‘ନାଏକ ନେହଁ ଖଲନାୟକ ହୁଁ ମେଁ’ ଗୀତରେ ଡ୍ୟାନ୍ସ କରି ନିଜ ଛାତିରେ ଛୁରୀ ଭୁସି ଦେଲେ ଯୁବକ,ହସ୍ପିଟାଲରେ ମୃ-ତ୍ୟୁ

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ଭାଇରଲ ହେଉଛି ଯାହାକୁ ଦେଖିଲେ ନିଶ୍ଚିତ ଭାବରେ ଆପଣଙ୍କର ହୃଦୟ ଥରିଉଠିବ। ଯେଉଁଥିରେ ଜଣେ ଯୁବକ ଡ୍ୟାନ୍ସ କରୁ କରୁ ନିଜ ଛାତିରେ ଛୁରୀ ଭୁସି ଦେଇଛନ୍ତି। ଏହା ଦେଖି ତାଙ୍କର ସାଙ୍ଗ ସାଥି ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ଏବଂ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଛନ୍ତି।

ମଧ୍ୟପ୍ରଦେଶର ଇନ୍ଦୋରର ବାଣଗଙ୍ଗାରେ ହୋଲିର ଦହନ କାର୍ଯ୍ୟକ୍ରମରେ ଜଣେ ଯୁବକ ଡ୍ୟାନ୍ସ କରୁ କରୁ ନିଜ ଛାତିରେ ଛୁରୀ ଭୁସି ଦେଇଥିବାର ନଜର ଆସିଥିଲେ। ଆଉ ଏହାକୁ ତାଙ୍କର ସାଙ୍ଗ ଭିଡିଓ କରୁଥିବା ସମୟରେ କ୍ୟାମେରାରେ ଏହି ଦୃଶ୍ୟ ରେକର୍ଡ ହୋଇଥିଲା। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ବାଣଗଙ୍ଗାର ୩୮ ବର୍ଷୀୟ ଗୋପାଳ ନିଜର ସାଙ୍ଗ ଓ ପରିବାର ଲୋକମାନଙ୍କ ସହ ହୋଲିର ଦହନରେ ଡ୍ୟାନ୍ସ କରୁଥିଲେ। ନାଏକ ନେହିଁ ଖଲନାୟକ ହୁଁ ମେଁ ଗୀତରେ ନାଚି ନାଚି ସେ ହାତରେ ଧରିଥିବା ଏକ ଛୁରୀକୁ ନେଇ ନିଜକୁ ମାରିବାର ଅଭିନୟ କରିଥିଲେ। କିନ୍ତୁ ଛୁରୀଟି ଗୋପାଳଙ୍କର ଛାତି ଭିତରକୁ ପଶିଯାଇଥିଲା। ଏହି କାରଣରୁ ତାଙ୍କର ଛାତିରୁ ଜୋରରେ ରକ୍ତ ବୋହିବାକୁ ଲାଗିଥିଲା। ଗୁରୁତର ଅବସ୍ଥାନରେ ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲ ନିକଟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

Leave A Reply

Your email address will not be published.