ବାହାଘରରେ ହେଉଛି କି ବିଳମ୍ବ ? ତେବେ ଅକ୍ଷୟ ତୃତୀୟାରେ କରନ୍ତୁ ଏହି କାମ, ଦୂର ହେବ ସମସ୍ୟା ।

ବନ୍ଧୁଗଣ ଅକ୍ଷୟ ତୃତୀୟା ଏକ ହିନ୍ଦୁ ଧାର୍ମିକ ପରମ୍ପରା । ହିନ୍ଦୁ ଧର୍ମରେ ପବିତ୍ର ଅକ୍ଷୟ ତୃତୀୟାର ଖୁବ ମହତ୍ତ୍ୱ ରହିଛି । ଏହି ପର୍ବ ବୈଶାଖ ମାସର ଶୁକ୍ଳ ପକ୍ଷ ତୃତୀୟା ତିଥିରେ ପଡିଥାଏ । ଏହି ପର୍ବଟି ପର୍ଶୁରାମ ଜୟନ୍ତୀ ରୂପେ ମଧ୍ୟ ପାଳନ କରା ଯାଇଥାଏ । ବହୁ କିମ୍ବଦନ୍ତୀ ଏହି ପର୍ବ ସହିତ ଜଡିତ ହୋଇରହିଛି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବିବାହ ହିନ୍ଦୁ ଧର୍ମର ପ୍ରମୁଖ ୧୬ ସଂସ୍କାର ମଧ୍ୟରୁ ଗୋଟିଏ । ବିବାହ ଏକ ମହତ୍ତ୍ୱପୂର୍ଣ୍ଣ ସଂସ୍କାର । ଏଥିପାଇଁ ଅନେକ ରୀତିନୀତି ପାଳନ କରାଯାଏ । ବେଳେବେଳେ କିଛି କାରଣବଶତଃ ବିବାହ ବିଳମ୍ବ ହୋଇଥାଏ । ବେଳେବେଳେ ସବୁ ଠିକ ହେଲା ପରେ ବି ବିବାହ ବିଳମ୍ବ ହୋଇଥାଏ ।

ବିଳମ୍ବ ବିବାହ ପଛରେ ଅନେକ କାରଣ ଥାଏ ଯାହାକୁ ଦୂର କରିବାକୁ ବାସ୍ତୁଶାସ୍ତ୍ରରେ ଅନେକ ଉପାୟ ଅଛି । ବାସ୍ତୁଶାସ୍ତ୍ରର ଏହି ଉପାୟ ବିବାହରେ ଦେଖା ଦେଉଥିବା ବାଧା ଦୂର କରିଥାଏ । ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ବିବାହ ବିଳମ୍ୱ ହେବା ସମସ୍ୟା ଦୂର ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି । ବିବାହ ସମ୍ବନ୍ଧୀୟ ସମସ୍ତ ବାଧାବିଘ୍ନକୁ ନଷ୍ଟ କରିବା ପାଇଁ ପବିତ୍ର ଅକ୍ଷୟ ତୃତୀୟା ଦିନ, ପାଳନ କରନ୍ତୁ ଏହିସବୁ ନିୟମ।

୧. ବନ୍ଧୁଗଣ ଯଦି ବିବାହରେ କୌଣସି ପ୍ରତିବନ୍ଧକ ହେଉଥାଏ ତେବେ ଅକ୍ଷୟ ତୃତୀୟା ଦିନ, ହାତରେ ଏକ ନଡ଼ିଆ ଧରି ନିଜର ନାମ ଗୋତ୍ର କହି ଅଶ୍ୱସ୍ଥ ବୃକ୍ଷର ସାତ ଥର ପରିକ୍ରମ କରିବା ପରେ ଅଶ୍ୱସ୍ଥ ଗଛ ନିକଟରେ ସେହି ନଡ଼ିଆଟିକୁ ଅର୍ପଣ କରିଦିଅନ୍ତୁ ଦେଖିବେ ବିବାହ ହେଉନଥିଲେ ଖୁବ୍ ଶୀଘ୍ର ହୋଇଯିବ ।

୨. ଦାମ୍ପତ୍ୟ ଜୀବନରେ ସୁଖ ଏବଂ ଶାନ୍ତି ଆଣିବା ପାଇଁ ପ୍ରତିକାର ରୂପରେ ଅକ୍ଷୟ ତୃତୀୟା ଦିନ, ଯେକୌଣସି ଏକ ଶୈବପୀଠରେ ମାଟି ପାତ୍ର ଦାନ କରିବା ସହିତ ଶିବଲିଙ୍ଗ ନିକଟରେ ରୁଦ୍ରାଭିଶେକ ପୂଜା କରନ୍ତୁ ।

୩. ପ୍ରେମ ବିବାହ କରୁଥିଲେ ସେଥିରେ ଉତ୍ପନ୍ନ ସମସ୍ୟାର ସମାଧାନ ପାଇଁ ଏକ ହଳଦିଆ ରଙ୍ଗର କପଡ଼ାରେ ୫ଟି ଖଣ୍ଡ ହଳଦୀ ବାନ୍ଧି ଅକ୍ଷୟ ତୃତୀୟା ଦିନ ଭଗବାନ୍ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ । ଏହା ପରେ କପାଳରେ ତିଳକକୁ ଚନ୍ଦନ ପେଷ୍ଟ ସହିତ ଲଗାନ୍ତୁ ।

୪. ବୈବାହିକ ଜୀବନରେ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ପ୍ରେମ ବଢିବା ସହିତ ସୁଖମୟ କରିବା ପାଇଁ ଅକ୍ଷୟ ତୃତୀୟା ଦିନ, ଅଭାବୀ ଲୋକଙ୍କୁ ପାଣି ଏବଂ ରସଯୁକ୍ତ ଫଳରେ ଭର୍ତ୍ତି ଏକ ମାଟି ପାତ୍ର ଦାନ କରନ୍ତୁ ।

odia sambada
Comments (0)
Add Comment