ଏହି 3ଟି ରାଶି ଉପରେ ହେବ ଟଙ୍କା ବର୍ଷା, ମିଥୁନ ରାଶିରେ ଲକ୍ଷ୍ମୀ ନାରାୟଣ ଯୋଗ କାରଣରୁ ଆସିବ ଶୁଭବେଳା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟକ ଗ୍ରହ ସମୟ ସମୟରେ ନିଜର ରାଶି ପରିବର୍ତ୍ତନ କରିଥାନ୍ତି। ତେବେ ସେହିପରି ମେ ମାସ 2 ତାରିଖରେ ଶୁକ୍ରଙ୍କ ଗମନାଗମନ ସହିତ ମିଥୁନ ରାଶିରେ ବୁଧ ଏବଂ ଶୁକ୍ରର ମିଳନ ହେବ କାରଣ ମିଥୁନରେ ବୁଧ ପୂର୍ବରୁ ଉପସ୍ଥିତ ଅଛି।

ମିଥୁନରେ ବୁଧ ଏବଂ ଶୁକ୍ର ସଂଯୋଗ ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି କରିବ। ଯାହା 3 ଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ। ତେବେ ଆସନ୍ତୁ ଜାଣିବା କାହା ପାଇଁ ଲକ୍ଷ୍ମୀ ନାରାୟଣ ଯୋଗ ମେ ସାସରେ ଶୁଭ ଫଳ ପ୍ରଦାନ କରିବ।

ବୃଷ ରାଶି:

ଲକ୍ଷ୍ମୀ ନାରାୟଣଙ୍କ ଯୋଗ କାରଣରୁ ବୃଷ ରାଶିର ଲୋକମାନେ ଏହି ମାସରେ ବହୁତ ଶୁଭଫଳ ପାଇବେ। ଯେପରିକି ବ୍ୟବସାୟୀ କରୁଥିବା ଲୋକ ମାନଙ୍କ ପାଇଁ ଆଶାନୁରୂପକ ଫଳ ପ୍ରାପ୍ତ ହେବ। ଚାକିରିରେ ପଦୋନ୍ନତି ପାଇବାର ମଧ୍ୟ ସମ୍ଭାବନା ରହିଛି। ଅଧିକ ଧନ ପ୍ରାପ୍ତ ହେବାର ସୁଯୋଗ ମଧ୍ୟ ରହିଛି ।

ମିଥୁନ ରାଶି:

ଲକ୍ଷ୍ମୀ ନାରାୟଣ ଯୋଗ କାରଣରୁ ଏହି ରାଶିର ଲୋକମାନେ ଚାକିରୀ ସାଙ୍ଗକୁ ପଦୋନ୍ନତୀ ପାଇବାର ସମ୍ଭାବନା ରହିଛି।ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଦୀର୍ଘ ଦିନ ଧରି ଅଟକି ରହିବ। ମିଥୁନ ରାଶିର ଲୋକମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଏହା ଏକ ଭଲ ସମୟ ଅଟେ।

କନ୍ୟା ରାଶି:

ଲକ୍ଷ୍ମୀ ନାରାୟଣ ଯୋଗ କାରଣରୁ କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ମାସ ଶୁଭ ଅଟେ। ନୂଆ ଚାକିରୀର ଯୋଗ ସୃଷ୍ଟି ହେବ। ଆୟ ବୃଦ୍ଧି ପାଇବ। ବ୍ୟବସାୟରେ ଅଧିକ ଲାଭ ମିଳିବ। ଆପଣ ଯେ କୌଣସି ନୂତନ ଯୋଜନା ମଧ୍ୟ ଏହି ସମୟରେ ଆରମ୍ଭ କରିପାରନ୍ତି।

ଶେଷକୁ କହି ରଖୁଛୁ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

odia sambada
Comments (0)
Add Comment