ସାମ୍ନା-ସାମ୍ନି ଧକ୍କା ହେବାକୁ ଯାଉଥିଲା ଦୁଇ ଦ୍ରୁତ ଗତିରେ ଯାଉଥିବା ଟ୍ରେନ,ଗୋଟିଏ ଟ୍ରେନରେ ବସିଥିଲେ ରେଳମନ୍ତ୍ରୀ,ଜାଣନ୍ତୁ ତା ପରେ କ’ଣ ହେଲା ?

0

Get real time updates directly on you device, subscribe now.

ଭାରତୀୟ ରେଳ ଆଜି ଏପରି ଏକ ପରିକ୍ଷଣ କଲା ଯାହାକୁ ଜାଣି ଆପଣଙ୍କ ହୃଦୟ ଦୋହଲିଯିବ|ସିକନ୍ଦରାବାଦରେ ଶୁକ୍ରବାର ଦିନ ଫୁଲ ସ୍ପିଡରେ ଦୁଇଟି ଟ୍ରେନକୁ ଗୋଟିଏ ଟ୍ରାକକୁ ଅଣାଗଲା ଏମାନଙ୍କ ମଧ୍ୟରୁ ଗୋଟିଏ ଟ୍ରେନରେ ନିଜେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଥିଲେ ଓ ଅନ୍ୟ ଟ୍ରେନରେ ରେଳ ବୋରରଡର ଚେୟାରମେନ ସହ ଅନ୍ୟ ଅଧିକାରୀ ଥିଲେ|ଏହି ଦୁଇ ଫୁଲ ସ୍ପିଡ ଟ୍ରେନର ଧକ୍କା ହେବା ପୂର୍ବରୁ କବଚ ପ୍ରଣାଳୀ ଧକ୍କା ଅଟକାଇଥିଲେ ଫଳରେ ସୁରକ୍ଷିତ ରହିଲେ|ରେଳମନ୍ତ୍ରୀ ଏହାର ସଫଳ ପରୀକ୍ଷଣ ଭିଡିଓ ଟୁଇଟରରେ ସେୟାର କରିଛନ୍ତି

ଯେଉଁ ଟ୍ରେନରେ ରେଳମନ୍ତ୍ରୀ ବସିଥିଲେ ସେ ଟ୍ରେନ ସାମ୍ନାରୁ ଆସୁଥିବା ଟ୍ରେନର ୩୮୦ ମିଟର ପୂର୍ବରୁ ଅଟକିଥିଲା|କବଚ ଟେକନିକ‌ ଫଳରେ ଟ୍ରେନରେ ଆପେଆପେ ବ୍ରେକ ଲାଗିଗଲା|ରେଳମନ୍ତ୍ରୀ ଦ୍ଵାରା ଏକ ମିନିଟର ଭିଡିଓ ସେୟାର କରାଯାଇଛି ଯେଉଁଥିରେ ଲୋକୋପାଇଲଟ୍ କେବିନରେ ରେଳମନ୍ତ୍ରୀ ସହ ଅନ୍ୟାନ୍ୟ ଅଧିକାରୀ ଦେଖାଯାଏ|

ରେଳମନ୍ତ୍ରୀ ଟୁଇଟରରେ ଲେଖିଛନ୍ତି,”ରିଅର ଏଣ୍ଡ ଟକ୍କର ପରିକ୍ଷଣ ସଫଳ ହୋଇଛି”|କବଚ ୩୮୦ ମିଟର ପୂର୍ବରୁ ସ୍ୱୟଂଚାଳିତ ଭାବେ ଅଟକିଥିଲା|

ଏହା ଜରିଆରେ ରେଳ ଦେଶୀ ଟେକନିକ କବଚର ପରୀକ୍ଷଣ କଲା|କବଚ ଏପରି ଏକ ଦେଶୀ ଟେକନିକ ଯାହାକୁ ଲାଗୁ କଲେ ଦାବି କରାଯାଇଛି ଯେ ଦୁଇ ଟ୍ରେନ ମଧ୍ୟରେ ଧକ୍କା ହେବନାହିଁ|

ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯେତେବେଳ ଟିଜିଟାଲ ସିଷ୍ଟମକୁ ରେଡ ସିଗ୍ନାଲ ବା କୈାଣସି ଖରାପ ବା ପ୍ରାକୃତିକ ଭୁଲ ଦେଖାଯାଏ ତେଵେ ଟ୍ରେନ ଆପେଆପେ ଅଟକିଯାଏ|ସେ କହିଛନ୍ତି ଏହା ଲାଗୁହେବା ଫଳରେ ଏହାକୁ ଚଳାଇଵାକୁ କିମି ପ୍ରତି ୫୦ ଲକ୍ଷ ଖର୍ଚ୍ଚ ଲାଗିବ କିନ୍ତୁ ଦୁନିଆରେ ଏହି ଟେକନିକ ପାଇଁ ୨ କୋଟି ଖର୍ଚ୍ଚ ହୋଇଥାଏ|

ଏହି ଟେକନିକରେ ଯେତେବେଳେ ଏପରି ସିଗ୍ନାଲରେ ଟ୍ରେନ ଯାଇଥାଏ ଯାହା ମଧ୍ୟଦେଇ ଯିବାକୁ ଅନୁମତି ହୋଇନଥାଏ ଏହା ଜରିଆରେ ବିପଦପୂର୍ଣ୍ଣ ସିଗ୍ନାଲ ଦିଆଯାଏ|ଲୋକୋ ପାଇଲଟ ଯଦି ଟ୍ରେନକୁ ଅଟକାଇବାରେ ବିଫଳ ସାବ୍ୟସ୍ତ ହୋଇଥାଏ ତ ପୁଣି କବଚ ଟେକନିକ ଜରିଆରେ ଆପେଆପେ ଟ୍ରେନରେ ବ୍ରେକ ଲାଗେ ଓ ଅଟକିଯାଏ|

ଅଧିକାରୀ କହିଛନ୍ତି ଯେ ଏହି ଟେକନିକ୍ ହାଇ ଫ୍ରିକ୍ୟୁଏନ୍ସି ରେଡ଼ିଓ କମ୍ୟୁନିକେସନରେ କାମ କରେ |ଏହାସହ ଏସ୍ଆଇଏଲ୍-୪ କୁ ବି ପାଳନ କରେ ଯାହା ସୁରକ୍ଷା ସାର୍ଟିଫିକେଟର ବଡ ସ୍ତର ଅଟେ|

୨୦୨୨ ମସିହାରେ କେନ୍ଦ୍ରୀୟ ବଜେଟରେ କବଚ ଟେକନିକକୁ ନେଇ ଘୋଷଣା କରାଯାଇଥିଲା|ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଅନ୍ତର୍ଗତ ୨୦୦୦ କିମି ରେଳ ନେଟୱର୍କକୁ କବଚ ଟେକନିକ ମଧ୍ୟରେ ଅଣାଯିବ |ଏଵେ ପର୍ଯ୍ୟନ୍ତ ଦକ୍ଷିଣ ମଧ୍ୟ ରେଳ ବିଭାଗରେ ଚାଲୁଥିବା ପରିଯୋଜନାରେ ୧୦୯୮କିମିରୁ ଉର୍ଦ୍ଧ୍ବ ମାର୍ଗରେ ୬୫ ଇଞ୍ଜିନରେ ଲଗାଯାଇଛି|ଏହାବ୍ୟତୀତ କବଚ ଦିଲ୍ଲୀ-ମୁମ୍ବାଇ, ଦିଲ୍ଲୀ-ହୱଡା କରିଡୋରରେ ଲାଗୁ ହେଵା ଯୋଜନା ରହିଛି ଯାହାର ମୋଟ ଦୈର୍ଘ୍ୟ ପାଖାପାଖି ୩୦୦୦ କିମି ରହିଛି|

Leave A Reply

Your email address will not be published.