ମାସେ ପୂରିଲା ଋଷ-ୟୁକ୍ରେନ ଯୁଦ୍ଧ : ପୁଟିନଙ୍କର ଏହି ୫ଟି ଭୁଲକୁ ନେଇ ବର୍ତ୍ତମାନ ବଢିଲା ଚର୍ଚ୍ଚା

0

Get real time updates directly on you device, subscribe now.

ରୁଷ-ୟୁକ୍ରେନ ଯୁଦ୍ଧକୁ ମାସେ ପୁରିଲା। ରୁଷ ପାଖରେ ଏତେ ବଡ ସେନା ବାହିନୀ ଥିବା ସତ୍ୱେ କାହିଁକି ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନକୁ ଦଖଲ କରିପାରିନି। ଋଷ-ୟୁକ୍ରେନ ଯୁଦ୍ଧକୁ ମାସେ ପୂରଣ ହୋଇଛି। ହେଲେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉଦ୍ଦେଶ୍ୟ ପୂରଣ ହୋଇନି। ଏତେ ବଡ ସେନା, ଅସ୍ତ୍ରଶସ୍ତ୍ର ରହିଥିଲେ ମଧ୍ୟ ପୁଟିନଙ୍କର ଫାଇଭ୍ ମିଷ୍ଟେକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟତଃ ୟୁକ୍ରେନର ବନ୍ଧୁ ରାଷ୍ଟ୍ରଙ୍କ କୂଟନୀତିକୁ ଆକଳନ ନ କରିପାରିବା, ୟୁରୋପୀୟ ସଂଘର ଚାପ ଏବଂ ନିଜ ଦେଶ ଉପରେ ପଡିବାକୁ ଥିବା ଚାପକୁ ଆକଳନ କରିବା ପୁଟିନଙ୍କ ପ୍ରମୁଖ ଭୁଲ ବୋଲି କୁହାଯାଉଛି।

୧। ଅଳ୍ପ ସମୟରେ ୟୁକ୍ରେନ ଦଖଲ କରିବାର ଆଶା:-

– ୟୁକ୍ରେନର ସେନା କ୍ୟାମ୍ପ ଉପରେ ଆକ୍ରମଣ କରି ରୁଷ ଯୁଦ୍ଦକୁ ଆଗକୁ ବଢାଇଥିଲା।

– ଏହାପରେ ୟୁକ୍ରେନ ସହର ମଧ୍ୟରେ ଥିବା ଲୋକମାନଙ୍କ ଉପରେ ରୁଷ ଆକ୍ରମଣ କରିଥିଲା।

– ରୁଷ ସେନା ସେଭଳି କିଛି ରଣନୀତି ପ୍ରସ୍ତୁତ କରିନି ଯାହା ପ୍ରମାଣ କରିଥିଲା।

୨। ନାଟୋ ୟୁକ୍ରେନ ସମର୍ଥନରେ:-

– ୟୁକ୍ରେନ ସମର୍ଥନରେ ନାଟୋ ଛିଡା ହେବା ରୁଷର ସବୁ ଆକଳନକୁ ଭୁଲ କରି ଦେଇଛି।

– ଆମେରିକାର ଟ୍ରମ୍ପ ସରକାର ବେଳେ ନାଟୋ ସହ ତିକ୍ତତା ବଢିଥିଲା।

– ତେଣୁ ରୁଷ ଆକଳନ କରିଥିଲା ୟୁକ୍ରେନ ଉପରେ ଆକ୍ରମଣ କଲେ ନାଟୋର ସମର୍ଥନ ରହିବ ନାହିଁ।

– ବାଇଡେନ ଯଦିଓ ରୁଷ ବିରୋଧରେ ଆମେରିକା ସେନା ନିୟୋଜିତ କରିନାହାନ୍ତି। ହେଲେ ଆର୍ଥିକ ପ୍ରତିବନ୍ଧକ ଲଗାଇବା ସହ ଅନେକ ଦେଶକୁ ରୁଷ ବିରୋଧରେ ଏକାଠି କରିବାରେ ସଫଳ ହୋଇ ପାରିଛନ୍ତି। ଯାହା ମସ୍କୋର ସମସ୍ତ ଅଙ୍କକୁ ବର୍ତ୍ତମାନ ଭୁଲ ପ୍ରମାଣିତ କରିଛି।

୩। ଅନ୍ତର୍ଜାତୀୟ ମଂଚରେ ଏକଘରିକିଆ ପୁଟିନ:-

– ୟୁକ୍ରେନକୁ ଆକ୍ରମଣ କରିବା ପାଇଁ ପୁଟିନ ବର୍ତ୍ତମାନ ଅନ୍ତର୍ଜାତୀୟ ମଞ୍ଚରେ ଆକ୍ରୋଶର ଶିକାର ହୋଇଛନ୍ତି।

– ଯୁଦ୍ଧରେ ଅନେକ ଧନଜୀବନ ନଷ୍ଟ ହେବା ପରେ ମସ୍କୋ ଉପରେ ଅନେକ ଦେଶର ଆଭିମୁଖ୍ୟ ପରିବର୍ତ୍ତନ ହୋଇଛି।

୪। ପୁଟିନଙ୍କ ମନଗଢା କାହାଣୀ ବିଫଳ:-

– ଜେଲେନସ୍କିଙ୍କ ଆଗରେ ପୁଟିନଙ୍କ ମନଗଢା କାହାଣୀ ଫେଲ ମାରିଛି।

– ଜେଲେନସ୍କି ଏକଛତ୍ରବାଦ ଶାସକ କହି ରୁଷ ୟୁକ୍ରେନବାସୀଙ୍କୁ ବାର୍ତ୍ତା ଦେଇଥିଲା।

– କିନ୍ତୁ ଜେଲେନସ୍କିଙ୍କର ନେତୃତ୍ୱ ଆଗରେ ପୁଟିନଙ୍କ ରଣନୀତି ଫେଲ ମାରିଛି।

୫। ୟୁକ୍ରେନ ସେନାକୁ ଆକଳନ କରିବାରେ ବିଫଳ:-

– ମସ୍କୋ ନିଜର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସେନା ଦ୍ୱାରା ୟୁକ୍ରେନକୁ ଦଖଲ କରିବା ପାଇଁ ଚିନ୍ତା କରିଥିଲା।

– କିନ୍ତୁ ଯୁଦ୍ଧ ପୂର୍ବରୁ ୟୁକ୍ରେନ ଅନେକ ଦେଶ ସହ ମିଶି ଯୁଦ୍ଧାଭ୍ୟାସ କରିଥିବାରୁ ବର୍ତ୍ତମାନ କଡା ମୁକାବିଲା ଦେଉଛି।

ଅନେକ ଦେଶର ଯୁଦ୍ଧାସ୍ତ୍ର ସମର୍ଥନ ମିଳିବା ପରେ ରୁଷ ସେନା ମଧ୍ୟ ୟୁକ୍ରେନ ସେନାକୁ କଡା ଜବାବର ସମ୍ମୁଖୀନ ହେଉଛି। ମୁଖ୍ୟତଃ ଏହିସବୁ କାରଣ ପାଇଁ ରୁଷ ୟୁକ୍ରେନକୁ ନେଇ ରଖିଥିବା ନିଜର ଉଦ୍ଦେଶ୍ୟକୁ ପୂରଣ କରିବାରେ ବିଫଳ ହୋଇଛି।

Leave A Reply

Your email address will not be published.