ଅଗଷ୍ଟ ୧୬ରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟ ଓ ଜାତୀୟ ରାଜପଥରେ ହେବ ହେଲମେଟ ଚେକିଂ

0

Get real time updates directly on you device, subscribe now.

ସଡକ ଦୁର୍ଘଟଣାର ହାର ପୂର୍ବ ଅପେକ୍ଷା କମି ଯାଉ ସେ ନେଇ ସରକାର ଟ୍ରାଫିକ ନିୟମକୁ ବେଶ୍ କଡା କଡ଼ି କରି ଦେଇଛନ୍ତି । ଲୋକଙ୍କୁ ବାର୍ତ୍ତା ମାଧ୍ୟମରେ ସଚେତନ ମଧ୍ୟ କରାଉଛି । ଟ୍ରାଫିକ ନିୟମ ନ ପାଳନ କଲେ ଜୋରିମାନା ବ୍ୟବସ୍ଥା ମଧ୍ୟ କରି ଦିଆଯାଇଛି । ସମଗ୍ର ଦେଶରେ ମୋଟର ଯାନ ନିୟମ ବଦଳିବା ପରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କ ଉପରେ ମୋଟା ଅଙ୍କର ଜରିମାନା ତ ଲାଗୁ ହେଉଛି ତା ସହିତ ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ । ସଡକ ସୁରକ୍ଷା ଜୀବନ ରକ୍ଷା ଏହି ଭଳି ସ୍ଲୋଗାନ ଅନେକ ସମୟରେ ଦିଆ ଯାଉଥିଲେ ମଧ୍ୟ ରାସ୍ତାରେ ଦୁର୍ଘଟଣା କମି ପାରିନାହିଁ । ସରକାରଙ୍କ ଚିନ୍ତା ବଢ଼ାଇଛି ଏହି ବର୍ଦ୍ଧିତ ସଡ଼କ ଦୁର୍ଘଟଣା । ଏକ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଜାତୀୟ ହାରଠୁ ୧୦ ପ୍ରତିଶତ ଆଗରେ ରହିଛି ଓଡ଼ିଶା । ବେପରୁଆ ଗାଡ଼ି ଚାଳନା, ହେଲମେଟ୍‌ ନ ପିନ୍ଧିବା, ମଦ୍ୟ ପାନ କରି ଗାଡ଼ି ଚଳାଇବା ଏବଂ ଓଭର୍‌ ସ୍ପିଡ ଆଦି ସାଜିଛି ଦୁର୍ଘଟଣାର ପ୍ରମୁଖ କାରଣ । ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯାହା ଏକ ବଡ଼ ଖବର ଶୁଣିବାକୁ ମିଳୁଛି ସେଇଟା ହେଉଛି ଆଗକୁ ହେବା ହେଲମେଟ ଚେକିଂ।

ବିନା ହେଲମେଟରେ ଗାଡ଼ି ଚଳାଉଥିବା ଚାଳକଙ୍କ ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ-ଟି-ଏ) ଅଗଷ୍ଟ ୧୬ ରୁ ୩୦ ତାରିଖ ଯାଏଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ରାଜ୍ୟ ଦେଇ ଯାଇଥିବା ସବୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଏସ-ଟି-ଏ ପକ୍ଷରୁ ଏହି ଅଭିଯାନ କରାଯିବ । ହେଲମେଟ ଯାଞ୍ଚ ବ୍ୟତୀତ ମୋଟର ସାଇକଲରେ ୩ଜଣ ଯାତ୍ରା, ୧୮ ବର୍ଷରୁ କମ୍‌ ପିଲା ଗାଡ଼ି ଚଳାଉ ଥିଲେ ଦଣ୍ଡିତ ହେବେ । ହେଲମେଟ ପିନ୍ଧି ନ ଥିଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

ଆଉ ସେହିପରି ମୋଟର ସାଇକଲରେ ବସିଥିବା ଯାତ୍ରୀ ହେଲମେଟ ପିନ୍ଧି ନ ଥିଲେ ଚାଳକଙ୍କ ଲାଇସେନ୍ସ ୩ ମାସ ବାତିଲ କରାଯିବ ବୋଲି ଏସ୍‌ଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୂଚନାଯୋଗ୍ୟ ଯେ ଏକ ସର୍ଭେ ରିପୋର୍ଟ ଅନୁସାରେ ୨୦୨୧ରେ ମୋଟର ସାଇକଲ ଦୁର୍ଘଟଣାରେ ୧୩୦୮ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ସେମାନଙ୍କ ଭିତରୁ ୮୬୮ ଜଣ ଚାଳକ ହୋଇଥିବା ବେଳେ ୪୪୦ ଜଣ ମୋଟର ସାଇକଲରେ ବସିଥିଲେ । ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ମୃତକମାନେ ମଧ୍ୟ ହେଲମେଟ ପିନ୍ଧି ନଥିଲେ ।

Leave A Reply

Your email address will not be published.