ଜାଣିଛନ୍ତି କି ? କୋଇଲାକୁ ଖୋଲା ବଗିରେ କାହିଁକି ନିଆଯାଇଥାଏ,ଚୋରି ହେବାର ସମ୍ଭାବନା ରହିବା ସତ୍ତ୍ୱେ ବି ?

0

Get real time updates directly on you device, subscribe now.

ଭାରତରେ ନୁହେଁ, ଦୁନିଆର ପ୍ରାୟ ସବୁ ଦେଶରେ କୋଇଲାକୁ ଓପନ ୱାଗନରେ ରଖାଯାଇଥାଏ। ରେଲୱେ ଭାଷାରେ ଏହାକୁ BoXn wagon କୁହାଯାଇଥାଏ। ଆଜି ଆମେ ଆପଣଙ୍କୁ କହିବୁ କି, କୋଇଲାକୁ ଓପନ ୱାଗନରେ କାହିଁକି ରଖାଯାଇଥାଏ।

ଓପନ ୱାଗନରେ କଣପାଇଁ ଲଦା ଯାଇଥାଏ କୋଇଲା:-

ଭାରତରେ କୋଇଲା ଟ୍ରାନ୍ସପୋର୍ଟ ପ୍ରାୟତଃ ଟ୍ରେନ ଜରିଆରେ ହୋଇଥାଏ। ଏହା ବିଦେଶରୁ ଆସିଥାଉ କିମ୍ବା ନିଜ ଦେଶର ଖଣିରୁ ବାହାରିଥାଉ। ଏହାକୁ ମାଲଗାଡ଼ି ଜରିଆରେ ଅଣା ଯାଇଥାଏ। ଆପଣ ଦେଖିଥିବେ ଏହି ମାଲଗାଡ଼ି ଗୁଡ଼ିକର ଉପର ଡ଼ବା ଖୋଲା ରହିଥାଏ। ଏହାକୁ ରେଲୱେ ଭାଷାରେ ବକ୍ସ ଅଫ ୱାଗନ କୁହାଯାଇଥାଏ।

ଚୋରି ହେବାର ଭୟ ରହିଥାଏ:-

ଖୁଲାରେ ଏହା ପ୍ରାୟତଃ ରହିଥାଏ ତେଣୁ ଏହା ଚୋରି ହେବାର ଶଙ୍କା ମଧ୍ୟ ରହିଥାଏ। ଏମିତିରେ କୋଇଲା ଗାଡ଼ି ଉପରେ ଚୋର ଚଢ଼ିଯାଇ କୋଇଲାର ବଡ଼ ବଡ଼ ଖଣ୍ଡକୁ ତଳକୁ ଫିଙ୍ଗି ଦିଅନ୍ତି ଯେଉଁଥିରେ ବହୁତ କ୍ଷତି ସହିବାକୁ ପଡ଼ିଥାଏ। ବର୍ଷା ହେଉଥିବା ସମୟରେ ମଧ୍ୟ କୋଇଲା ଭିଜି ଯାଇଥାଏ କିନ୍ତୁ ଓପନ ୱାଗନରେ ରହିଥାଏ।

ହୋଇଥାଏ ବହୁତ ସୁବିଧା:-

କୋଲ ମାଇନ୍ସରୁ ବାହାରିବା ପରେ ଏହାକୁ ପିଟ ହେଡ଼ ଉପରକୁ ଅଣା ଯାଇଥାଏ। ସେହିପରି କୋଇଲାର ଷ୍ଟକ ୟାର୍ଡ଼ ବନା ହୋଇ ରହିଥାଏ। ସେଠାରେ ମାଲଗାଡ଼ିକୁ ଆଣି ଷ୍ଟକ ରେ ଲଗାଇ ଦିଆଯାଇଥାଏ। ଏହାପରେ ୱାଗନ ଭିତରେ କୋଇଲାକୁ ରଖାଯାଇଥାଏ। ମାଲଗାଡ଼ିରେ କୋଇଲା ବୁଲ ଡୋଜର କିମ୍ବା ମେସିନ ଜରିଆରେ ଲଦା ଯାଇଥାଏ। ଖୁଲା ୱାଗନ ରେ ଲୋଡିଂ ସହଜ ହୋଇଥାଏ। ଯଦି ୱାଗନ ବନ୍ଦ ହୁଏ ତାହେଲେ ଏଥିରେ ଲୋଡିଂରେ ହିଁ ବହୁତ ସମୟ ଲାଗିଥାଏ।

କୋଇଲା ବାହାର କରିବା ମଧ୍ୟ ବହୁତ ସହଜ:-

ଯେତେବେଳେ ମାଲଗାଡ଼ି ବିଜୁଳି ଘର ପାଖରେ ପହଞ୍ଚି ଯାଇଥାଏ ସେତେବେଳେ ଏଥିରୁ କୋଇଲା ବାହାର କରିବା ମଧ୍ୟ ବହୁତ ସହଜ ହୋଇଥାଏ। ଅଧିକତର ସ୍ଥାନରେ ଏମିତି ହୋଇଥାଏ କି, ମାଲଗାଡ଼ି ଯେଉଁଠାରେ ରହିଥାଏ ସେଠାରେ ବକ୍ସକୁ ଓଲଟାଇ ଦିଆଯାଇଥାଏ। ୱାଗନ ଓପନ ହେବା କାରଣରୁ କୋଇଲା ମିନିଟ ଭିତରେ ଖାଲି ହୋଇଯାଇଥାଏ। ଯଦି ୱାଗନ ମଧ୍ୟ ହୁଏ ସେତେବେଳେ କୋଇଲା ବାହାର କରିବାରେ ବହୁତ ସମୟ ଲାଗିଥାଏ।

ନିଆଁ ଲାଗିବା ସ୍ଥିତିରେ ବର୍ତ୍ତିବା ସହଜ:-

କୋଇଲା ଏକ ଅତ୍ୟନ୍ତ ଜ୍ବଳନଶୀଳ ପଦାର୍ଥ ଅଟେ। ଏଥିରେ ନିଆଁ ବହୁତ ଜଲଦି ଧରିଥାଏ। ସେଥିପାଇଁ ୱାଗନରେ ଥିବାବେଳେ କୋଇଲା ଉପରେ ପାଣି ଦିଆଯାଇଥାଏ। ଯଦି କୋଇଲାରେ ନିଆଁ ଲାଗେ ତାହେଲେ ବହୁତ ସହଜରେ ଏହା ଦେଖା ଯାଇ ପାରିଥାଏ। କେତେଥର ଏହା ହୋଇଥାଏ କି, ୱାଗନରେ ଧୂଆଁ ଦେଖିବାପରେ ଏହାର ଖବର ତୁରନ୍ତ ରେଲୱେ ପ୍ରଶାସନକୁ ଦିଆଯାଇଥାଏ ଓ ଜଲଦି ଏହା ଉପରେ ପଦକ୍ଷେପ ଉଠାଯାଇଥାଏ।

Leave A Reply

Your email address will not be published.