ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲା । କମେଡି କିଙ୍ଗ ପପୁ ପମପମ୍ ନିର୍ଦ୍ଦୋଷ । ୨୦୧୬ରେ ଅଭିଯୋଗ ଆଣିଥିଲେ ନାବାଳିକା

0

Get real time updates directly on you device, subscribe now.

କାଷ୍ଟିଂ କାଉଚ୍ ମାମଲାରେ ପପୁ ପମପମଙ୍କୁ କ୍ଲିନ୍ ଚିଟ୍ । ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଅଭିନେତା ପପୁ ପମପମ୍ । ୨୦୧୬ ମସିହାରେ ପପୁଙ୍କ ନାଁରେ କାଷ୍ଟିଂ କାଉଚ୍ ନେଇ ଅଭିଯୋଗ ଆଣିଥିଲେ ନାବାଳିକା । ଫିଲ୍ମରେ ରୋଲ୍ ଦେବେ କହି ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ପପୁ ପମପମଙ୍କ ସହ ସହଯୋଗୀ ଗିଟୁଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା । ଏବେ ଉଭୟଙ୍କୁ ପକ୍ସୋ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ନିର୍ଦ୍ଦୋଷରେ ଖଲାସ ହେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପପୁ ।

କହିଛନ୍ତି, ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଆମର ନ୍ୟାୟ ବ୍ୟବସ୍ଥା ଉପରେ ଥିଲା । ଭୁଲ୍ ନକରି ଜେଲ୍ ଭିତରେ ରହି କଷ୍ଟ ପାଇଥିଲି । ଅଦାଲତ କ୍ଲିନ୍ ଚିଟ୍ ଦେଇଛନ୍ତି । ଏପରିକି ଅଭିଯୋଗକାରିଣୀ କୌଣସି ଅଭିଯୋଗ କରି ନଥିବା କୋର୍ଟରେ କହିଥିବା କହିଛନ୍ତି ପପୁ ପମ୍ ପମ୍ । ଅର୍ଥାତ୍ ପପୁଙ୍କୁ ଲୋକପ୍ରିୟତାକୁ ସହି ନପାରି କେହି ଫସାଇବାକୁ ସୁଚିନ୍ତିତ ଷଡ଼ଯନ୍ତ୍ର କରିଥିବା କୋର୍ଟଙ୍କ ରାୟରୁ ସଫା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଜୁଲାଇ ୧ ତାରିଖରେ ପୋକ୍ସୋ କୋର୍ଟରେ ପପୁଙ୍କ ବିରୋଧରେ ଚାର୍ଜଫ୍ରେମ କରା ଯାଇଥିଲା । ଆଇପିସିର ଧାରା ୩୪୧, ୩୨୩ ଏବଂ ୩୫୪ ଏବଂ ସେକ୍ସନ୍ ୮ ଓ ୧୨ରେ ପୋକ୍ସୋ କୋର୍ଟରେ ତାଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । କମିସନରେଟ୍ ପୁଲିସ ଏହି ଘଟଣାରେ ପପୁ ଓ ତାଙ୍କର ଜଣେ ସହଯୋଗୀ ଗିଟୁଙ୍କୁ ପୁରୀରୁ ଗିରଫ କରିଥିଲା । ତେବେ ଉଭୟଙ୍କୁ ଅଗଷ୍ଟ ୧୦ରେ ହାଇକୋର୍ଟରୁ ଜାମିନ ମିଳିଥିଲା । ଆଉ ବର୍ତମାନ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇଛନ୍ତି ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ।

ଏନେଇ ପପୁ ପମପମ୍‌ କହିଛନ୍ତି, ନ୍ୟାୟ ବ୍ୟବସ୍ଥା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ।  ମୁଁ ପୁରା ନିର୍ଦ୍ଦୋଷ ଥିଲି । ଶେଷରେ ନ୍ୟାୟର ବିଜୟ ହୋଇଛି । ଓକିଲଙ୍କ ସହ ପରାମର୍ଶ ପରେ ମାନହାନି ମକଦ୍ଦମା କରିବି । ଅଭିଯୋଗ ପରେ ଯାହା ହେବା କଥା ହୋଇଥିଲା । ଛୋଟ କଥାକୁ ବଡ କରି ଦେଖାଗଲା । ଏପରିକି ଅଭିଯୋଗ ପରେ ମୁଁ ୪୩ ଦିନ ଜେଲରେ ରହିଲି । ମିଡିଆରେ ବସି ଅନେକ ଲୋକ ଅନେକ କଥା କହିଲେ । ମୋ ଚରିତ୍ରକୁ ବଜାରରେ ନିଲାମ କରାଗଲା । ଏସବୁ ନିର୍ଦ୍ଦୋଷ ପରେ ପପୁଙ୍କ ପ୍ରତିକ୍ରିୟା ଥିଲା ।

Leave A Reply

Your email address will not be published.