ସାରଙ୍କ ପ୍ରେମ ନିବେଦନକୁ ଛାତ୍ରୀଜଣଙ୍କ ମନା କରିବାରୁ ଭୟ ଦେଖାଇ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ

0

Get real time updates directly on you device, subscribe now.

ଗୁରୁ ଶିଷ୍ୟ ପରମ୍ପରାରେ କଳଙ୍କ। ଜଣେ ଅଧ୍ୟାପକ ମାସ ମାସ ଧରି ଜଣେ ଛାତ୍ରୀଙ୍କୁ ଭୟ ଦେଖାଇ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଏଭଳି ଏକ ଘଟଣାକୁ ଘଣ୍ଟ ଘଉଡାଇବା ପାଇଁ କଲେଜ କର୍ତ୍ତୁପକ୍ଷ କିଛି ମାସ ହେବ ଚେଷ୍ଟା କରୁଥିଲେ। କିନ୍ତୁ ଉଚ୍ଚ ଶିକ୍ଷା ବିଭାଗର ଗୋଟିଏ ଚିଠି ଏହି ଘଟଣାକୁ ପଦାକୁ ଆଣିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଣିଥରେ ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ ଲାଗିଛି। ଏଭଳି ଘଟଣା ଭୁବନେଶ୍ବରସ୍ଥିତ ନହରକଣ୍ଟା ଅଞ୍ଚଳରେ ଜୟଦେବ କଲେଜରେ ଦେଖିବାକୁ ମିଳିଛି।

ଏହି କଲେଜର ଜଣେ ଅଧ୍ୟାପକ ଯୁକ୍ତ ତିନିର ଜଣେ ଛାତ୍ରୀଙ୍କୁ କିଛି ମାସ ଧରି ଦୁଃଷ୍କର୍ମ କରିବା ସହିତ ତାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ। ପ୍ରଥମେ ଅଧ୍ୟାପକ ଜଣକ ତାଙ୍କୁ ପ୍ରେମ ନିବେଦନ କରିଥିଲେ। କିନ୍ତୁ ଛାତ୍ରୀ ଜଣକ ସେହି ପ୍ରେମ ନିବେଦନକୁ ସ୍ଵୀକାର ନକରିବାରୁ ଅଧ୍ୟାପକ ଜଣକ ତାଙ୍କୁ ଭୟ ଦେଖାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ସମ୍ପୃକ୍ତ ଅଧ୍ୟାପକ ଜଣକ ହେଉଛନ୍ତି କଲେଜର ଏନସିସି ଅଫିସର। ଏହି ଏନସିସି ଅଫିସରଙ୍କ ନାମରେ ଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଛି।

ଆଉ ଛାତ୍ରୀଜଣକ ମଧ୍ୟ ଏନସିସିରେ ଯୋଗ ଦେଇଥିଲେ। ସେଥିପାଇଁ ତାଙ୍କୁ ଏହି ଦଣ୍ଡ ଦେବା ମଧ୍ୟ ବହୁତ ସହଜ ହେଇଯାଉଥିଲା। ଏହି ଘଟଣାଟି ମାସେ ତଳେ ଘଟିଥିଲା। କିନ୍ତ କଲେଜ କର୍ତ୍ତୁପକ୍ଷ ଏହି ଘଟଣାକୁ ପୋଲିସ ନିକଟରେ ଅଭିଯୋଗ ନକରି ଏହି ମାମଲାକୁ ଛାପି ଦେବାକୁ ଚେଷ୍ଟା କରୁଥିଲେ। ସେଥିପାଇଁ କଲେଜ କର୍ତ୍ତୁପକ୍ଷ ଏକ ଆଭ୍ଯନ୍ତରୀଣ କମିଟି ଗଠନ କରି ଏହି ମାମଲାକୁ ସମାଧାନ କରିଦେଇଥିଲେ। ଆଜି ଶିକ୍ଷା ବିଭାଗର ଗୋଟିଏ ଚିଠି ସମ୍ପୂର୍ଣ ମାମଲାକୁ ସାମ୍ନାକୁ ଆଣିଦେଇଛି। ତେବେ ବର୍ତ୍ତମାନ ଦେଖିବାକୁ ହେବ, କି ଏହି ଘଟଣାରେ ସାମିଲ ଥିବା ଦୋଷୀମାନଙ୍କୁ କେବେ ନ୍ୟାୟ ମିଳୁଛି।

Leave A Reply

Your email address will not be published.