ଭାରତର ମୋବାଇଲ୍ ନମ୍ବର ଆଗରେ କଣ ପାଇଁ ଲାଗିଥାଏ +୯୧ । କଣ ଆପଣ ଏହାର କାରଣ ଜାଣିଛନ୍ତି କି ?

0

Get real time updates directly on you device, subscribe now.

ଭାରତରେ ମୋବାଇଲ୍ ନମ୍ବର ପୁର୍ବରୁ +୯୧ ଲଗାଇବାକୁ ପଡ଼ିଥାଏ । ଆପଣମାନେ ସବୁବେଳେ ନିଜର ପ୍ରିୟଜନ ମାନଙ୍କୁ କଲ୍ କରିଥାନ୍ତି ହେଲେ ଥରୁଟିଏ ଭାବି ନଥିବେ ଯେ କାହିଁକି ମୋବାଇଲ୍ ନମ୍ବର ପୂର୍ବରୁ ୯୧ ଲାଗିଥାଏ । ଆଉ ବେଳେ ବେଳେ ଏମିତି ମଧ୍ୟ ହୁଏ ଯେତେବେଳେ ଆପଣଙ୍କ ମୋବାଇଲ୍ ନମ୍ବର ପୂର୍ବରୁ +୯୧ ବଦଳରେ ଯଦି ଅଲଗା କୌଣସି ନମ୍ବର ଡ଼ାଏଲ୍ କରି ଦିଅନ୍ତି ତାହେଲେ କଲ୍ ଯାଏନାହିଁ । ତେବେ କାହିଁକ ଏଭଳି ହୁଏ ଓ କାହିଁକି ଆବଶ୍ୟକ ରହିଛି ଏହି +୯୧ ନମ୍ବରର ଜାଣିଛନ୍ତି କି । ଯଦି ନାଁ ତେବେ ଆସନ୍ତୁ ଜାଣିବା ।

ସେହିପରି ଅଲଗା ଦେଶ ମାନଙ୍କର ମଧ୍ୟ ଅଲଗା ଅଲଗା କୋଡ ରହିଛି । ଯେମିତି ଆମେରିକାର ସବୁ ମୋବାଇଲ୍ ନମ୍ବର +୧ ରୁ ଆରମ୍ଭ ହୋଇଥାଏ । ଆଉ ଲଣ୍ଡନର ମଧ୍ୟ ସବୁ ମୋବାଇଲ୍ ନମ୍ବର +୪୪ ରୁ ଆରମ୍ଭ ହୋଇଥାଏ ।ତେବେ ଏହି ସବୁ ନମ୍ବର କଣ ନିଜ ହିସାବରେ ସବୁ ଦେଶ ବ୍ୟବହାର କରିଥାନ୍ତି ନା ଏହାକୁ ଭାଗ ବାଣ୍ଟି ଦେଇଥାନ୍ତି । ଆଉ କଣ ରହିଛି ଏହି ମୋବାଇଲ୍ ନମ୍ବର ପଛରେ ତଥ୍ୟ ଆସନ୍ତୁ ଜାଣିବା ।

ତେବେ ବନ୍ଧୁଗଣ ସବୁ ଦେଶକୁ ଏକ କ୍ରମ ଅନୁସାରେ ନମ୍ବର ଦିଆ ଯାଇଥାଏ । କୌଣସି ଦେଶ ନିଜ ଇଚ୍ଛାରେ ବ୍ୟବହାର କରି ପାରିବେ ନାହିଁ । ଆଉ ଏଥିପାଇଁ କାମ କରୁଛି ଗୋଟେ ସଂସ୍ଥା । ଯାହାର ନାମ ହେଉଛି ଆଇ-ଟି-ୟୁ । ମାନେ ଇଣ୍ଟରନେସନାଲ ଟେଲିକମ୍ କମ୍ୟୁନିକେସନ । ଆଉ ସବୁ ଦେଶକୁ ନମ୍ବର ଭିନ୍ନ ଭିନ୍ନ ଦେବାର କାରଣ ମଧ୍ୟ ରହିଛି । ଆଇଟିୟୁ ସଂସ୍ଥା ପୂରା ଦୁନିଆକୁ ୯ ଟା ଅଲଗା ଅଲଗା ଅଞ୍ଚଳରେ ଭାଗ କରି ଡେଇଛି । ଆଉ ସବୁ ସ୍ଥାନକୁ ଦେଉଛି ଅଲଗା ଅଲଗା କୋଡ । ଏବଂ କିଛି ଜାଗାକୁ ପ୍ରାଥମିକ ସ୍ତରରେ କୋଡ଼ ଦିଆ ଯାଇଥାଏ । ଯାହାକି ପ୍ରଥମେ ଏନ ଏ ଏନପିକୁ ଦିଆ ଜାଇଥାଏ କୋଡ +୧ । ଯାହା ମଧ୍ୟରେ ଆସେ କାନାଡା, ୟୁ-ଏସ୍-ଏ, ଆଦି ।

ଆଉ ଦ୍ଵିତୀୟ ସ୍ଥାନରେ ଆସେ ଆଫ୍ରିକାନ ଦେଶ ଗୁଡ଼ିକ ।ଯେଉଁଥିରେ ୩ଅଙ୍କ ବିଶିଷ୍ଟ କୋଡ ଦିଆଯାଇଥାଏ । ଯେମିତିକି ନାଇଜେରିଆର କୋଡ ରହିଛି +୨୩୪ ଆଉ ୟୁଗଣ୍ଡାର +୨୫୬ । ୩ୟ ୪ର୍ଥରେ ଆସେ ୟୁରୋପ । ୫ମ ସ୍ଥାନରେ ଆସେ ଆମେରିକା । ୬ଷ୍ଠରେ ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳ ଗୁଡିକ । ଶେଷରେ ଦକ୍ଷିଣ ଏସିଆ ଅଞ୍ଚଳ ଅର୍ଥାତ୍ ଭାରତକୁ ଦିଆଯାଇଛି +୯୧ । ଆଉ ସେଥିପାଇଁ ସିମ୍ ଯେକୌଣସି କମ୍ପାନୀର ହେଲେ ମଧ୍ୟ ମୋବାଇଲ୍ ନମ୍ବର ଆଗରେ +୯୧ ହିଁ ଲାଗିଥାଏ ।

Leave A Reply

Your email address will not be published.