ଅଗଷ୍ଟ ୧ରୁ ବଦଳିବ ଅନେକ ନିୟମ , ସାଧାରଣ ଲୋକଙ୍କର ଫାଇଦା ହିଁ ଫାଇଦା !

0

Get real time updates directly on you device, subscribe now.

କିଛି ଦିନ ପରେ ଅଗଷ୍ଟ ମାସ ଆରମ୍ଭ ହେବାକୁ ଯାଉଛି । ମାସ ଆରମ୍ଭରୁ ଅନେକ ନିୟମରେ ପରିବର୍ତ୍ତନ ଆସିବାକୁ ଯାଉଛି । ବିଶେଷ କରି ଟଙ୍କା ନେଣଦେଣକୁ ନେଇ ଅନେକ ନିୟମରେ ପରିବର୍ତ୍ତନ ହୋଇପାରେ । ସେହିଭଳି ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ପରିବର୍ତ୍ତନ ହୋଇଥାଏ । ତେବେ ଆହୁରି ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଆସନ୍ତୁ ଜାଣିବା କେଉଁ କେଉଁ ନିୟମରେ ପରିବର୍ତ୍ତନ ହେବ । ଅଗଷ୍ଟ ଏକ ତାରିଖରୁ ବ୍ୟାଙ୍କ ଅଫ୍ ବରୋଦାରେ ଚେକରେ ଟଙ୍କା ଦେବାର ନିୟମରେ ପରିବର୍ତ୍ତନ ହେବ । ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡଲାଇନ ପାଳନ କରିବାକୁ ଯାଇ ବ୍ୟାଙ୍କ ଅଫ୍ ବରୋଦା ଚେକ ପେମେଣ୍ଟର ନିୟମରେ ପରିବର୍ତ୍ତନ କରିବ ।

ଏନେଇ ବ୍ୟାଙ୍କ ପକ୍ଷରୁ ଗ୍ରାହକ ମାନଙ୍କୁ ସୂଚିତ କରିଯାଇଛି ଯେ ଆସନ୍ତା ୧ତାରିଖରୁ ପାଞ୍ଚ ଲକ୍ଷ କିମ୍ବା ତାଠାରୁ ଅଧିକ ଟଙ୍କାର ଚେକ୍ ଦେବା ବେଳେ ପଜିଟିଭ ପେ ସିଷ୍ଟମ ଲାଗୁ ହେବ । ଏହା ହେବା ଦ୍ୱାରା ଚେକ୍ ଜାରିକରିଥିବା ବ୍ୟକ୍ତିଙ୍କୁ ଚେକ୍ ସହ ଜଡିତ ତଥ୍ୟ ଏସଏମଏସ, ନେଟ ବ୍ୟାଙ୍କିଂ କିମ୍ବା ମୋବାଇଲ ଆପ୍ ଜରିଆରେ ବ୍ୟାଙ୍କକୁ ଦେବାକୁ ପଡିବ । ଏହା ପରେ ହିଁ ଚେକ ଗ୍ରହଣ ହେବା ସହ ଟଙ୍କା ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯିବ । ଯଦି କେହି ଚେକ୍ ଜାରିକରନ୍ତି ତେବେ ତାଙ୍କ ନମ୍ବର, କେତେ ଟଙ୍କା ସେ ଚେକ୍ ଜରିଆରେ ଦେବେ, କାହାକୁ ସେ ଟଙ୍କା ଦେବେ ସେ ତଥ୍ୟ ସହ ଆଉ କିଛି ତଥ୍ୟ ବ୍ୟାଙ୍କକୁ ଦେବାକୁ ପଡିବ ।

ସେହିଭଳି ପ୍ରତ୍ୟେକ ମାସର ଏକ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ ପରିବର୍ତ୍ତନ ହୋଇଥାଏ । ଅଗଷ୍ଟ ଏକ ତାରିଖରେ ସରକାରୀ ତୈଳ ମାର୍କେଟିଂ କମ୍ପାନୀ ଗ୍ୟାସ ସିଲିଣ୍ଡରର ଦର ନିର୍ଣ୍ଣୟ କରିବେ । ଗତ ଥର ଭଳି ଚଳିତ ମାସରେ ମଧ୍ୟ ଗ୍ୟାସ ଦର ବୃଦ୍ଧି ହୋଇପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କ ଠକେଇ ରୋକିବା ପାଇଁ ୨୦୨୦ ମସିହାରେ ଚେକ ପାଇଁ ପଜିଟିଭ ପେ ସିଷ୍ଟମର ଶୁଭାରମ୍ଭ କରିଥିଲା । ଏହି ସିଷ୍ଟମ ଜରିଆରେ ଚେକ ମାଧ୍ୟମରେ ୫୦ ହଜାରରୁ ଅଧିକ ଟଙ୍କାର ନେଣଦେଣ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବା ଜରୁରୀ ହୋଇଥାଏ

ଏହି ସିଷ୍ଟମ ଅନୁସାରେ ଏସଏମଏସ, ବ୍ୟାଙ୍କର ମୋବାଇଲ ଆପ୍ କିମ୍ବା ଏଟିଏମ ଜରିଆରେ ଚେକ୍ ଜାରି କରୁଥିବା ବ୍ୟକ୍ତିଙ୍କୁ ଚେକ ସହ ଜଡିତ କିଛି ତଥ୍ୟ ବ୍ୟାଙ୍କକୁ ଦେବାକୁ ପଡିଥାଏ । ଚେକକୁ ଦେବା ସମୟରେ ଏହାକୁ ଯାଞ୍ଚ କରାଯାଇଥାଏ । ଯଦି ସମସ୍ତ ତଥ୍ୟ ସଠିକ ହୋଇଥାଏ ତେବେ ଟଙ୍କା ସମ୍ପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଥାଏ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ବ୍ୟାଙ୍କ ଅଫ୍ ବରୋଦା ନେଣଦେଣର ନିୟମରେ ପରିବର୍ତ୍ତନ ମଧ୍ୟ ହୋଇପାରେ । ଏହି ମାସ ଭିତରେ ଇ-କେଓ୍ୱାଇସି ଅନଲାଇନରେ ଅପ୍ଲାୟ କରିବାକୁ ମଧ୍ୟ ହେବ ।

Leave A Reply

Your email address will not be published.