ଆଇପିଏଲ ୨୦୨୨ : ଏଥର କେତେ ବଦଳିଯାଇଛି ଆଇପିଏଲ ? କଣ ରହିଛି ନୂଆ ନିୟମ, ଜାଣନ୍ତୁ ଏହି ଦଶଟି ପ୍ରଶ୍ନରେ ସବୁକିଛି

0

Get real time updates directly on you device, subscribe now.

ଆଇପିଏଲ ର 15 ତମ ସିଜିନର ଆରମ୍ଭ ମାର୍ଚ୍ଚ 26 ତାରିଖରେ ଆରମ୍ଭ ହେବାକୁ ଯାଉଛି। ମୁମ୍ବାଇର ତିନୋଟି ଓ ପୁନେର 2ଟି ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର 70ଟି ଲିଗ ମ୍ୟାଚ ଖେଳାଯିବ। କରୋନା କାରଣରୁ ଆଇପିଏଲ 2020 ୟୁଏଇରେ ହୋଇଥିଲା ଓ 2021 ଆଇପିଏଲ ଆରମ୍ଭ ତ ଭାରତରେ ହୋଇଥିଲା କିନ୍ତୁ ସମାପ୍ତ ୟୁଏଇରେ ହୋଇଥିଲା। କରୋନାର ବଢ଼ୁଥିବା ସଂକ୍ରମଣକୁ ଦେଖି ଆଇପିଏଲକୁ ଅଧାରୁ ବନ୍ଦ କରି ଦିଆଯାଇଥିଲା ଓ ଦ୍ଵିତୀୟ ଚରଣ ୟୁଏଇରେ ଆରମ୍ଭ ହୋଇଥିଲା। ଏହି ସିଜିନ ବିସିସିଆଇ ସବୁ ପ୍ରକାରର ସାବଧାନତା ଅବଲମ୍ବନ କରି ଅଧିକରୁ ଅଧିକ ମ୍ୟାଚ ଭାରତର ଦୁଇଟି ସହରରେ କରାଇବାକୁ ନିଷ୍ପତ୍ତି ନେଇଛି। ଟୁର୍ଣ୍ଣାମେଣ୍ଟରେ ବହୁତ ସାରା ମ୍ୟାଚ ଦେଖିବାକୁ ମିଳିବ। 10ଟି ପ୍ରଶ୍ନ ସହିତ ଆମେ ଆପଣଙ୍କୁ ଏହା ବିଷୟରେ କହିବୁ।

1. ଆଇପିଏଲ କେବେ ଓ କେଉଁଠି ଆରମ୍ଭ ହେବ?

ଗତବର୍ଷ ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ ଓ ଉପ ବିଜେତା କେକେଆର ମଧ୍ୟରେ ପ୍ରଥମ ମ୍ୟାଚ ମାର୍ଚ୍ଚ 26 ରେ ଆରମ୍ଭ ହେବାକୁ ଯାଉଛି। ସକାଳ 7 ଘଟିକା ସମୟରେ ଟସ ପଡ଼ିବ ଓ 7.30 ମିନିଟରେ ଖେଳ ଆରମ୍ଭ ହୋଇଯିବ। ଏହିଥର ସିଜିନରେ ମୋଟ 12ଟି ଡବଲ ହେଡ଼ର ମୁକାବିଲା ହେବ। ଡବଲ ହେଡର ସମୟରେ ପ୍ରଥମ ମୁକାବିଲା 3.30 ଓ ଦ୍ଵିତୀୟ ମୁକାବିଲା 7.30 ମିନିଟରେ ଆରମ୍ଭ ହେବ।

2. ଏହିଥର 10ଟି ଟିମ ଆସିବାପରେ ଆଇପିଏଲର ଫର୍ମାଟ କଣ ରହିବ? :-

ଆଇପିଏଲ 2020 ରେ 10ଟି ଟିମ ଖେଳିବ। ଲକ୍ନୌ ସୁପର ଜଏଣ୍ଟ ଓ ଗୁଜୁରାଟ ଟାଇଟାନ୍ସ ପ୍ରଥମଥର ଭାଗ ନେବାକୁ ଯାଉଛନ୍ତି। 10ଟି ଟିମକୁ ଲିଗ ରାଉଣ୍ଡ ପାଇଁ 5-5 ଗ୍ରୁପରେ ବଣ୍ଟା ଯାଇଛି। ଆଇପିଏଲର ସବୁଠାରୁ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ଦୁଇଟି ଅଲଗା ଅଲଗା ଗ୍ରୁପରେ ରହିଛନ୍ତି। ସମସ୍ତ ଟିମ 14ଟି ମ୍ୟାଚ ଖେଳିବେ। ଏହିପରି ଭାବରେ ଲିଗ ରାଉଣ୍ଡରେ ମୋଟ 70 ମ୍ୟାଚ ଆୟୋଜିତ ହେବ। ନିଜ ଗ୍ରୁପର ସମସ୍ତ ଟିମ ଜଣେ ଆଉଜଣଙ୍କ ସହିତ ଦୁଇ ଦୁଇଟି ମ୍ୟାଚ ଖେଳିବେ। ଏହାପରେ ଦ୍ଵିତୀୟ ଗ୍ରୁପର ଟିମ ବିପକ୍ଷରେ ଦୁଇଟି ଓ ଚାରି ଟିମ ବିପକ୍ଷରେ ତାଙ୍କୁ ଗୋଟିଏ ମ୍ୟାଚ ଖେଳିବାକୁ ରହିଛି।

ଉଦାହରଣ: ମୁମ୍ବାଇ ଇଣ୍ଡିଆନ୍ସ ଟିମ ନିଜ ଗ୍ରୁପରେ ଚାରୋଟି ଟିମ ବିପକ୍ଷରେ ଦୁଇ ଦୁଇଟି ମ୍ୟାଚ ଖେଳିବେ। ଏହାପରେ ଗ୍ରୁପ-B ଟିମ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଦୁଇଟି ମ୍ୟାଚ ଓ ଅନ୍ୟ ଚାରୋଟି ଟିମ ବିପକ୍ଷରେ ଗୋଟିଏ ଗୋଟିଏ ମ୍ୟାଚ ଖେଳିବାକୁ ହେବ। ଏହିପରି ଭାବରେ ଚେନ୍ନାଇର 14ଟି ଲିଗ ମ୍ୟାଚ ହୋଇଯିବ।

3. କେଉଁଠି ଖେଳାଯିବ ସମସ୍ତ ମ୍ୟାଚ:-

କରୋନା ଭାଇରସର ସଂକ୍ରମଣରୁ ବର୍ତ୍ତିବା ପାଇଁ ଏହିଥର ଲିଗ ରାଉଣ୍ଡର ମ୍ୟାଚ ଦୁଇଟି ସହରର ଚାରୋଟି ଷ୍ଟାଡିୟମରେ ଖେଳାଯିବ। ମୁମ୍ବାଇର ୱାଙ୍ଖଡେ, ଡିବାଇ ପାଟିଲ ଓ ବ୍ରେବର୍ଣ ଷ୍ଟାଡିୟମରେ ମ୍ୟାଚ ହେବ। ପୁନେ ର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ମଧ୍ୟ ମ୍ୟାଚ ଆୟୋଜିତ ହେବ। ଏହିପରି ଭାବରେ ଖେଳାଳିଙ୍କୁ ଏୟାରପୋର୍ଟକୁ ଯିବାର ଆବଶ୍ୟକତା ପଡ଼ିବନାହିଁ। ସେମାନେ ବସ ରେ ଏହି ଷ୍ଟାଡିୟମ ଗୁଡ଼ିକୁ ଯାତ୍ରା କରିପାରିବେ।

4. କଣ ଏହିଥର ହୋମ କିମ୍ବା ଆୱେ ମ୍ୟାଚ ହେବ ? କେମିତି ଏହା କରାଯିବ? :-

ଟିମ ଗୁଡ଼ିକ ୱାଙ୍ଖଡେ ଓ ଡିବାଇ ପାଟିଲ ଷ୍ଟାଡିୟମରେ ଚାରି ଚାରିଟି ମ୍ୟାଚ ଖେଳିବେ ଓ ଏହାସହ ବ୍ରେବର୍ଣ ଓ ଏମସିଏ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ 3-3 ଟି ମ୍ୟାଚ ଖେଳିବେ। ଏହିପରି ଭାବରେ ହୋମ ଓ ଆୱେ ମ୍ୟାଚର ପ୍ରସ୍ତୁତି ହୋଇଛି। ଏହିପରି ଭାବରେ ମୁମ୍ବାଇ ଇଣ୍ଡିଆନ୍ସକୁ ବହୁତ ଫାଇଦା ହେବ କାରଣ ସେ ହୋମ ଗ୍ରାଉଣ୍ଡରେ ଚାରୋଟି ମ୍ୟାଚ ଖେଳିବ। ମୁମ୍ବାଇ ଟିମ ୱାଙ୍ଖଡେ ଷ୍ଟାଡିୟମରେ 2019 ପରେ ନିଜର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି।

5. ଟୁର୍ଣ୍ଣାମେଣ୍ଟ କେତେଦିନ ପର୍ଯ୍ୟନ୍ତ ଚାଲିବ:-

ଲିଗ ରାଉଣ୍ଡରେ 70ଟି ମ୍ୟାଚ ଖେଳାଯିବ। 26 ମାର୍ଚ୍ଚ ରୁ ମେ 22 ତାରିଖ ପର୍ଯ୍ୟନ୍ତ ମୋଟ 58 ଦିନରେ ଏହି ମ୍ୟାଚ ହେବ। ଏହାପରେ ଚାରୋଟି ପ୍ଲେ ଅଫ ମୁକାବିଲା ଖେଳାଯିବ। ଫାଇନାଲ ମ୍ୟାଚ ମେ 29 ତାରିଖରେ ଖେଳାଯିବ। ପ୍ଲେ ଅଫର ସେଡ୍ୟୁଲ ଏବେପର୍ଯ୍ୟନ୍ତ ଜାରି କରା ଯାଇନାହିଁ।

6. ଯଦି କୌଣସି ଖେଳାଳି ଆଇପିଏଲ ସମୟରେ କରୋନାରେ ସଂକ୍ରମିତ ହେବ ତାହେଲେ କଣ ହେବ?:-

କରୋନା ସଂକ୍ରମିତ ହେଇଥିବା ଖେଳାଳିଙ୍କୁ ସାତ ଦିନ ପର୍ଯ୍ୟନ୍ତ ଆଇସୋଲେଟ କରାଯିବ। ଏହାମଧ୍ୟରେ ଛଅ ଓ ସାତଦିନରେ ତାଙ୍କର କୋଭିଡ଼ ଟେଷ୍ଟ ହେବ। ଟିମ ର ବାୟୋବବଲ ରେ ସାମିଲ ହେବାପାଇଁ ତାଙ୍କୁ 24 ଘଣ୍ଟା ଅନ୍ତରାଳରେ ଲଗାତାର ଦୁଇଟି ଆରଟି ପିସିଆର ଟେଷ୍ଟରେ ନେଗେଟିଭ ହେବାକୁ ପଡ଼ିବ।

7. ଯଦି କୌଣସି ଫ୍ରାଞ୍ଚାଇଜର ଅଧିକାଂଶ ଖେଳାଳି ସଂକ୍ରମିତ ହୋଇ ଖେଳି ପାରନ୍ତିନାହିଁ ତାହେଲେ କଣ ହେବ? :-

ଏମିତି ସ୍ଥିତିରେ ଫ୍ରାଞ୍ଚାଇଜରେ 12 ଜଣ ସଦସ୍ୟ ଉପଲବ୍ଧ ହେବାପରେ 11 ଜଣ ଖେଳାଳିଙ୍କୁ ଓହ୍ଲାଇବାକୁ କୁହାଯିବ। ଏଥିରେ ସାତଜଣ ଭାରତୀୟ ଖେଳାଳି ଓ ଜଣେ ସବଷ୍ଟିଚ୍ୟୁଟ ଖେଳାଳି ହେବେ। ଯଦି କୌଣସି ଟିମ ପାଖରେ 12 ଜଣ ଉପଲବ୍ଧ ନହୁଅନ୍ତି ତାହେଲେ ମ୍ୟାଚ ଅନ୍ୟ ଦିନ ଆୟୋଜିତ ହେବ। ଯଦି ଏମିତି ନହୁଏ ତ ମାମଲାକୁ ଟେକ୍ନିକାଲ ଟିମ ପାଖକୁ ପଠାଯିବ। ଟେକ୍ନିକାଲ ଟିମ ଏହାର ଅନ୍ତିମ ଫଇସଲା କରିବେ।

8. ଏହି ଆଇପିଏଲର ନୂଆ ପ୍ଲେଇଁ କଣ୍ଡିସନ କଣ କଣ ରହିବ? :-

ସମସ୍ତ ଟିମକୁ ଗୋଟିଏ ପାଳିରେ ଗୋଟିଏ ସ୍ଥାନରେ ଦୁଇଟି ରିଭ୍ୟୁ ମିଳିବ। କ୍ୟାଚ ଆଉଟ ହେବା ସ୍ଥିତିରେ ନୂଆ ବ୍ୟଟ୍ସମ୍ୟାନଙ୍କୁ ହିଁ ବଲ ଖେଳିବାକୁ ପଡ଼ିବ। ପୂର୍ବରୁ ନିୟମ ଥିଲା କି, ଜଣେ ବ୍ୟାଟ୍ସମ୍ୟାନ କ୍ୟାଚ ହେବାପୂର୍ବରୁ ଅନ୍ୟ ଜଣେ ବ୍ୟଟ୍ସମ୍ୟାନ ଯଦି ତାଙ୍କୁ କ୍ରସ କରୁଛନ୍ତି ତାହେଲେ ସେହି ବ୍ୟଟ୍ସମ୍ୟାନଙ୍କୁ ଷ୍ଟ୍ରାଇକରେଟ ମିଳିବ। ନୂଆ ନିୟମରେ ଏମିତି ହେବନାହିଁ। ଯଦି ଓଭରର ଶେଷ ବଲରେ ବ୍ୟଟ୍ସମ୍ୟାନ ଆଉଟ ହେଉଛି ତାହେଲେ ଆଗାମୀ ଓଭରର ପ୍ରଥମ ବଲ ଷ୍ଟ୍ରାଇକ ନୂଆ ବ୍ୟଟ୍ସମ୍ୟାନ ହିଁ କରିବ। ଆର ବ୍ୟଟ୍ସମ୍ୟାନ ନନ ଷ୍ଟ୍ରାଇକରେ ହିଁ ରହିବ।

କଣ ଏହିଥର ଦର୍ଶକଙ୍କୁ ଷ୍ଟାଡିୟମ ଯିବାକୁ ଅନୁମତି ମିଳିବ:-

ମହାରାଷ୍ଟ୍ର ସରକାରଙ୍କ ମୁତାବିକ, ବର୍ତ୍ତମାନ ମ୍ୟାଚରେ ଷ୍ଟାଡିୟମ ମୁକାବିଲାକୁ ଦେଖି 25 ପ୍ରତିଶତ ଦର୍ଶକ ମ୍ୟାଚ ଦେଖିପାରିବେ। କରୋନା ଭ୍ୟାକ୍ସିନର ଦୁଇଟି ଡୋଜ ନେଇସାରିଥିବା ଦର୍ଶକଙ୍କୁ ଷ୍ଟାଡିୟମ ଯିବାର ଅନୁମତି ମିଳିବ।

ବିଗତ ବର୍ଷ ଅପେକ୍ଷା କଣ ବଦଳିଛି ବାୟୋ ବବଲ ନିୟମ ଓ ନୂଆ ନିୟମ କଣ ରହିଛି:-

ବାୟୋ ବବଲରେ ସବୁଠାରୁ ବଡ଼ ପରିବର୍ତ୍ତନ କ୍ବାରେଣ୍ଟାଇନକୁ ନେଇ ହୋଇଛି। ବିଗତ ବର୍ଷ ସାତଦିନ ପର୍ଯ୍ୟନ୍ତ ଖେଳାଳି ଓ ସଦସ୍ୟଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପଡ଼ୁଥିଲା। ଏହିଥର ଏହାକୁ କମାଇ ଦିଆଯାଇଛି। ଖେଳାଳି ଓ ସଦସ୍ୟଙ୍କୁ ମାତ୍ର ତିନିଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିବ।ତିନିଦିନ ପର୍ଯ୍ୟନ୍ତ କରୋନା ଟେଷ୍ଟ ସମସ୍ତଙ୍କର ପ୍ରତି 24 ଘଣ୍ଟାରେ ଥରେ କରାଯିବ।

ଏହି ନିୟମ ସେହି ଖେଳାଳି ଓ ସଦସ୍ୟଙ୍କ ଉପରେ ଲାଗିବ ନାହିଁ ଯିଏକି ଅନ୍ୟ ବାୟୋ ବବଲରେ ରହି ଆସିଛନ୍ତି। କେତେକ ଖେଳାଳି ଓ ସଦସ୍ୟ ଦ୍ୱିପାକ୍ଷିକ ସିରିଜ, ଫ୍ରାଞ୍ଚାଇଜ କ୍ୟାମ୍ପ, ଘରୋଇ ଟୁର୍ଣ୍ଣାମେଣ୍ଟ ଓ ନ୍ୟାଶନାଲ କ୍ୟାମ୍ପ ରୁ ସିଧା ଆଇପିଏଲ ଖେଳିବାକୁ ଆସୁଛନ୍ତି। ତାଙ୍କୁ କ୍ବାରେଣ୍ଟାଇନ ହେବାକୁ ପଡ଼ିବନାହିଁ।

Leave A Reply

Your email address will not be published.