କିପରି ହୋଇପାରିବେ ଇଣ୍ଡିଆନ ଏୟାରଫୋର୍ସରେ ପାଇଲଟ ? କଣ କଣ ପାଠ ପଢିବାକୁ ପଡିବ, ଜାଣନ୍ତୁ ସବୁକିଛି

0

Get real time updates directly on you device, subscribe now.

ବହୁତ ସଂଖ୍ୟାରେ ଦେଶର ଯୁବକମାନେ ଭାରତୀୟ ସେନାରେ ଯିବାକୁ ସ୍ୱପ୍ନ ଦେଖନ୍ତି | କେହି କେହି ସ୍ଥଳ ସେନା, କେହି କେହି ନୌସେନା ତ ଆଉ କେହି ବାୟୁସେନା ଯିବାକୁ ପସନ୍ଦ କରନ୍ତି ଏବଂ ଏଥିପାଇଁ ଯୁବକମାନେ କଠିନ ପରିଶ୍ରମ ମଧ୍ୟ କରନ୍ତି | ଆଜି ଆମେ ଆପଣଙ୍କୁ କହିବୁ ଯେ ଯଦି କେହି ବାୟୁସେନାରେ ପାଇଲଟ ହେବାକୁ ଚାହାଁନ୍ତି, ତେବେ ସେ କିପରି ତାଙ୍କ ସ୍ୱପ୍ନକୁ ପୂରଣ କରିପାରିବେ ଏବଂ ଏଥିପାଇଁ କେଉଁ ପ୍ରକାରର ଶିକ୍ଷା, କୋର୍ସ, ତାଲିମର ଆବଶ୍ୟକ ରହିଛି |

ସର୍ବପ୍ରଥମେ ଆପଣଙ୍କୁ ଏହା ସ୍ପଷ୍ଟ କରିଦେଉଛୁ ଯେ କୌଣସି ନେସନାଲ ଡିଫେନ୍ସ ଏକାଡେମୀ (NDA), କମ୍ବାଇଣ୍ଡ ଡିଫେନ୍ସ ସର୍ଭିସେସ ଏଗଯାମ(CDSE), ସର୍ଟ ସର୍ଭିସ କମିଶନ ଏଣ୍ଟ୍ରି (SSC) ଏବଂ NCC ଏଣ୍ଟ୍ରି ମାଧ୍ୟମରେ ଭାରତୀୟ ବାୟୁସେନାରେ ପାଇଲଟ ପୋଷ୍ଟ ପର୍ଯ୍ୟନ୍ତ ପହଞ୍ଚି ପାରିବେ | ଆପଣ ଦ୍ୱାଦଶ ପାସ କରିବା ପରେ ଆପଣ NDA କୋର୍ସ ଜଏନ କରିପାରିବେ | ଅନ୍ୟାନ୍ୟ କୋର୍ସ ପାଇଁ ଆପଣ ଗ୍ରାଜୁଏଟ ହୋଇଥିବା ଜରୁରୀ ଅଟେ |

ପରୀକ୍ଷାରେ ସଫଳତା ପ୍ରାପ୍ତ କରିବାପରେ ପ୍ରାର୍ଥୀଙ୍କୁ ଅତିରିକ୍ତ ଡାକ୍ତରୀ ପରୀକ୍ଷା ଦେଇ ଗତି କରିବାକୁ ପଡିବ | ଏହି ସମୟରେ ଗୋଟିଏ ସାକ୍ଷାତକାରରେ ଏହା ନିଶ୍ଚିତ କରାଯାଏ ଯେ ଆପଣ ଏଥିପାଇଁ ଯୋଗ୍ୟ ଅଟନ୍ତି | ଉଲ୍ଲେଖନୀୟ କଥା ହେଉଛି ବାୟୁସେନାରେ ପାଇଲଟ ହେବାର ସ୍ୱପ୍ନକୁ ସାକାର କରିବାରେ ଏହି ସାକ୍ଷାତକାର ଆପଣଙ୍କୁ ବହୁତ ସାହାଯ୍ୟ କରିବ |

ଇଣ୍ଟରଭିୟୁ ପ୍ରକ୍ରିୟା ୫ଟି ଷ୍ଟେଜରେ ହୋଇଥାଏ ଏବଂ ଏଥିରେ ସଫଳତା ପାଇବାପାଇଁ ପ୍ରାର୍ଥୀଙ୍କୁ ମେଡିକାଲ ଚେକ-ଅପ, PABT ଟେଷ୍ଟ ପାଇଁ ଡକାଯାଇଥାଏ | ତେବେ ଆପଣ ଯଦି ଥରେ PABT ଟେଷ୍ଟ କରନ୍ତି ନାହିଁ, ତେବେ ଆପଣଙ୍କୁ ଜୀବନରେ ଦ୍ୱିତୀୟଥର କେବେ ବି ଇଣ୍ଡିଆନ ଏୟାରଫୋର୍ସରେ ପାଇଲଟ ପାଇଁ ଆବେଦନ କରିପାରିବେ ନାହିଁ |

ପରବର୍ତ୍ତୀ ପର୍ଯ୍ୟାୟରେ ଆପଣଙ୍କୁ ଫାଇନାଲ ମେରିଟ ଲିଷ୍ଟ ପାଇଁ ଅପେକ୍ଷା କରିବାକୁ ପଡିବ | ଲିଷ୍ଟରେ ଯାହାର ନାମ ଥିବ, ସେ ପରବର୍ତ୍ତୀ ଟ୍ରେନିଂ ପାଇଁ ଯାଇଥାଏ | ଏହା ପରେ ପ୍ରାର୍ଥୀମାନଙ୍କୁ Dundigal Air Force Academy କୁ ପଠାଯାଏ | ଏଠାରେ ସେମାନଙ୍କୁ କଡା ଟ୍ରେନିଂ ଦେଇ ଗତି କରିବାକୁ ପଡେ | ବିମାନ ଉଡ଼ାଇବା ପାଇଁ ଏଠାରେ ସମ୍ପୂର୍ଣ୍ଣ ଟ୍ରେନିଂ ଦିଆଯାଏ | ପୁରା ଟ୍ରେନିଂ ତିନୋଟି ଅଲଗା ଅଲଗା ପର୍ଯ୍ୟାୟରେ ବିଭକ୍ତ ହୋଇଥାଏ | ଯେଉଁଠାରେ ଗୋଟିଏ ପର୍ଯ୍ୟାୟରେ ଗୋଟିଏ ବର୍ଷ ଲାଗେ ଏବଂ ଗୋଟିଏ ପର୍ଯ୍ୟାୟ ୬ ମାସର ସମୟ ଲାଗେ |

ଏୟାରଫୋର୍ସ ପାଇଲଟ ପାଇଁ ଏହି ଯୋଗ୍ୟତା ମଧ୍ୟ ଆବଶ୍ୟକ :-

ଏୟାରଫୋର୍ସ ପାଇଲଟ ହେବାପାଇଁ ଉପରେ କୁହାଯାଇଥିବା କଥା ସହିତ ଏହା ମଧ୍ୟ ଧ୍ୟାନ ଦେବାକୁ ପଡିବ ଯେ ପ୍ରାର୍ଥୀଙ୍କ ପାଖରେ ଭାରତୀୟ ନାଗରିକତା ରହିଥିବ | ଆପଣ ଭାରତରେ କେବଳ ରହିବା ଆବଶ୍ୟକ ନୁହେଁ ବରଂ ଭାରତର ନାଗରିକତା ହେବା ମଧ୍ୟ ଆବଶ୍ୟକ ଅଟେ |

ଏହି କଥାଗୁଡିକୁ ମଧ୍ୟ ଧ୍ୟାନ ଦେବାକୁ ପଡିବ :-

– ଏହାବ୍ୟତୀତ ଭାରତୀୟ ବାୟୁସେନାରେ ପାଇଲଟ ହେବା ବ୍ୟକ୍ତିଙ୍କ ପାଇଁ ଏହା ଜରୁରୀ ଯେ ସେମାନଙ୍କୁ ଭଲ ଭାବରେ ଇଂରାଜୀ ଭାଷା ଆସୁଥିବ |

– ପ୍ରାର୍ଥୀ ମାନସିକ ଏବଂ ଶାରୀରିକ ଉଭୟ ପ୍ରକାରର ସମ୍ପୁର୍ଣ୍ଣ ସୁସ୍ଥ ଥିବା ଆବଶ୍ୟକ |

– ଆପଣଙ୍କ ଉଚ୍ଚତା ଅତି କମରେ ୫ ଫୁଟ ହେବା ଉଚିତ |

– ଆଖି ସହ ସମ୍ବନ୍ଧୀୟ କୌଣସି ରୋଗ ନଥିବ | ପାଖ କିମ୍ବା ଦୂରର ଦେଖାନଯିବା କିମ୍ବା ଝାପସା ଦେଖାଯିବା ଭଳି କୌଣସି ସମସ୍ୟା ନଥିବ |

Leave A Reply

Your email address will not be published.