ଦେଖନ୍ତୁ ଭିଡିଓ : ଋଷର ଟ୍ୟାଙ୍କକୁ ଟ୍ରାକ୍ଟର ଲଗାଇ ଚୋରି କରିନେଲେ ୟୁକ୍ରେନର ଚାଷୀ…….

0

Get real time updates directly on you device, subscribe now.

କେତେବେଳେ ଥମିଯାଉଛି ତ ପୁଣି କେତେବେଳେ ବଢୁଛି ଯୁଦ୍ଧ ଆଶଙ୍କା । ୟୁକ୍ରେନ ଉପରେ ଆକ୍ରମଣ ଯୋଜନାକୁ ରାଷ୍ଟ୍ରପତି ପୁତିନ ଖଣ୍ଡନ କରିବା ପରେ ବି ଟଳୁନି ଯୁଦ୍ଧ ଭୟ । ଏଭଳି ସ୍ଥିତିରେ ଗତକାଲି ଆମେରିକା ଚେତାଇ ଦେଇଛି, ଯେ କୌଣସି ସମୟରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ । ଜାତିସଂଘକୁ ଏନେଇ ଚିଠି କରିବା ସହ ସତର୍କ କରାଯାଇଛି । ଏହାରି ଭିତରେ ପୁତିନ ଓ ବାଇଡେନଙ୍କ ମଧ୍ୟରେ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଫଳରେ ସମାଧାନର ବାଟ ବାହାରିବା ନେଇ ରାସ୍ତା ଖୋଲିଛି । ଋଷ, ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ୟୁକ୍ରେନ ବି ପଛଘୁଞ୍ଚା ନଦେଇ ପ୍ରତି ଆକ୍ରମଣ ଜାରି ରଖିଛି । ଏବେ ଋଷ ଟାର୍ଗେଟ ରେ ରହିଛି ୟୁକ୍ରେନ ର ରାଜଧାନୀ କ୍ୱିଭ୍ । ଆଉ ଏଥିପାଇଁ ଦେଖିବାକୁ ମିଳିଛି ଋଷ ର ଭୟଙ୍କର ଆକ୍ରମଣର ଦୃଶ୍ୟ। ଋଷ ସେନାର ଏୟାର ଷ୍ଟ୍ରାଇକ ରେ ବିଚଳିତ ହୋଇ ପଡ଼ିଛି ୟୁକ୍ରେନ । ଘନ ଘନ ରକେଟ ମାଡ଼ କରୁଛି ଋଷ। କ୍ଵିଭ୍ ଉପରେ ହେଉଛି ଏପରି ଆକ୍ରମଣ ।

ତେବେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଅନେକ କାହାଣୀ ସାମ୍ନାକୁ ଆସୁଛି । ଯୁଦ୍ଧ ଚାଲିଥିବାବେଳେ ଏବେ ୟୁକ୍ରେନର ସାଧାରଣ ନାଗରିକ ବନ୍ଧୁକ ଉଠାଇବାର ଭିଡିଓ ସାମ୍ନାକୁ ଆସିଛି । ଏହା ବାଦ ୟୁକ୍ରେନ ରାଷ୍ଟ୍ରପତିଙ୍କ ସାହସିକତା ବିଷୟରେ ମଧ୍ୟ ଆଲୋଚନା ଚାଲିଛି । ଏସବୁ ମଧ୍ୟରେ, ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ୟୁକ୍ରେନ କୃଷକ ତାଙ୍କ ଟ୍ରାକ୍ଟରରେ ଋଷ ଟ୍ୟାଙ୍କକୁ ବାନ୍ଧି ନେଇଯାଉଛନ୍ତି ।

ଭିଡିଓରେ ଦେଖାଯାଉଛି ଯେ ଏକ ଟ୍ୟାଙ୍କକୁ ଜଣେ ବ୍ୟକ୍ତି ଟ୍ରାକ୍ଟରରେ ବାନ୍ଧି ଟାଣି ନେଉଛନ୍ତି ଏବଂ ଜଣେ ବ୍ୟକ୍ତି ଏହା ପଛରେ ଦୌଡୁଛନ୍ତି । ଏହି ଭିଡିଓଟିକୁ ଅଷ୍ଟ୍ରିଆରେ ଥିବା ୟୁକ୍ରେନ ରାଷ୍ଟ୍ରଦୂତ ସେୟାର କରିଛନ୍ତି । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓର କ୍ୟାପସନରେ, ୟୁକ୍ରେନ ରାଷ୍ଟ୍ରଦୂତ ଲେଖିଛନ୍ତି ଯେ ଯଦି ଏହା ସତ ହୋଇଥାଏ, ତେବେ ଏହା ପ୍ରଥମ ଟ୍ୟାଙ୍କ ହେବ ଯାହାକୁ ଜଣେ କୃଷକ ଚୋରି କରିଛି ।

ୟୁକ୍ରେନର ଜଣେ ଚାଷୀ ଋଷର ଏକ ଟ୍ୟାଙ୍କକୁ ଚୋରି କରି ନେଉଥିବା ଦେଖିବାକୁ ପାଇଛନ୍ତି। ଭିଡିଓରେ ୟୁକ୍ରେନର ଚାଷୀ ରାସ୍ତାରେ ଠିଆ ହୋଇଥିବା ଋଷର ଏକ ଟ୍ୟାଙ୍କରକୁ ୟୁକ୍ରେନର ଚାଷୀ ଟ୍ରାକ୍ଟରରେ ଟାଣି ନେଉଛନ୍ତି । ଜଣେ ବ୍ୟକ୍ତି ଟ୍ରାକ୍ଟର ପଛରେ ଦୌଡୁଥିବା ଦେଖିବାକୁ ମିଳୁଛି । ପ୍ରାୟ ଏକ ଲକ୍ଷରୁ ଅଧିକ ସୈନିକ ଅସ୍ତ୍ରଶସ୍ତ୍ର ଧରି ୟୁକ୍ରେନ ସୀମାରେ ପ୍ରବେଶ କରିଛନ୍ତି । ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ରୁଷ । ରୁଷ ସୈନିକ ୟୁକ୍ରେନର ରାଜଧାନୀ କିଭର ନିକଟତର ହୋଇଛନ୍ତି ।

ସେପଟେ ଯୁଦ୍ଧ ରୋକିବାକୁ ଯଥା ସମ୍ଭବ ପ୍ରୟାସ ଜାରି ରହିଛି । ଗତ ୪ ଦିନ ଧରି ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଆସୁଛି ଏବଂ ୟୁକ୍ରେନ ସୈନ୍ୟମାନେ ମଧ୍ୟ ଏହାର ପ୍ରତିଉତ୍ତର ଦେଇଛନ୍ତି । କିନ୍ତୁ ଏହାରି ଭିତରେ କ୍ରୀମିୟା ପାଖରେ ଥିବା ଖେରସନ ଅଞ୍ଚଳରେ ନିର୍ମିତ ବ୍ରିଜ ପାର ହୋଇ ଋଷର ସେନା ଦ୍ରୁତ ଗତିରେ ୟୁକ୍ରେନ ମଧ୍ୟକୁ ପ୍ରବେଶ କରୁଥିଲେ । ସେମାନଙ୍କୁ ଅଟକାଇବା ପାଇଁ ୟୁକ୍ରେନର ସୈନିକ ବିଟାଲୀ ଶାକୁନ ବ୍ରିଜ୍ ସହିତ ନିଜକୁ ଉଡ଼ାଇ ଦେଇଛନ୍ତି ବୋଲି ମଧ୍ୟ ଖବର ରହିଛି ।

Leave A Reply

Your email address will not be published.