ବୋୟତରାମ ହୁଡ଼ି ବିଗତ 64 ବର୍ଷ ହେଲାଣି ପାଉଛନ୍ତି ପେନସନ ଟଙ୍କା, 19 ଟଙ୍କାରୁ ଆରମ୍ଭ ହୋଇ ବର୍ତ୍ତମାନ ସମୟରେ ପ୍ରତିମାସକୁ ପାଉଛନ୍ତି 35 ହଜାର ଟଙ୍କା …

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆରେ ଆଜିର ସମୟରେ ରାଜସ୍ଥାନର ଜଣେ ବୃଦ୍ଧ ବହୁତ ଭାଇରାଲ ହେବାରେ ଲାଗିଛନ୍ତି। ଖାଆସ କଥା ଏହାକି ଯେ, ବୃଦ୍ଧ ଜଣଙ୍କର ବୟସ 98 ବର୍ଷ ଅଟେ ଓ ସେ ଦୀର୍ଘ 64 ବର୍ଷ ହେବ ସରକାରଙ୍କ ପାଖରୁ ପେନସନ ପାଉଛନ୍ତି ଓ ଆଜି ଏହି ପେନସନ 35 ହଜାର ଟଙ୍କା ପ୍ରତିମାସ ହୋଇସାରିଛି। ଏହି ପେନସନ ଯୋଗୁଁ ବୋୟତରାମ ହୁଡ଼ି ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛନ୍ତି। ଆସନ୍ତୁ ଜାଣିବା ରାଜସ୍ଥାନର ଏହି ବ୍ୟକ୍ତିଙ୍କ ବିଷୟରେ ସବୁକିଛି।

ବୋୟତରାମ ହୁଡ଼ି ସେନାର ପୂର୍ବ ସୈନିକ ରହିସାରିଛନ୍ତି:-

ସେ ଭାରତୀୟ ସେନାରେ ପୂର୍ବରୁ ସୈନିକ ରହିସାରିଛନ୍ତି ଓ ଦ୍ଵିତୀୟ ବିଶ୍ବଯୁଦ୍ଧ ସମୟରେ 6ଟି ସ୍ଥାନରେ ଯୁଦ୍ଧର ଭାଗିଦାରୀ ହୋଇଛନ୍ତି। ତାଙ୍କୁ ଛାଡ଼ିଦେଲେ ଦୀର୍ଘ 64 ବର୍ଷ ଧରି ରାଜସ୍ଥାନର କୌଣସି ବ୍ୟକ୍ତି ପେନସନ ପାଉନାହାଁନ୍ତି। ବୋୟତରାମ ରାଜସ୍ଥାନର ଜୁଞ୍ଜୁନୁ ଜିଲ୍ଲା ଭୋଡ଼କି ଗ୍ରାମର ଅଟନ୍ତି। ଏକ ଇଣ୍ଟରଭ୍ୟୁ ମାଧ୍ୟମରେ ସେ ଦ୍ଵିତୀୟ ବିଶ୍ଵଯୁଦ୍ଧ ବେଳର କଥାଠାରୁ ଦୀର୍ଘ ସମୟ ଧରି ନିଜ ପେନସନ ପାଇବା କଥା ମଧ୍ୟ କହିଥିଲେ।

ଭୋଡ଼କି ରେ ହୋଇଥିଲା ବୋୟତରାମଙ୍କ ଜନ୍ମ:-

ବୋୟତରାମଙ୍କ କହିବାହେଲା ତାଙ୍କର ଜନ୍ମ 1923 ମସିହା ଜୁଲାଇ 21 ତାରିଖରେ ହୋଇଥିଲା। ଯେତେବେଳେ ତାଙ୍କର ବୟସ 19 ବର୍ଷ ହୋଇଥିଲା ସେତେବେଳେ ସେ ଆର୍ମି ଜଏନ କରିଥିଲେ ଓ ତାଙ୍କୁ ସେତେବେଳେ ରାଜ ରିଫରେ ପୋଷ୍ଟିଂ ମିଳିଥିଲା। 1939 ରୁ ନେଇ 1945 ପର୍ଯ୍ୟନ୍ତ ଦ୍ଵିତୀୟ ବିଶ୍ବଯୁଦ୍ଧ ଚାଲିଥିଲା। ଏହି ସମୟରେ ସେ ଲିବିଆ ଓ ଆଫ୍ରିକାକୁ ଯାଇଥିଲେ ଯୁଦ୍ଧ ଲଢ଼ିବାକୁ ଓ ବହୁତ ବାହାଦୂରୀ ସହିତ ଲଢ଼ିଥିଲେ।

ବାହାଦୂରୀ ପାଇଁ ଜିତିଛନ୍ତି 4ଟି ମେଡାଲ:-

କୁହାଯାଉଛି ଯୁଦ୍ଧରେ ତାଙ୍କର ବାଟାଲିୟନର 80 ପ୍ରତିଶତ ସୈନ୍ୟ ଶହୀଦ ହୋଇଯାଇଥିଲେ। ଯେତେବେଳେ ଯୁଦ୍ଧ ସମାପ୍ତ ହୋଇଥିଲା ସେତେବେଳେ ସେ ଭାରତ ଫେରିଥିଲେ ଓ ତାଙ୍କର ସାକ୍ଷାତ ମହାତ୍ମା ଗାନ୍ଧୀ ଓ ଜବାହରଲାଲ ନେହେରୁଙ୍କ ସହିତ ହୋଇଥିଲା। ଯୁଦ୍ଧରେ ବାହାଦୂରୀ ପାଇଁ ତାଙ୍କୁ 4ଟି ମେଡାଲ ମିଳିଥିଲା। ଏହାପରେ ଏହି ବ୍ୟକ୍ତି ଜଣକ 1957 ମସିହାରେ ରିଟାୟାର ହୋଇଥିଲେ ଓ ଆରମ୍ଭରୁ ତାଙ୍କୁ 166 ଟଙ୍କା ପେନସନ ଆଧାରରେ ଦିଆଯାଉଥିଲା। ଏବେ ତାଙ୍କର ପେନସନ 35,000 ଟଙ୍କା ହୋଇସାରିଛି।

ଗାଁ ଲୋକ କରିଥିଲେ ପୂର୍ବ ସୈନିକଙ୍କ ସମ୍ମାନ:-

ସୂଚନା ପାଇଁ ଆପଣ ସମସ୍ତଙ୍କୁ ଜଣାଇଦେଉଛୁ କି, ବିଗତ ଶୁକ୍ରବାର ଦିନ ରାଜସ୍ଥାନର ଏହି ପୂର୍ବ ସୈନିକଙ୍କ ଜନ୍ମଦିନ ଥିଲା। ଏହାସହ ସେ ନିଜ ଜୀବନର 98 ବର୍ଷ ପୁରା କରିସାରିଛନ୍ତି। ତାଙ୍କ ଜନ୍ମଦିନରେ ତାଙ୍କୁ ସମ୍ମାନ ଦେବାପାଇଁ ଭୋଡ଼କି ସରପଞ୍ଚ ନେମିଚନ୍ଦ ଝାଙ୍ଗିଡ଼, ପତ୍ରକାର ରାଜକୁମାର ସୈନୀ, ଭୋଡ଼କି ଷ୍ଟାଡ଼ିୟମ ସମିତି ଅଧ୍ୟକ୍ଷ ଗିରିଧାରୀ ଲାଲ ଗୁପ୍ତା, ଅଡ଼ିଟର ଜଗଦୀପ ସିଂହ ଗୋଦାରା, କୋଷାଧ୍ୟକ୍ଷ ସାବଲରାମ ବୁଗଲିୟା, କୋଚ୍ ସୁବେଦାର ମେଜର ରୋହିତତାଶ ଗିଲ, ସୁବେଦାର ସୁବାସ ଚନ୍ଦ୍ର ଗଡ଼ ଭଳି ମାନନୀୟ ଲୋକ ସାମିଲ ଥିଲେ।

Leave A Reply

Your email address will not be published.