ରୁଷ ଏବଂ ୟୁକ୍ରେନ ଯୁଦ୍ଧ ବିଷୟରେ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ନାସ୍ତ୍ରେଦମସ,ଯୁଦ୍ଧରେ ଆଉ କେତେ ଦେଶ ସାମିଲ ହେବେ ତାହା ମଧ୍ୟ କହିଛନ୍ତି ! ଜାଣନ୍ତୁ …….

0

Get real time updates directly on you device, subscribe now.

ଦୁନିଆର ସବୁଠାରୁ ପ୍ରସିଦ୍ଧ ଭବିଷ୍ୟବକ୍ତା ନାସ୍ତ୍ରେଦମସ ରୁଷ-ୟୁକ୍ରେନ ଯୁଦ୍ଧ ବିଷୟରେ ପୂର୍ବରୁ ହିଁ ଭବିଷ୍ୟବାଣୀ କରି ଦେଇଥିଲେ | ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନ ଏବଂ ରୁଷ ମଧ୍ୟରେ ହଜାର ହଜାର ଲୋକ ମରି ସାରିଲେଣି | ରୁଷ ଆଜି ନିଜର ୪୩୦୦ ସୈନିକଙ୍କ ମୃତ୍ୟୁ ହୋଇଛି ବୋଲି ନିଶ୍ଚିତ କରିଛି ଏବଂ ଅନ୍ୟ ପଟରେ ୟୁକ୍ରେନ ରୁଷ ଉପରେ ନରସଂହାର କରିବାର ଅଭିଯୋଗ କରିଛି | ଏପରି ପରିସ୍ଥିତିରେ ବର୍ତ୍ତମାନ ଏହି ଭୟ ରହିଛି ଯେ ୟୁକ୍ରେନ ଏବଂ ରୁଷର ଯୁଦ୍ଧ ୟୁରୋପର ଅନ୍ୟ ଅଂଚଳରେ ଯେମିତି ବ୍ୟାପି ନ ଯାଉ | ଯଦି ଏପରି ହୁଏ, ତେବେ ଦୁନିଆରେ ତୃତୀୟ ବିଶ୍ୱଯୁଦ୍ଧର ବିପଦ ସୃଷ୍ଟି ହୋଇଯିବ |

ଫ୍ରାନ୍ସ ପର୍ଯ୍ୟନ୍ତ ପହଞ୍ଚିବ ଯୁଦ୍ଧର ନିଆଁ :-

ୟୁରୋପରେ ହେଉଥିବା ଏହି ଯୁଦ୍ଧ ବିଷୟରେ ଚର୍ଚ୍ଚିତ ଫ୍ରାନ୍ସର ଭବିଷ୍ୟବକ୍ତା ନାସ୍ତ୍ରେଦମସ ୧୫୫୫ ମସିହାରେ ନିଜ ଭବିଷ୍ୟବାଣୀରେ ଇସାରା କରିଦେଇଥିଲେ | ନାସ୍ତ୍ରେଦମସ ନିଜ ପୁସ୍ତକ Les Propheties ରେ ଭବିଷ୍ୟବାଣୀ କରିଥିଲେ ଯେ ୨୦୨୨ ମସିହାରେ ୟୁରୋପରେ ଯୁଦ୍ଧ ହେବ | ନାସ୍ତ୍ରେଦମସ ଙ୍କର ୯୪୨ ଭବିଷ୍ୟବାଣୀ ମଧ୍ୟରୁ ଗୋଟିଏରେ ଏହି କଥାର ବିପଦ ପ୍ରକାଶ କରାଯାଇଥିଲା ଯେ ଫ୍ରାନ୍ସକୁ ତାର ପୂର୍ବ ଅଂଚଳରେ ବିପଦକୁ ସାମ୍ନା କରିବାକୁ ପଡିବ |

ନାସ୍ତ୍ରେଦମସଙ୍କର ଏହି ଭବିଷ୍ୟବାଣୀକୁ ଯଦି ବ୍ୟାଖ୍ୟା କରାଯାଏ, ତେବେ ଆଶଙ୍କା ରହିଛି ଯେ ରୁଷ-ୟୁକ୍ରେନ ଯୁଦ୍ଧର ନିଆଁ ଫ୍ରାନ୍ସ ପର୍ଯ୍ୟନ୍ତ ପହଞ୍ଚିପାରେ ଏବଂ ଫ୍ରାନ୍ସ ସହିତ ୟୁରୋପର ଅନେକ ଦେଶ ଏହାର ଝୁଲରେ ଆସିପାରନ୍ତି |

ତୃତୀୟ ବିଶ୍ୱ ଯୁଦ୍ଧର ମଧ୍ୟ ରହିଛି ଆଶଙ୍କା :-

ସେହିପରି ନାସ୍ତ୍ରେଦମସଙ୍କ ବିଶେଷଜ୍ଞ ବବି ଶୈଳେର କହିଛନ୍ତି ଯେ ତୃତୀୟ ବିଶ୍ୱଯୁଦ୍ଧ ଆସନ୍ତା କିଛି ବର୍ଷ ମଧ୍ୟରେ ହୋଇପାରେ | ଶୈଳେର କହିଛନ୍ତି, “ନାସ୍ତ୍ରେଦମସ କହିଥିଲେ ଯେ ଏହା ୨୫ରୁ ୨୯ ମଧ୍ୟରେ ଗୋଟିଏ ମହାନ ଯୁଦ୍ଧ ହେବ, ଏହାପରେ ଛୋଟ ଛୋଟ ଲଢେଇ ହେବ |

ତାପରେ ଶାନ୍ତିର ସମୟ !

ଶୈଳେର କହିଛନ୍ତି ଯେ ଏହାପରେ ‘ଶାନ୍ତିର ସମୟ’ ଆସିବ ଏବଂ ହଜାର ବର୍ଷ ପର୍ଯ୍ୟନ୍ତ ଚାଲିବ | ଏହା ଶାନ୍ତିର ସମୟ ହେବ | ନାସ୍ତ୍ରେଦମସ ଏହା ମଧ୍ୟ ଭବିଷ୍ୟବାଣୀ କରିଥିଲେ ଯେ ପୃଥିବୀରେ ଗୋଟିଏ ଆଷ୍ଟ୍ରଏଡ଼ ପଡିପାରେ | ୨୦୨୨ ମସିହାରେ ବନ୍ୟା ଏବଂ ଅତ୍ୟଧିକ ଗରମ ହେତୁ ଅନେକ ଦେଶ ଧ୍ବଂସ ହୋଇଯିବ ଏବଂ ବଡ଼ ପରିମାଣରେ ଦୁର୍ଭିକ୍ଷ ପଡିବ |

ଆପଣଙ୍କୁ କହିରଖୁଛୁ ଯେ ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ଉପରେ ଭରସା କରୁଥିବା ଲୋକମାନେ କହିଛନ୍ତି ଯେ ଫ୍ରାନ୍ସର ଭବିଷ୍ୟବକ୍ତା ଲଣ୍ଡନରେ ଲାଗିଥିବା ଭୀଷଣ ନିଆଁ ଏବଂ ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ ଉତ୍ଥାନ ବିଷୟରେ ସଠିକ ଭବିଷ୍ୟବାଣୀ କରିଥିଲେ | ସେମାନେ ଏହା ମଧ୍ୟ କହିଛନ୍ତି ଯେ ନାସ୍ତ୍ରେଦମସ ଫରାସୀ ବିପ୍ଳବ ଏବଂ ପରମାଣୁ ବୋମା ପ୍ରସ୍ତୁତ କରାଯିବାର ସଠିକ ଭବିଷ୍ୟବାଣୀ କରିଥିଲେ |

Leave A Reply

Your email address will not be published.