ସମୁଦ୍ରରେ ବୁଡ଼ିଯାଉଥିଲା ଛୋଟ ଛୁଆଟି,ଆଉ କୁକୁର ଏମିତି ଭାବରେ ବଞ୍ଚାଇଲା ଜୀବନ, ହୃଦୟସ୍ପର୍ଶୀ ଏହି ଭିଡିଓ……..

0

Get real time updates directly on you device, subscribe now.

କୁକୁର ଏକ ଗୃହପାଳିତ ପଶୁ ଓ ଏହା ପ୍ରକୃତରେ ସଚ୍ଚା ଦୋସ୍ତ ଅଟେ|ଏହା ଅତ୍ୟନ୍ତ ବିଶ୍ୱସନୀୟ ପ୍ରାଣୀ|କୁକୁର ସମୟ ପଡିଲେ ମାଲିକ ପାଇଁ ମଧ୍ୟ ଜୀବନ ଦେଇଥାଏ| ଏହାର ପ୍ରଭାବ ସାହାଯ୍ୟକାରି ଫଳରେ ମନୁଷ୍ୟଙ୍କ ଭଲ ମିତ୍ର ଭାବରେ ଗଣାଯାଏ|ମଣିଷ କକୁରକୁ ବହୁ ସ୍ନେହ କରେ|କୁକୁର ଓ ମଣିଷର ବହୁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ|ଏଭଳି ମଧ୍ୟ ଦେଖାଯାଏ ଯେତେବେଳେ କୁକୁର ଜୀବନ ପ୍ରତି ବିପଦ ଥାଏ ସେତେବେଳେ ମଣିଷ ମଧ୍ୟ ଜୀବନ ଦେଇ ବଞ୍ଚାଇଥାଏ|

ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ କୁକୁର ବାହାଦୁରି ଦେଖାଇ ମାଲିକର ଝିଅକୁ ବଞ୍ଚାଇଥିଲେ|କୁକୁରର ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଛନ୍ତି|

ଆପଣ ସମସ୍ତେ ଦେଖିପାରିବେ ଏହି ଭାଇରାଲ ଭିଡିଓରେ କୁକୁର ଏକ ଛୋଟ ଛୁଆର ଜୀବନ ବଞ୍ଚାଉଛି|ଏହା ଏକ ସମୁଦ୍ର କୂଳର ଅଟେ|ଅଚାନକ ଛୁଆ ସମୁଦ୍ର କୂଳରେ ଲହଡିରେ ବୋହିଯାଏ ଓ ସନ୍ତୁଳନ ବିଗିଡ଼ି ଯାଏ|ଫଳରେ ସେ ଛୁଆ ପାଣିରେ ବୋହିଯାଏ|

ପାଖରେ ଛିଡା ହୋଇଥିବା କୁକୁର ବୁଝିଯାଏ ଯେ ତା ଜୀବନ ବିପଦାପନ୍ନ ତେଣୁ ସେ ଛୁଆକୁ ବଞ୍ଚାଇବାକୁ ଚେଷ୍ଟା କରେ|ଭିଡିଓରେ ଛୁଆ କାନ୍ଦୁଛି ଓ କୁକୁର ତା ଟି ସାର୍ଟକୁ ଟାଣି ଟାଣି ପାଣିରୁ ବାହାରକୁ ଆଣିଥାଏ|

କୁକୁରର ମଧ୍ୟ ମଣିଷ ଭଳି ଭାବନା ରହିଛି ଏହି ଭିଡିଓରୁ ସ୍ପଷ୍ଟ ଅନୁମେୟ|ପ୍ରକୃତରେ ଏହା ହୃଦୟସ୍ପର୍ଶୀ|ଭିଡ଼ିଓରେ ଦେଖାଯାଏ କିପରି କୁକୁର ଛୁଆ ବଞ୍ଚାଇବାକୁ ସାର୍ଟ ଟାଣି ଟାଣି ଚେଷ୍ଟା କରୁଥାଏ|ସେ ବାରମ୍ବାର ମୁହଁରେ ଟାଣି ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି|ଏହା ସୋସିଆଲ ମିଡିଆରେ ବହୁ ଜୋରରେ ଭାଇରାଲ ହେଉଛି|

ଏହି ଭିଡିଓ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟୁଇଟରରେ Standardpuppies  ନାମକ ଏକାଉଣ୍ଟରୁ ସେୟାର କରାଯାଇଛି|ଏହାକୁ ଏପର୍ଯ୍ୟନ୍ତ ବହୁ ଲୋକ ଦେଖି ସାରିଲେଣି ଓ ଏହାକୁ ୩୧ ହଜାରରୁ ଉର୍ଦ୍ଧ୍ବ ଲୋକ ଲାଇକ କରିଛନ୍ତି|

Leave A Reply

Your email address will not be published.