ଆଜିଠାରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ। ପ୍ରଥମରୁ ୭ମ ଶ୍ରେଣୀ ଛାତ୍ରଛା‌ତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ହେବ |

0

Get real time updates directly on you device, subscribe now.

ଆଜିଠାରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ଯାଉଛି। ପ୍ରଥମ ଶ୍ରେଣୀରୁ ୭ମ ଶ୍ରେଣୀର ଛାତ୍ରଛା‌ତ୍ରୀଙ୍କର ଆଜିଠାରୁ କ୍ଲାସରୁମରେ ପାଠପଢ଼ା ହେବ। ପାଖାପାଖି ଦୁଇ ବର୍ଷ ପରେ ପ୍ରଥମ ଶ୍ରେଣୀରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ କ୍ଲାସରୁମରେ ଶିକ୍ଷା ଗ୍ରହଣ କରିବେ। ଯେତେବେଳେକି ୬ଷ୍ଠ ଓ ୭ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟ କ୍ଲାସରୁମ ଶିକ୍ଷା ଆରମ୍ଭ ହେବ।

ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପାଠ୍ୟକ୍ରମରୁ କୌଣସି ପ୍ରକାର ଶିକ୍ଷା ଦିଆଯିବ ନାହିଁ। ବରଂ ସେମାନଙ୍କୁ ମାନସିକ ଚିନ୍ତା ମୁକ୍ତ ରଖିବା ସହ କ୍ୟାମ୍ପସରେ ଶିକ୍ଷଣୀୟ ପରିବେଶ ସୃଷ୍ଟି କରାଯିବ। ପିଲାଙ୍କ ସହିତ କୋଭିଡ-୧୯ ସମୟର ଅନୁଭୂତି, ସ୍କୁଲ ବନ୍ଦ ସମୟର ଅନୁଭୂତି, ଖେଳ, ଗପ ଶୁଣାଇବା, ଚିତ୍ରାଙ୍କନ, କ୍ରିଏଟିଭ ଚିନ୍ତାଧାରା, କ୍ରାଫ୍ଟ ଓ୍ବାର୍କ ଆଦି ବିଷୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଲୋଚନା କରିବେ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତିଯେ ଗତ ୨୫ ତାରିଖରେ ସ୍କୁଲ ଖୋଲିବା ନେଇ ବିଭାଗର ସମୀକ୍ଷା ବୈଠକ କରାଯାଇଥିଲା। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସୋମବାରଠାରୁ କ୍ଲାସରୁମରେ ଶିକ୍ଷା ଦିଆଯିବ। ସ୍କୁଲ ଖୋଲିଲେ ମଧ୍ୟ ପ୍ରଥମ ସପ୍ତାହରେ କେବଳ ବିଭିନ୍ନ ପ୍ରକାର ଆକ୍ଟିଭିଟି କରାଯିବ, ପାଠ ଆଦୌ ପଢ଼ାଯିବ ନାହିଁ। ଏଥିସହ ପ୍ରଥମ ରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରାୟ ଦୁଇ ବର୍ଷ ହେବ ଶ୍ରେଣୀ ଶିକ୍ଷା ଗ୍ରହଣ କରିନାହାନ୍ତି।

ତେଣୁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ତାହାକୁ ସାମିଲ କରାଯିବ। ଫଳରେ ଦୁଇ ବର୍ଷ ହେବ ଶ୍ରେଣୀ ପାଠପଢ଼ା ଦୂରରେ ଥିବା ପିଲାମାନେ ପଛେଇ ଯିବେ ନାହିଁ। ଜିଲ୍ଲା ଓ ବ୍ଲକର ଶିକ୍ଷା ଅଧିକାରୀମାନେ ସମସ୍ତ ପ୍ରକାର ପ୍ରସ୍ତୁତି କରି ସାରିଛନ୍ତି। ଗତ ଦୁଇ ସପ୍ତାହ ହେଲା ପଞ୍ଚାୟତ ନିର୍ବାଚନ ହୋଇଥିବା କାରଣରୁ କରୋନାକୁ ଦୃଷ୍ଟିରୁ ସ୍କୁଲ କ୍ୟାମ୍ପସକୁ ବିଶୋଧନ କରାଯାଇଛି। ପିଲାଙ୍କର ଉପସ୍ଥାନ ଯେପରି ବଢ଼ିବ ସେଥିପାଇଁ ମଧ୍ୟ ଅଭିଭାବକଙ୍କ ସହିତ ବୈଠକ କରାଯାଇଛି। ଆମର ପ୍ରଥମ କର୍ତ୍ତବ୍ୟ ପିଲାଙ୍କ ସୁରକ୍ଷା।

Leave A Reply

Your email address will not be published.