ନିଜ କ୍ଷୀର ବିକ୍ରି କରି ଟଙ୍କା କମାଉଛନ୍ତି ମହିଳା,ବଡି ବିଲଡର୍ସମାନେ ଏହାକୁ ପିଇ ହୋଇଯାଆନ୍ତି ଶକ୍ତିଶାଳୀ,ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ମହିଳା,ଜାଣନ୍ତୁ ପୁରା ଖବର

0

Get real time updates directly on you device, subscribe now.

କୁହାଯାଏ ମାଆ କ୍ଷୀର ବହୁତ ଶକ୍ତିଶାଳୀ ହୋଇଥାଏ। ଏଥିରେ ବହୁତ ପୋଷକ ତଥ୍ୟ ରହିଛି ଯାହାକୁ ପିଲାଙ୍କ ଗ୍ରୋଥ ପାଇଁ ଡ଼କ୍ଟର ମାନେ ପ୍ରଥମ ଛଅ ମାସ ପର୍ଯ୍ୟନ୍ତ ପିଲାଙ୍କୁ ଏହାକୁ ଦେବାକୁ କହିଥାନ୍ତି। କଣ ହେବ ଯଦି ଏହି କ୍ଷୀରକୁ ବଡ଼ ଲୋକ ମଧ୍ୟ ପିଇବେ ? ଯଦି ଏହାକୁ ଜଣେ ପିଇବାକୁ ଚାହିଁବ ତାହେଲେ ଏହା କେମିତି ମିଳିବ ? ଏହି ସମସ୍ୟାକୁ ବ୍ରିଟେନରେ ରହୁଥିବା ମିଲା ଡେବ୍ରିଟୋ ନାମକ ମହିଳା ହଳ ବାହାର କରିଛନ୍ତି।

ବ୍ରେଷ୍ଟ ମିଳ୍କ ବିକ୍ରି କରନ୍ତି ମହିଳା:-

ମିଲା ଡେବ୍ରିଟୋ ନିଜର କ୍ଷୀର ବିକ୍ରି କରନ୍ତି। ସେ ନିଜର କ୍ଷୀର କେବଳ ବଡ଼ି ବିଲଡ଼ରଙ୍କୁ ହିଁ ବିକ୍ରି କରିଥାନ୍ତି, ଆପଣଙ୍କୁ ଶୁଣି ଏହା ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ଏହା ସତ ଅଟେ। ମହିଳା ଜଣକ ନିଜର ବହୁତ ଲିଟର କ୍ଷୀର ବିକ୍ରି କରିସାରିଛନ୍ତି। ଏହି କ୍ଷୀର ବିକ୍ରି କରିବା ପଛରେ ମହିଳାଙ୍କର ଏକ ଲଜିକାଲ ରିଜିନ ରହିଛି।

ଦରକାର ଠାରୁ ଅଧିକ ହୋଇଯାଉଛି କ୍ଷୀର:-

ମହିଳାଙ୍କ ମୁତାବିକ, ତାଙ୍କ ଶରୀରରେ ଅଧିକ ଦୁଗ୍ଧ ଉତ୍ପାଦନ ହେଉଥିବାରୁ ସେ ଏହାକୁ କେବଳ ବଡ଼ି ବିଲଡ଼ର ମାନଙ୍କୁ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି। ମହିଳା ନିଜର ଦୁଗ୍ଧକୁ ଏକ ପାଉଚ ଭିତରେ ପ୍ୟାକ କରନ୍ତି ଓ ଏହାକୁ ସେ ଲିକ୍ୱିଡ଼ ଗୋଲଡ଼ ନାମ ଦେଇଛନ୍ତି।

ମାଂସପେଶୀ ଗୁଡିକ ପାଇଁ ବହୁତ ଲାଭଦାୟକ:-

ଦୁଗ୍ଧ ବିକ୍ରି କରିବା ପ୍ରଣାଳୀରେ ମହିଳାଙ୍କୁ ବହୁତ ଟେଷ୍ଟ ପାସ କରିବାକୁ ହୋଇଥାଏ। ଏହି ଟେଷ୍ଟରେ ଚେକ କରାଯାଇଥାଏ କି, ମହିଳା ସିଗାରେଟ କିମ୍ବା ମଦ୍ୟପାନ କରୁନାହାଁନ୍ତି ତ! ଏହାପରେ ମହିଳା ନିଜର ଦୁଗ୍ଧ ବିକ୍ରି କରିଥାନ୍ତି। ବଡ଼ି ବିଲଡ଼ରଙ୍କ କହିବା ହେଲା ଏହି କ୍ଷୀର ପିଇବା ଦ୍ୱାରା ମାଂସପେଶୀକୁ ବହୁତ ଲାଭ ମିଳୁଛି।

ଦୁଇଟି ପିଲାର ମାଆ ହେଉଛନ୍ତି ଏହି ମହିଳା:-

ନିଜର ଏହି ଅଦ୍ଭୁତ ବିଜନେସକୁ ନେଇ ମହିଳା ଚର୍ଚ୍ଚାରେ ରହିଛନ୍ତି। ମହିଳାଙ୍କର ନିଜ ପିଲା ମଧ୍ୟ ରହିଛନ୍ତି। ମହିଳାଙ୍କ ପରିବାରକୁ ଏହି ଦୁଗ୍ଧ ବିକ୍ରି କରିବା ଉପରେ କୌଣସି ସମସ୍ୟା ନାହିଁ। ମହିଳାଙ୍କ କହିବା କଥା, ତାଙ୍କ ଶରୀରରେ ଆବଶ୍ୟକ ଠାରୁ ଅଧିକ ଦୁଗ୍ଧ ଉତ୍ପାଦନ ହେଉଛି ତେଣୁ ସେ ଏହାକୁ ବିକ୍ରି କରିବା ପାଇଁ ଭାବିଥିଲେ।

ନିଜ କ୍ଷୀର ବିକ୍ରି କରି କମାନ୍ତି ଲକ୍ଷ ଟଙ୍କା:-

ମହିଳା ନିଜର କ୍ଷୀରକୁ ବହୁତ ଉଚ୍ଚ ଦାମରେ ବିକ୍ରି କରୁଛନ୍ତି। 29.5 ml କ୍ଷୀରର ଦାମ 100 ଟଙ୍କା। ବର୍ତ୍ତମାନ ପର୍ଯ୍ୟନ୍ତ ମହିଳା ନିଜର ବହୁତ ସାରା ଲିଟର କ୍ଷୀର ବିକ୍ରି କରିସାରିଲେଣି। ମହିଳାଙ୍କ କ୍ଷୀର ନେବାକୁ ବହୁତ ବଡ଼ି ବିଲଡ଼ର ତାଙ୍କୁ ଯୋଗାଯୋଗ ମଧ୍ୟ କରୁଛନ୍ତି।

Leave A Reply

Your email address will not be published.