୧୨ ବର୍ଷ ପରେ ସୂର୍ଯ୍ୟ-ଗୁରୁଙ୍କ ଅଦ୍ଭୁତ ସଂଯୋଗ, ଖୋଲିଯିବ ଏସବୁ ରାଶିଙ୍କ ଭାଗ୍ୟ, ମିଳିବ ବଡ଼ ପଦ ଓ ବର୍ଷିବ ଟଙ୍କା !

ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ।ଆମ ଦେଶର ସସ୍କୃତି ଏବଂ ପରମ୍ପରା ବହୁତ୍ ପୁରୁଣା।ଆମ ଦେଶରେ ଲୋକେ ଗ୍ରହ ନକ୍ଷତ୍ର ଉପରେ ବିଶ୍ୱାସ କରନ୍ତି।ଲୋକେ ଭାବନ୍ତି ଗ୍ରହ ମାନଙ୍କ ଚଳନ ଫଳରେ ମଣିଷ ଜୀବନରେ ସୁଖ ଓ ଦୁଃଖ ଆସିଥାଏ।ହଁ ଆଜ୍ଞା ଜ୍ୟୋତିଷଙ୍କ ଗଣନା ଅନୁସାରେ ମେଷ ରାଶିରେ ସୂର୍ଯ୍ୟ ଓ ବୃହସ୍ପତିର ଯୁତିର ସଂଯୋଗ ରହିଛି ।ଯାହା ୧୨ ବର୍ଷ ପରେ ସୃଷ୍ଟି ହେଉଛି ।

ଯାହାର ଫଳସ୍ୱରୂପ ଶୁଭ ଓ ଅଶୁଭ ପ୍ରଭାବ ସମସ୍ତ ରାଶିର ଜାତକ ଉପରେ ପଡ଼ିବ । ଅନ୍ୟପଟେ ୫ଟି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଓ ବୃହସ୍ପତିର ସଂଯୋଗ ଭାଗ୍ୟୋଦୟ ହେବ ବୋଲି କୁହାଯାଉଛି।

ଏହି ଯୁତି ମେ ୧୫ ପର୍ଯ୍ୟନ୍ତ ରହିବ ଓ ଏହି ଲୋକମାନେ ବହୁ ଉପକୃତ ହେବେ ବୋଲି ଜ୍ୟୋତିଷ ମାନେ ଆଲୋକପାତ କରିଛନ୍ତି। ଗଣନା ଅନୁସାରେ ଗତକାଲି ଦେବଗୁରୁ ବୃହସ୍ପତି ଗୋଚର କରି ମଙ୍ଗଳ ଗ୍ରହର ରାଶି ମେଷରେ ପ୍ରବେଶ କରିଛନ୍ତି।

ଅନ୍ୟପକ୍ଷରେ, ଏହା ପୂର୍ବରୁ ଏପ୍ରିଲ ୧୪ରେ ସୂର୍ଯ୍ୟ ଗୋଚର କରି ମେଷ ରାଶିରେ ପ୍ରବେଶ କରିଛନ୍ତି। ଏହି କାରଣରୁ ମେଷ ରାଶିରେ ଥିବା ବ୍ୟକ୍ତିଙ୍କର ସୂର୍ଯ୍ୟ- ବୃହସ୍ପତି ସଂଯୋଗ ସୃଷ୍ଟି ହେଉଛି। ମେଷ ରାଶିରେ ସୂର୍ଯ୍ୟ ଓ ବୃହସ୍ପତିର ଯୁତିର ସଂଯୋଗ ୧୨ ବର୍ଷ ପରେ ସୃଷ୍ଟି ହେଉଛି

ଯାହାର ଶୁଭ ଓ ଅଶୁଭ ପ୍ରଭାବ ସମସ୍ତ ରାଶିର ଜାତକ ଉପରେ ପଡ଼ିବ।ସୂର୍ଯ୍ୟ ଓ ବୃହସ୍ପତିର ଯୁତି ମିଥୁନ ରାଶିର ଲୋକଙ୍କୁ ଅନେକ ଲାଭ ଦେବ ଏବଂ କ୍ୟାରିୟରରେ ବଡ଼ ଲାଭ ହେବ।

ଆପଣଙ୍କ ପଦୋନ୍ନତି-ଇନକ୍ରିମେଣ୍ଟ ହୋଇପାରେ। ଆୟ ବୃଦ୍ଧି ପାଇବ।ନିବେଶରୁ ମଧ୍ୟ ଲାଭ ମିଳିବ ବୋଲି କୁହାଯାଇଛି।ସୂର୍ଯ୍ୟ ଓ ବୃହସ୍ପତିର ସଂଯୋଗ କାରଣରୁ କର୍କଟ ରାଶିର ଲୋକଙ୍କ ପାଇଁ ବହୁତ ଲାଭଦାୟକ ହେବ।ଯାହା ଫଳରେ ସେମାନେ ସୁଖ ଓ ସମୃଦ୍ଧି ପ୍ରାପ୍ତ କରିବେ।ଆର୍ଥିକ ଅବସ୍ଥା ମଧ୍ୟ ଭଲ ରହିବ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

odia sambada
Comments (0)
Add Comment