ଭୁଲରେ ବି ମଧ୍ୟ ଲଗାନ୍ତୁ ନାହିଁ ତୁଳସୀ ଗଛ ପାଖରେ ଏହି ସବୁ ଗଛ, ନଚେତ ହୋଇପାରେ ବଡ ଅସୁବିଧା !

ତୁଳସୀ ଗଛକୁ ଆମ ସନାତନ ଧର୍ମରେ ଅତ୍ୟନ୍ତ ପବିତ୍ର ବୋଲି ଜଣାଯାଏ। ବିଶ୍ୱାସ ରହିଛି ଯେ ଯେଉଁଠାରେ ତୁଳସୀ ଗଛ ଥାଏ ସେଠାରେ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ଘରେ ତୁଳସୀ ଗଛ ଲଗାଇବା ଦ୍ବାରା ସୁଖ, ଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ।

କିନ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛ ଲଗାଇବା ସମୟରେ କିଛି ସତର୍କତା ଅବଲମ୍ବନ କରିବା ଉଚିତ୍। ତେବେ ଆସନ୍ତୁ ଜାଣିବା ତୁଳସୀ ଗଛ ପାଖରେ କେଉଁ ସବୁ ଗଛ ଲଗାଇବା ଅନୁଚିତ।

-ତୁଳସୀ ଗଛକୁ ଛାତ ଉପରେ ରଖନ୍ତୁ ନାହିଁ। ଏହାକୁ ଘରର ଦୁଆର ମୁହଁରେ ଲଗାଇବା ଉଚିତ୍। ଯେଉଁ କୁଣ୍ତରେ ତୁଳସୀ ଗଛ ଲାଗିଥିବ ସେଥିରେ ଅନ୍ୟ କୌଣସି ଗଛ ଲଗାଇବା ଉଚିତ୍ ନୁହେଁ।

-ତୁଳସୀ ଗଛ ନିକଟରେ ଲାଜକୁଳି ଲତା ଲଗାଇବା ଉଚିତ ନୁହେଁ। ତୁଳସୀ ଗଛଠାରୁ ଅତି କମରେ ଚାରିରୁ ପାଞ୍ଚ ଫୁଟ ଛାଡ଼ି ଏହି ଗଛ ଲଗାନ୍ତୁ। ଲାଜକୁଳି ଲତା ଗଛ ଶନୀଙ୍କ ପ୍ରତୀକ ଅଟେ। ସେଥିପାଇଁ ଭୁଲରେ ମଧ୍ୟ ତୁଳସୀ ଗଛ ନିକଟରେ ଏହି ଗଛ ଲଗାନ୍ତୁ ନାହିଁ।

-ତୁଳସୀ ଗଛ ନିକଟରେ ଅରଖ ଗଛ ଲଗାନ୍ତୁ ନାହିଁ। କାରଣ ଏହି ଗଛରୁ କ୍ଷୀର ବାହାରିଥାଏ। ଏହି କ୍ଷୀର ତୁଳସୀ ଗଛ ଉପରେ ପଡି଼ଲେ ଏହା ନଷ୍ଟ ହୋଇପାରେ।

-କାକଟସ୍ ଗଛକୁ ଏକ ନକାରାତ୍ମକ ଗଛ ଭାବେ ବିବେଚନା କରାଯାଇଥାଏ। ତେଣୁ ତୁଲସୀ ଗଛ ନିକଟରେ ଏହି ଗଛ ଲଗାଇବା ଉଚିତ୍ ନୁହେଁ।

-ତୁଳସୀ ଗଛ ନିକଟରେ କୌଣସି ମୋଟା ଗଣ୍ତିର ଗଛ ଲଗାଇବା ଉଚିତ୍ ନୁହେଁ। ଏହାଦ୍ବାରା ତୁଳସୀ ଗଛର ବୃଦ୍ଧି ସଠିକ୍ ଭାବରେ ହୋଇନଥାଏ ।

ତେବେ ଶେଷକୁ କହି ରଖୁଛୁ ଯେ ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଏବଂ ସାଧାରଣ ଅନୁମାନ ଉପରେ ଆଧାରିତ। କୌଣସି ଉପାୟ କରିବା ପୂର୍ବରୁ ନିଶ୍ଚିତଭାବେ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନିଅନ୍ତୁ।

odia sambada
Comments (0)
Add Comment