ଯେଉଁଠି ସୋସିଆଲ ମିଡିଆରେ କେହିବି ଭାଇରାଲ ହେଵାକୁ ଚାହୁଁଥାଏ, ଅପରପକ୍ଷରେ କିଛି ଲୋକଙ୍କ ପାଇଁ ଏହି ସମସ୍ୟା ହୋଇଥାଏ|ଏଭଳି କିଛି ରେବା ଜିଲ୍ଲାର ଜଣେ କନେଷ୍ଟବଳଙ୍କ ସହ ଘଟିଛି|ଏହାର ଏକ ଭିଡିଓ ଦେଖି ସୋସିଆଲ ମିଡିଆରେ ରାଗରେ ଜରଜର ହେଉଛନ୍ତି|ଏହି ଘଟଣା ମଧ୍ୟପ୍ରଦେଶର ଜବଲପୁର ରେଳଷ୍ଟେସନରେ କିଏ ଏହି ଘଟଣା କ୍ୟାମେରାରେ ରେକର୍ଡ କରିନେଇଛନ୍ତି ଯାହା ଭାଇରାଲ ହେବା ପରେ କନେଷ୍ଟବଳଙ୍କୁ ସସପେଣ୍ଡ କରି ଦିଆଯାଇଛି|ଚାଲନ୍ତୁ ସମ୍ପୁର୍ଣ୍ଣ ଘଟଣା ଜାଣିବା:
ମାତ୍ର ୩୦ ସେକେଣ୍ଡର ଏହି ଭିଡିଓରେ ପୋଲିସ କନେଷ୍ଟବଳ ଏକ ବୟସ୍କ ବ୍ୟକ୍ତିଙ୍କୁ ହାତ ଉଠାଉଥିବା ଦେଖାଯାଏ|ପୋଲିସର ନାମ ଅନନ୍ତ ମିଶ୍ରା ଚିହ୍ନଟ କରାଯାଇଛି|ଭିଡିଓରେ ବୟସ୍କଙ୍କ ସହ ଖରାପ ବ୍ୟବହାର କରାଯାଇଛି|ଆପଣ ପ୍ରଥମେ ଏହି ଭିଡିଓକୁ ଦେଖନ୍ତୁ|
Pathetic & Horrible
(Jabalpur Station Incidence) pic.twitter.com/JMh356IgXF— J.J.SaidaiahBabu सैदय्या बाबू సైదయ్యబాబు (@SaidaiahBabuINC) July 29, 2022
ଏହି ଭିଡିଓରେ ଦେଖାଯାଏ କିପରି ଜଣେ ପୋଲିସ ବାଲା ଵୟସ୍କଙ୍କୁ କିଭଳି ସାଂଘାତିକ ମାଡ ମାରୁଛି|କେତେବେଳେ ଲାତ ତ କେତେବେଳେ ମୁହଁରେ ମୁଖି ମାରୁଛି|ଏହାପରେ ପୋଲିସ ଵ୍ୟକ୍ତିଙ୍କୁ ଘୋଷାରି ଘୋଷାରି ନେଉ ରେଳ ପ୍ଲାଟଫର୍ମରେ ଲଟକାଉଥିବା ଦେଖାଯାଏ|ଭିଡିଓ ଭାଇରାଲ ହେବାପରେ ଅନନ୍ତଙ୍କୁ ସସପେଣ୍ଡ କରାଯାଇଛି|
ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ସେୟାର କରାଯାଇଛି|କୁହାଯାଇଛି ପୋଲିସ ଓ ବୟସ୍କ ମଧ୍ୟରେ କୈାଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା|ଭିଡିଓ ଜୋରରେ ଭାଇରାଲ ହେଉଛି ଓ ପୋଲିସକୁ ତା କାମ ପାଇଁ ଟ୍ରୋଲ କରାଯାଇଛି|