କୋର୍ଟରେ ବିଷ ଓଗାଳିଲେ ଅର୍ଚ୍ଚନା, କହିଲା କାହିଁକି ଗି-ରଫ ହୋଇନି ଶ୍ରଦ୍ଧାଞ୍ଜଳି

0

Get real time updates directly on you device, subscribe now.

ଏହି କିଛିଦିନ ପୂର୍ବରୁ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁ ଖୁବ୍ ଚର୍ଚ୍ଚାରେ ଥିଲେ। ଅନେକ ବଡ ବଡ ଲୋକଙ୍କୁ ବ୍ଲା-କମେ-ଲ୍ କରି ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରିଥିବା କଥା ଶୁଣିବାକୁ ମିଳିଥିଲା ଆଉ ଏଥିରେ ତାଙ୍କୁ ତାଙ୍କ ସ୍ଵାମୀ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରୁଥିବା କଥା ମଧ୍ୟ ଶୁଣିବାକୁ ମିଳିଥିଲା। ପୋ-ଲିସ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ଖୋଳତାଡ଼ କରିବା ପରେ ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁଙ୍କୁ ଗି-ରଫ କରି ଜେ-ଲରେ ରଖିଥିଲା।

ଏବେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଚର୍ଚ୍ଚାକୁ ଫେରିଛନ୍ତି। ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ଆଜି ହାଜର ହୋଇଛନ୍ତି ଅର୍ଚ୍ଚନା ଓ ଜଗବନ୍ଧୁ। ଇଡି ଓ ଖଣ୍ଡଗିରି ଥା-ନା ମାମ-ଲାରେ ସେମାନେ ହାଜର ହୋଇଛନ୍ତି

କୋର୍ଟରେ ହାଜର ହେବା ପରେ, ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଏଯାଏଁ କାହିଁକି ଗି-ରଫ କରାଯାଇନାହିଁ ବୋଲି ଅର୍ଚ୍ଚନା ଜଜଙ୍କୁ ପ୍ରଶ୍ନ କରିଛନ୍ତି। ଶ୍ରଦ୍ଧାଞ୍ଜଳି କାହିଁକି ହାଜର ହେଉନାହାନ୍ତି ବୋଲି କୋର୍ଟରେ ପ୍ରଶ୍ନ ଉଠାଇଛନ୍ତି ଅର୍ଚ୍ଚନା, ତାଙ୍କ ପାଇଁ କଣ ଆଇନ ଅଲଗା ବୋଲି କହିଲେ ଅର୍ଚ୍ଚନା

ଆଜି କୋର୍ଟରୁ ବାହାରିବାବେଳେ,ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ୍ ମଧ୍ୟ ବିସ୍ଫୋ-ରକ ବ-ୟାନ ଦେଇଛନ୍ତି। ସେ କହିଛନ୍ତି ଯେ କାହିଁକି ଏଯାଏଁ ବାହାରେ ବୁଲୁଛି ଶ୍ରଦ୍ଧାଞ୍ଜଳି, କାହା ଛତ୍ରଛାୟା ତଳେ ଶ୍ରଦ୍ଧାଞ୍ଜଳି ବେହେରା ଅଛନ୍ତି, ଯେଉଁଥିପାଇଁ ତାକୁ ଗି-ରଫ କରାଯାଉନି ବୋଲି ଅର୍ଚ୍ଚନା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଏହା ପଛରେ ଏକ ବଡ଼ ଶକ୍ତି କାମ କରୁଛି, ତାକୁ ଜାଣିଶୁଣି ଘଣ୍ଟ ଘୋଡାଇ ଚାଲିଛନ୍ତି।

ଶ୍ରଦ୍ଧାଞ୍ଜଳିକୁ ହନିମୁନ ପ୍ୟାକେଜରେ ପଠାଯାଇଥିଲା, ଓଲଡ଼ ଟାଉନ ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ସୌଭାଗ୍ୟ ମିଶ୍ର ନାମକ ଜଣେ ଲୁଗା ବ୍ୟବସାୟୀ ସହ ପଠାଯାଇଥିଲା।

ଶ୍ରଦ୍ଧାଞ୍ଜଳି ନାଁରେ କୋର୍ଟ ଜାମିନ ବିହୀନ ଗି-ରଫ ପରୱାନା ଜାରି କରିଛନ୍ତି, ସେଥିପାଇଁ କୋର୍ଟଙ୍କୁ ମୁଁ ଧନ୍ୟବାଦ ଦେଉଛି ବୋଲି ଅର୍ଚ୍ଚନା କହିଛନ୍ତି। ତେବେ, ଶ୍ରଦ୍ଧାଞ୍ଜଳୀଙ୍କ ସହ ସେହି ଲୁଗାଦୋକାନୀ ମାଲିକଙ୍କର କିଭଳି ସମ୍ପର୍କ ରହିଛି, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.