୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ଛାତରୁ ଡେଇଁଲେ ଗୋଟିଏ ପରିବାରର ୫ ଲୋକ,୪ ଜଣ ମୃତ, ଜଣେ ଗୁରୁତର,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଗୋଟିଏ ପରିବାରର ୫ଜଣ ୭ ମହଲା ଉଚ୍ଚ ଅଟ୍ଟାଳିକାରୁ ଡେଇଁପଡ଼ିଲେ। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସମୟରେ ଆଉ ଜଣଙ୍କର ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ରହିଛି। ଆହତ ବ୍ୟକ୍ତି ଜଣଙ୍କ ମଧ୍ୟ ସମାନ ପରିବାରର ବୋଲି ପୋଲିସ କହିଛି। ଏଭଳି ଘଟଣା ସ୍ୱିଜରଲ୍ୟାଣ୍ଡରେ ଘଟିଛି। ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଲିସର ସୂଚନା ଅନୁସାରେ ସ୍ୱିସ୍‌ ରିସୋର୍ଟ ଅଫ୍ ମଣ୍ଟ୍ରେଉକ୍ସରୁ ଏହି ୫ ଜଣ ଡେଇଁ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ଆତ୍ମହତ୍ୟାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ତେବେ ପଡ଼ୋଶୀଙ୍କ କହିବା କଥା ହେଲା ଉକ୍ତ ପରିବାରରେ ୪୦ ବର୍ଷର ଦୁଇଜଣ ପ୍ରାପ୍ତ ବୟସ୍କ, ଦୁଇ ଜଣ ଶିଶୁ ଓ ବୁଢ଼ିମା ଥିଲେ। ସେମାନେ ବହୁତ ଖୁସୀରେ ରହିଥିଲେ। ତେବେ ହଠାତ୍ କ’ଣ ପାଇଁ ପରିବାର ଲୋକ ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ, ଏହା ହତ୍ୟା ନା ଆତ୍ମହତ୍ୟା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।

ପଡ଼ୋଶୀ କ୍ଲାଉଡେ ରଉଇଲେରଙ୍କ କହିବା ଅନୁଯାୟୀ, କିଛିଦିନ ହେଲା ତାଙ୍କ ଘରୁ କିଛି ଶୁଣା ଯାଉନଥିଲା। ଏମିତିକି ବାଲ୍‌କୋନୀରେ ପରିବାର ମୁରବୀ କାହାକୁ ହ୍ୟାଲୋ ବୋଲି କହୁନଥିଲେ। ସେହିପରି ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟ ଜଣେ ପଡ଼ଶୀଙ୍କ କହିବା କଥା ହେଲା ସେ ଗୁରୁବାର ସକାଳେ ହଠାତ କଣ ପଡ଼ିଯିବାର ଶବ୍ଦ ଶୁଣିଲେ। ଶବ୍ଦ କାହାର ଜାଣିବା ପାଇଁ ବାହାରକୁ ଆସି ଦେଖିଲା ବେଳକୁ ୫ ଜଣ ଲହୁଲୁହାଣ ହୋଇ ତଳେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଘଟଣାକୁ ଗୁରୁତର ସହିତ ନେଇ ସ୍ୱିଜରଲ୍ୟାଣ୍ଡ ପୋଲିସ ମାମଲାର ତଦନ୍ତ କରୁଛି।

Leave A Reply

Your email address will not be published.