ବର୍ତ୍ତମାନ ସିନିୟର ସିଟିଜେନଙ୍କୁ ମିଳିବ ଲକ୍ଷେ ଟଙ୍କାରୁ ଅଧିକ ପେନସନ,ଜଲଦି ଆବେଦନ କରନ୍ତୁ

0

Get real time updates directly on you device, subscribe now.

ବର୍ତ୍ତମାନ ସରକାର ସିନିୟର ସିଟିଜେନମାନଙ୍କ ପାଇଁ ଏହି ସ୍କିମ ଆଣିଛନ୍ତି। ଏହାର ଲାଭ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକମାନେ ଉଠାଇପାରିବେ। PM Vaya Vandana Yojana ଏହି ସ୍କିମର ନାମ। ଏଥିରେ ବୟସ୍କ ଲୋକମାନଙ୍କୁ ସେମାନଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଆର୍ଥିକ ରୂପରେ ଆତ୍ମନିର୍ଭର କରିବାରେ ସାହାଯ୍ୟ କରିବ। ଏହାର ଅବଧି ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଅଛି ଓ ଏହା ବର୍ତ୍ତମାନ ୨୦୨୩ ମସିହାକୁ ବଢ଼ାଇଦିଆଯାଇଛି। ଏହି ଯୋଜନାର ଲାଭ ଉଠାଇବା ପାଇଁ ବୟସ ୬୦ବର୍ଷରୁ ଅଧିକ ହେବା ଆବଶ୍ୟକ ଅଟେ। ତେବେ ଏହାର ଅଧିକତର ବୟସର ସୀମା ବର୍ତ୍ତମାନ ଦିଆଯାଇନାହିଁ।

ଏହି ସ୍କିମରେ ବ୍ୟକ୍ତି ଅଧିକ ରୁ ଅଧିକ ୧୫ ଲକ୍ଷ ଟଙ୍କା ନିବେଶ କରାଇପାରିବେ। ଏହି ସ୍କିମ ସଞ୍ଚାଳନର ସମ୍ପୂର୍ଣ ଦାୟିତ୍ୱ ଜୀବନ ବୀମା ନିଗମକୁ ଦିଆଯାଇଛି। ଏହି ଯୋଜାନାରେ ପ୍ରଥମେ ଆକୁମେସନ ରାଶି ଦେବାକୁ ପଡେ। ପରେ ଆପଣ ମାସିକ, ତ୍ରୟିମାସିକ, ଅର୍ଧବାର୍ଷିକ କିମ୍ବା ବାର୍ଷିକ ପେନସନର ବିକଳ୍ପକୁ ବାଛିପାରିବେ।

ଏଥିରେ ଆପଣଙ୍କୁ ହଜାର ଟଙ୍କା ପ୍ରତି ମାସରେ ଦେବାକୁ ପଡ଼ିିବ। ଅର୍ଥାତ ମୋଟ ଆପଣଙ୍କୁ ୧,୬୨,୧୬୨ ଟଙ୍କା ନିବେଶ କରିବାକୁ ହେବ। ଏମିତିରେ ମାସିକ ପେନସନ ୯,୨୫୦ ଟଙ୍କା , ତ୍ରୈୟିମାସିକ ୨୭,୭୫୦ ଟଙ୍କା, ଅର୍ଧବାର୍ଷିକ ୫୫,୫୦୦ ଟଙ୍କା ଏବଂ ଶେଷରେ ବାର୍ଷିକ ଆକାରରେ ୧, ୧୧,୦୦୦ ଟଙ୍କା ମିଳିବ।

ନିବେଶ କିପରି କରିବେ ଜାଣନ୍ତୁ:-

– ପ୍ରଥମେ ୦୨୨-୬୭୮୧୯୨୮୧ କିମ୍ବା ୦୨୨-୬୭୮୧୯୨୯୦ ନମ୍ବରକୁ ଡାଏଲ କରନ୍ତୁ।

– ଏହାବ୍ୟତିତ ଆପଣ ଟୋଲ ଫ୍ରି ନମ୍ବର ୧୮୦୦ ୨୨୭ ୭୧୭କୁ ମଧ୍ୟ ଫୋନ କରିପାରିବେ।

ଏହି ଯୋଜନାରେ ସର୍ଭିସ ଟାକ୍ସ ସହିତ ଜିଏସଟି ଟାକ୍ସକୁ ମଧ୍ୟ ଛାଡ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛିକି କୌଣସି ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ଜୀବନସାଥିର କୌଣସି ସମସ୍ୟା ହେଲେ ଆପଣ ଏହାକୁ ସମୟ ପୂର୍ବରୁ ମଧ୍ୟ ଉଠାଇପାରିବେ। ତେବେ ଏହାକୁ ଆବେଦନ କରିବା ପାଇଁ ପାନ କାର୍ଡ କପି ସହିତ ଠିକଣା ପ୍ରମାଣ ପତ୍ର କପି ଏବଂ ବ୍ୟାଙ୍କ ପାସବୁକର ପ୍ରଥମ ପେଜକୁ କପି କରିନେବା ଅନିବାର୍ଯ୍ୟ ଅଟେ। ଏହିପରି ଭାବରେ ଆପଣ ଏହି ସ୍କିମର ଲାଭ ଉଠାଇପାରିବେ।

Leave A Reply

Your email address will not be published.