ଗଭୀର ଅବପାତର ରୂପ ନେବ ସମ୍ଭାବ୍ୟ ବାତ୍ୟା, ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

0

Get real time updates directly on you device, subscribe now.

ବଙ୍ଗୋପସାଗରରେ ଦକ୍ଷିଣପୂର୍ବ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଅବପାତ ବର୍ତ୍ତମାନ ପୂର୍ବ-ଉତ୍ତରପୂର୍ବ ମୁହାଁ ହୋଇଛି। ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଏହି ଅବପାତ ଗଭୀର ଅବପାତ ରୂପ ନେବାର ସମ୍ଭାବନା ଅଛି। ପରେ ମାର୍ଚ୍ଚ୨୧ ତାରିଖରେ ଏହା ସାମୁଦ୍ରିକ ଝଡ଼ର ରୂପ ନେବ ବୋଲି ଭାରୀତୀୟ ପାଣିବାପାଗ ବିଭାଗ ତରଫରୁ କୁହାଯାଇଛି। ଦକ୍ଷିଣ ଆଣ୍ଡାମାନ ସାଗର ସଂଲଗ୍ନ ବଙ୍ଗୋପସାଗରର ଦକ୍ଷିଣପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଅବପାତଟି ଉତ୍ତରପୂର୍ବ ମୁହାଁ ହୋଇ ଶନିବାର ଦିନ ସକାଳ ୫ ଟା ୩୦ ସୁଦ୍ଧା ଗଭୀର ଅବପାତର ରୂପ ନେଇଛି। ଏହି କ୍ଷେତ୍ରଟି ଉତ୍ତରମୁହାଁ ହୋଇ ଆଣ୍ଡାମାନ ଦ୍ୱୀପ ଛୁଇଁଲେ ବେଳକୁ ଅଧିକ ଘନୀଭୂତ ହୋଇ ସାରିଥିବ। ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଅବପାତ ଗଭୀର ଅବପାତରେ ପରିଣତ ହୋଇ ମାର୍ଚ୍ଚ ୨୧ ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ର ଆକାର ନେବ।

ପରେ ଏହା ଉତ୍ତର-ଉତ୍ତରପୂର୍ବ ଅଭିମୁଖେ ଗତି କରିବ ଓ ବାଂଲାଦେଶ ନିକଟରେ ଯାଇ ପହଞ୍ଚିବ। ପୁଣି ସେଠାରୁ ଉତ୍ତର ମିଆଁମାର ଦେଇ ଗତି କରିବା। ମାର୍ଚ୍ଚ ୨୨ ତାରିଖ ସୁଦ୍ଧା ଏହି ସାମୁଦ୍ରିକ ଝଡ଼ଟି ମିଆଁମାର ଉପକୂଳ ଦେଇ ଗତି କରିବ। ଏହି ସମୟ ମଧ୍ୟ ପ୍ରବଳ ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ବିଶେଷ କରି ଆଣ୍ଡାମାନ ଏବଂ ଏହାର ଆଖପାଖ କ୍ଷେତ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ତେବେ ସାମୁଦ୍ରିକ ଝଡ଼ଟି ବାତ୍ୟାର ରୂପ ନେବା ପରେ ଶ୍ରୀଲଙ୍କା ପ୍ରସ୍ତାବିତ ଏହାର ନାମ ଅନୁସାରେ ଏହାର ନାମ ‘ଆସିନ’ ରହିବ।

ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ସଚିବ, କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ଆଣ୍ଡାମାନ ନିକୋବର ପ୍ରଶାସନକି ଅଧିକାରୀଙ୍କ ସହିତ ଯୋଗାଯୋଗ କରି ପରିସ୍ଥିତିର ସମୀକ୍ଷା କରଛନ୍ତି। ଏହା ସହିତ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ନିକୋବର ଦ୍ୱୀପ ପୁଞ୍ଜରେ ପ୍ରବଳ ପବନ ବହିବାର ସମ୍ଭାବନା ଅଛି। ତେଣୁ ମାର୍ଚ୍ଚ ୧୭ ରୁ ୨୧ ତାରିଖ ମଧ୍ୟରେ ସମୁଦ୍ରକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ତେବେ ଏହାର ପ୍ରଭାବ ଫଳରେ ଓଡ଼ିଶାରେ କଣ ପଡ଼ିବ ସେନେଇ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.