ଭାଇରାଲ ହେଲା ପୂଜାରୀଙ୍କ ଅଦ୍ଭୁତ ଅପିଲ୍ – “ରୂଷ ଅଟକିଯାଉ, ୟୁକ୍ରେନ ନଇଁପଡୁ”,ଦେଖନ୍ତୁ ପୂଜାରୀଙ୍କ ଭିଡ଼ିଓ

0

Get real time updates directly on you device, subscribe now.

:ରୂଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଲଢେଇ ଜାରି ରହିଛି|ଏମିତିରେ ଭାରତ ଅନ୍ୟ ଦେଶମାନଙ୍କର ସହ ଦୁଇ ଦୈଶ ମଧ୍ୟରେ ହେଉଥିବା ଲଢେଇକୁ ବନ୍ଦ ପାଇଁ ଅନୁରୋଧ କରୁଛନ୍ତି|ଏହି ମଧ୍ୟରେ ଏକ ପୂଜାରୀଙ୍କ ଭିଡିଓ ବହୁ ଭାଇରାଲ ହେଉଛି ଯେଉଁଥିରେ ସେ ଯୁଦ୍ଧ କୁ ଅଟକାଇବା ପାଇଁ ୟୁରୋପୀୟ ଦେଶକୁ ଆଦେଶ ଦେଉଛି, ଏଥିପାଇଁ ସେ ଅଦ୍ଭୁତ ଉପାୟ ଆପଣେଇ ନେଇଛନ୍ତି|

ଏହି ଭିଡିଓ କ୍ଲିପ ୩୮ ସେକେଣ୍ଡର ଅଟେ|ଭିଡିଓରେ ଏହି ଭାରତୀୟ ପୂଜାରୀ ,”ରୂଷ ଅଟକିଯାଉ, ୟୁକ୍ରେନ ନଇଁ ଯାଉ “,ଏହା ମୋର ଆଦେଶ, ଯୁଦ୍ଧ ବନ୍ଦ କର କହୁଥିବା ଦେଖାଯାଏ|ସେ ଭିଡିଓରେ ହିନ୍ଦୀରେ କହୁଛି ରୂଷ ମହାନ ଅଟେ ତେଣୁ ସେ ଯୁଦ୍ଧ ଅଟକାଉ|ୟୁକ୍ରେନ ଭୁଲ କରିଛି ତେଣୁ ଭୁଲ ମାଗୁ|ଏଥିରେ ସମସ୍ତଙ୍କର ଭଲ ହେବ ଓ ମହାବିନାଶରୁ ବଞ୍ଚି ଯିବ|

ଏହି ଭିଡିଓକୁ ଗୈରବ ସିଂ ସାଗର ଦ୍ୱାରା ଟୁଇଟ କରି ସେୟାର କରାଯାଇଛି|ଭିଡିଓକୁ ୧ ଲକ୍ଷରୁ ଉର୍ଦ୍ଧ୍ବ ଥର ଦେଖାଯାଇଛି|ଏହାକୁ ଏପର୍ଯ୍ୟନ୍ତ ୫୨୦୦ ଲାଇକ ଓ ୧୨୦୦ ରୁ ଊର୍ଦ୍ଧ୍ବ ଥର ରିଟୁଇଟ କରାଯାଇଛି|

ଏହି ଭିଡିଓକୁ ନେଇ ଲୋକମାନେ ମିମ୍ସ ବନାଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|କିଛି ରୂଷ ରାଷ୍ଟ୍ରପତି ପୁଟିନକୁ ବିଶେଷତା ଦେଖାଇଛନ୍ତି ଯିଏ ଛଅ ସପ୍ତାହ ଧରି ୟୁକ୍ରନରେ ସୈନ୍ୟ ଅଭିଯାନ ଚଳାଇଛନ୍ତି|

ଏହା ମଧ୍ୟରେ ନାଗରିକ ଉଡ୍ଡୟନ ମନ୍ତ୍ରାଳୟ କହିଛନ୍ତି ଯେ ୬୨୦୦ରୁ ଉର୍ଦ୍ଧ୍ବ ଭାରତୀୟ ବିଶେଷ ନାଗରିକ ଉଡ୍ଡାନ ମାଧ୍ୟମରେ ୟୁକ୍ରେନରୁ ଫେରିଛନ୍ତି|ଆସନ୍ତା ୨ ଦିନରେ ଅପରେସନ ଗଙ୍ଗା ଅନ୍ତର୍ଗତ ୭୪୦୦ରୁ ଉର୍ଦ୍ଧ୍ବ ଭାରତୀୟ ଆସିବା ଆସା ରହିଛି|

Leave A Reply

Your email address will not be published.