ଦିନ ଥିଲା ସାଇକେଲରେ ବିକ୍ରି କରୁଥିଲେ ଗୁଡ଼ କିନ୍ତୁ ଆଜି ଛିଡ଼ା କରିଦେଲେ କୋଟି କୋଟି ଟଙ୍କାର କାରବାର !

0

Get real time updates directly on you device, subscribe now.

ମଣିଷ କିଛି ପାଇବାପାଇଁ ବହୁତ କିଛି କରିବାକୁ ଚେଷ୍ଟା କରିଥାଏ ଓ ସେ ଏହାପାଇଁ କଠିନ ପରିଶ୍ରମ ମଧ୍ୟ କରିଥାଏ କିନ୍ତୁ ତାକୁ ସଫଳତା ପ୍ରାପ୍ତ ହୋଇନଥାଏ। ଆଉ କିଛି ଲୋକ ପରିଶ୍ରମ କରି ତାଙ୍କ ପାଖକୁ ସଫଳତା ଚାଲି ଆସିଥାଏ। ସଫଳତା ଏମିତି ଏକ ଜିନିଷ ଯାହାକି ସମସ୍ତଙ୍କୁ ପ୍ରାପ୍ତ ହୋଇନଥାଏ।

ଅଧିକତର ଲୋକ ପଢ଼ାପଢ଼ି ସାରିବା ପରେ ଏକ ଭଲ ଚାକିରୀ କରିବାକୁ ଆଶା ରଖିଥାନ୍ତି। ଯେଉଁ ଚାକିରୀରୁ ସେ ଭଲ ଟଙ୍କା ରୋଜଗାର କରି ନିଜ ଜୀବନକୁ ସୁରୁଖୁରୁରେ ବିତାଇବାକୁ ଚାହାଁନ୍ତି। ସେହିପରି କିଛି ଅନ୍ୟ ଲୋକ ଅଛନ୍ତି ଯିଏକି ଚାକିରୀକୁ ଛାଡ଼ି ନିଜର କିଛି ଆରମ୍ଭ କରିବାକୁ ଚାହୁଁଥାନ୍ତି। ଯଦି ନିଜର କିଛି କାମ ଆରମ୍ଭ କରିବାକୁ ଚାହାଁନ୍ତି ତାହେଲେ ଏଥିରେ ରିସ୍କ ଉଠାଇବାକୁ ପଡ଼ିଥାଏ ଯାହାକି ସମସ୍ତଙ୍କ ବଶ ର କଥା ନୁହେଁ।

ଯଦି ମଣିଷ କିଛି ନା କିଛି କରିବାକୁ ଚାହିଁଥାଏ ଓ ନିଜର ଲକ୍ଷ୍ୟ ସେଟ କରିଥାଏ ତାହେଲେ ତାକୁ କେହିବି ସଫଳତା ପାଇବାକୁ ଅଟକାଇ ପାରିନଥାନ୍ତି। ଜୀବନରେ କୌଣସି ବି କାମ ଛୋଟ କିମ୍ବା ବଡ଼ ନଥାଏ। ଯଦି ଏକ ଛୋଟ ଦେଖାଯାଉଥିବା ବ୍ୟବସାୟକୁ ଆପଣ ନିଷ୍ଠାର ସହିତ କଠିନ ପରିଶ୍ରମ ସହକାରେ କରନ୍ତି ତାହେଲେ ଏହା ଉଚ୍ଚ ସ୍ଥାନକୁ ନିଶ୍ଚିତ ରୂପେ ଯାଇଥାଏ। ମହାରାଷ୍ଟ୍ରର ଖାଲକର ବନ୍ଧୁ ଏହାର ଏକ ବଡ଼ ଉଦାହରଣ ଅଟେ।

ସାଇକେଲରେ ଗୁଡ଼ ବିକ୍ରି କରୁଥିବା ଖାଲକର ଆଜି କୋଟିପତି ହୋଇସାରିଛନ୍ତି ଓ ସେ 20 ଟି ଦେଶକୁ ମଧ୍ୟ ଯିବାଆସିବା କରିଥାଆନ୍ତି। ତାଙ୍କର ବାର୍ଷିକ ଟର୍ନ ଓଭର 20 କୋଟି ଟଙ୍କା ଅଟେ। ଏଥିରୁ ପ୍ରମାଣିତ ହେଉଛି ଯଦି କେହି ଛୋଟ ବିଜନେସ ବି ଆରମ୍ଭ କରୁଛି ସେ ନିଜର ଇଛା ଓ ଧୈର୍ଯ୍ୟ ଦ୍ୱାରା ଏହାକୁ ବଡ଼ କାରବାରରେ ପରିଣତ କରିଥାଏ।

ଆପଣଙ୍କୁ ଜଣାଇଦେଉଛୁ କି, ଅମିତ ଓ ଅନିକେତପୁନେ ଜିଲ୍ଲାର ଆମ୍ବେଗାଓଁ ତଲୁକାର ଏକ ଗାଁ ରେ ରୁହନ୍ତି। ତାଙ୍କର ଜ କିଷାନ ଖାଲକାର ପରିବାରରେ ହୋଇଥିଲା। ଅନିକେତ ପାଠପଢ଼ାରେ ବହୁତ ହୁଶିଆର ଥିଲେ ଓ ସେ ନିଜର ପଠାପଢ଼ା ସିଭିଲ ଇଂଜିନିୟରିଂରେ ଶେଷ କରିଥିଲେ। ତାଙ୍କ ପିତା ଦୁଇ ଭାଇଙ୍କୁ ଭଲ ଶିକ୍ଷା ପ୍ରଦାନ କରିଥିଲେ। ସେ ପାଠ ପଢି ସାରି ଚାକିରୀ କରିବା ପରିବର୍ତ୍ତେ ନିଜର କିଛି ଆରମ୍ଭ କରିବାକୁ ଭାବିଥିଲେ।

16 ବର୍ଷ ବୟସରେ ଅନିକେତ ଗୁଡ଼ ବ୍ୟବସାୟରେ ରୁଚି ବଢାଇଥିଲେ। ସେ କୃଷକ ପରିବାରର ହୋଇଥିବାରୁ କୃଷି ସମ୍ବନ୍ଧୀୟ କିଛି ବ୍ୟବସାୟ ଆରମ୍ଭ କରିବାକୁ ଚାହିଁଥିଲେ। ଏହାପରେ ସେ ମାର୍କେଟ କୁ ବୁଝିଥିଲେ ଓ ଏହି ବ୍ୟବସାୟ କରିବା ଆରମ୍ଭ କରିଥିଲେ। ସେ ନିଜର ବିଜନେସ ପ୍ରଥମେ ସ୍ଥାନୀୟ ଅଞ୍ଚଳରୁ ଆରମ୍ଭ କରିଥିଲେ ଓ ଆଜି ବିଦେଶରେ ତାଙ୍କର ବିଜନେସ ଚାଲିଛି। ଆଜି କୋଟି କୋଟି ଟଙ୍କା କାରବାର ସେ କରୁଛନ୍ତି।

ଅନିକେତ ସର୍ବପ୍ରଥମେ ଏହି ବିଜନେସ ଛୋଟ ଅଞ୍ଚଳରୁ ଆରମ୍ଭ କରିଥିଲେ। ସେ ପ୍ରଥମେ ଚାଷୀଙ୍କ ଏକ ଚେନ ବନାଇଥିଲେ। ସେ ଚାଷୀଙ୍କ ଠାରୁ ଗୁଡ଼ ଉତ୍ପାଦନ ପାଇଁ ଆଖୁ ନେଉଥିଲେ। ଫ୍ୟାକ୍ଟ୍ରି ଟନ ପିଛା ଆଖୁ 2200 ରୁ 2500 ଟଙ୍କା ନେଇଥାଏ କିନ୍ତୁ ଅମିତ ଓ ଅନିକେତ ଚାଷୀଙ୍କୁ 3000 ପ୍ରତି ଟନ ଦେଇଥାନ୍ତି।

ଆଜି ଅନିକେତଙ୍କ ପାଖରେ 6ଟି ଗୁଡ଼ ଉତ୍ପାଦନପ୍ଲାଣ୍ଟ ରହିଛି ଓ ସେ 300 ଆଖୁ ଉତ୍ପାଦକଙ୍କ ନେଟୱର୍କ ବନାଇଛନ୍ତି। ଆଜି ଖାଲକାର ଭ୍ରାତା ନିଜ ବ୍ରାଣ୍ଡ ଗୌରୀକୁ କେବଳ ଭାରତରେ ନୁହେଁ ବରଂ 28 ଅଲଗା ଅଲଗା ଦେଶରେ ରପ୍ତାନୀ କରୁଛନ୍ତି। ଆରମ୍ଭରୁ ଅନିକେତଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପ୍ରଥମେ ବ୍ୟାଙ୍କ ତାଙ୍କୁ ଲୋନ ଦେବାକୁ ମନା କରିଦେଇଥିଲା ଓ ଆରମ୍ଭ ସେ ବହୁତ ଅସୁବିଧାର ସାମ୍ନା କରିଥିଲେ।

Leave A Reply

Your email address will not be published.