ ହାଲକା ଅଟେ ଏବଂ ବହୁତ୍ ଗମ୍ଭୀର ମଧ୍ୟ ନୁହେଁ । ଏହା ଧ୍ୟାନ ରଖିବା ଉଚିତ୍ ଯେ XE ଭାରିଆଣ୍ଟ ପ୍ରାୟ 3 ମାସ ହେଲାଣି ରହିଛି ଏବଂ ବର୍ତ୍ତମାନ ସୁଦ୍ଧା ଓମିକ୍ରନ ଭାରିଆଣ୍ଟ ପରି ସାରା ଦୁନିଆରେ ବ୍ୟାପିନାହିଁ । କିଛି ଏକ୍ସପର୍ଟଙ୍କ ଅନୁଯାୟୀ, ” ବର୍ତ୍ତମାନ ସୁଦ୍ଧା ଏପରି କୌଣସି ପ୍ରମାଣ ମିଳିନାହିଁ ଯେ XE ଭାରିଆଣ୍ଟର ଲକ୍ଷଣ ଓମିକ୍ରନ ଭାରିଆଣ୍ଟ ଠାରୁ ଅଲଗା ଅଟେ ।”

ତଥାପି ଆପଣମାନେ ଏହି ଲକ୍ଷଣ ଗୁଡ଼ିକୁ ଅଣଦେଖା କରିବା ଉଚିତ୍ ନୁହେଁ । ଯେପରିକି ଥକା ଲାଗିବା, ଜ୍ଵର, ମୁଣ୍ଡବ୍ୟଥା, ଶରୀର ଯ-ନ୍ତ୍ର-ଣା ହେବା, ମନରେ ସବୁବେଳେ ଭ-ୟ, ହା-ର୍ଟ ସମ୍ବନ୍ଧିତ ସମସ୍ୟା ଇତ୍ୟାଦି ।

Leave A Reply

Your email address will not be published.