ଯୁଦ୍ଧର ଭୟ ବାତାବରଣରୁ ଫାଇଦା ଉଠାଇଲେ ଠକ : ୟୁକ୍ରେନରୁ ଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ କହି ଠକିନେଲେ ୪୨ ହଜାର ଟଙ୍କା, ଦେଇଥିଲେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅଧିକାରୀଙ୍କ ପରିଚୟ

0

Get real time updates directly on you device, subscribe now.

ରୁଷର ଆକ୍ରମଣ ଯୋଗୁଁ ବର୍ତ୍ତମାନ ୟୁକ୍ରେନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ବର୍ତ୍ତମାନ ଏହି ଯୁଦ୍ଧ ପରିସ୍ଥିତି ମଧ୍ୟରେ ବହୁ ଭାରତୀୟମାନେ ୟୁକ୍ରେନରେ ଫସି ରହିଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି। ଏହି ଭୟର ବାତାବରଣର ଲାଭ ନେବାକୁ ଠକମାନେ ପଛାଇ ନାହାନ୍ତି। ୟୁକ୍ରେନରୁ ତାଙ୍କର ଝିଅକୁ ଭାରତକୁ ଫେରାଇ ଆଣିବା ପାଇଁ କହି ମଧ୍ୟପ୍ରଦେଶର ଜଣେ ମହିଳାଙ୍କ ନିକଟରୁ ୪୨ ହଜାର ଟଙ୍କା ଠକି ନେଇଛନ୍ତି।

ରିପୋର୍ଟ ଅନୁସାରେ ମାମଲାଟି ମଧ୍ୟ ପ୍ରଦେଶ ବିଦିଶା ସହରର। ଏଠାରେ ଜଣେ ମହିଳାଙ୍କ ନିକଟରୁ ଠକ ୪୨ ହଜାର ଟଙ୍କା ଠକି ନେଇଛନ୍ତି। ମହିଳାଙ୍କ କହିବା ଅନୁସାରେ ବ୍ୟକ୍ତି ଜଣକ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ୟୁକ୍ରେନରେ ଫସି ରହିଥିବା ତାଙ୍କର ଝିଅକୁ ଭାରତକୁ ଫେରାଇ ଆଣିବାରେ ସାହାଯ୍ୟ କରିବେ ବୋଲି କହିଥିଲେ।

ଟିକେଟ ଓ କାଗଜପତ୍ର ପାଇଁ କିଛି ଟଙ୍କା ଲାଗିବ ବୋଲି ମଧ୍ୟ କହିଥିଲେ। ମହିଳା ଜଣଙ୍କ ତାଙ୍କର କଥାରେ ଭରସା କରି ତାଙ୍କୁ ୪୨ ହଜାର ଟଙ୍କା ପଠାଇଥିଲେ। ହେଲେ ପରେ ସେ ଠକି ଯାଇଥିବା ଜାଣିବାକୁ ପାଇଥିଲେ। ମହିଳା ଜଣଙ୍କ ହେଲେ ବିଦିଶାରେ ରହୁଥିବା ବୈଶାଳୀ ବିଲସନ। ତାଙ୍କର ଝିଅ ୟୁକ୍ରେନରେ ଏମବିବିଏସ ପଢୁଥିଲେ। ଯୁଦ୍ଧ ସ୍ଥିତି ମଧ୍ୟରେ ଅନ୍ୟ ଭାରତୀୟ ଛାତ୍ରୀଙ୍କ ଭଳି ତାଙ୍କ ଝିଅ ମଧ୍ୟ ୟୁକ୍ରେନରେ ଫସି ରହି ଯାଇଥିଲେ।

ବୈଶାଳୀ ୟୁକ୍ରେନରେ ଥିବା ତାଙ୍କର ଝିଅଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ଲଗାତାର ସୋସିଆଲ ମିଡିଆମାଧ୍ୟମରେ ଗୁହାରି କରୁଥିଲେ। କେହି ଠକ ତାଙ୍କର ଗୁହାରୀର ଲାଭ ନେଇଛି ବୋଲି ଜଣାପଡିଛି।

Leave A Reply

Your email address will not be published.