ଟାଇପ-2 ଡ଼ାଇବେଟିସ ସମସ୍ୟା ସେତେବେଳେ ହୋଇଥାଏ ଯେତେବେଳେ ପାନକ୍ରିୟାଜ ଇନ୍ସୁଲିନର ଉତ୍ପାଦନ ବହୁତ କମ ମାତ୍ରାରେ କରିଥାଆନ୍ତି। ଇନ୍ସୁଲିନ ଏକ ଏମିତି ହର୍ମୋନ ହୋଇଥାଏ ଯାହାକି ରକ୍ତରେ ଗ୍ଲୁକୋଜ ଲେଭେଲକୁ ସଠିକ ରଖିବାରେ ସାହାର୍ଯ୍ୟ କରିଥାଏ। ଟାଇପ-2 ଡ଼ାଇବେଟିସରେ ବ୍ଲଡ଼ରେ ଗ୍ଲୁକୋଜର ମାତ୍ରା ଖତରନାକ ଲେଭେଲରେ ପହଞ୍ଚିଥାଏ। ଏହାପରେ ଯେତେବେଳେ ଇନ୍ସୁଲିନ ନିଜ କାମ ସଠିକ ଭାବରେ କରିନପାରେ ସେତେବେଳେ ଗ୍ଲୁକୋଜ ରକ୍ତ କୋଶିକାରେ ଏକତ୍ର ହେବା ଆରମ୍ଭ ହୋଇଥାଏ। ଟାଇପ-2 ଡ଼ାଇବେଟିସ ସେତେବେଳେ ହୋଇଥାଏ ଯେତେବେଳେ ଶରୀର ଚିନିକୁ ସଂସାଧିତ କରିବାର କ୍ଷମତା ହରାଇଥାଏ। କିମ୍ବା ଶରୀର ଏହି ସମୟରେ ଇନ୍ସୁଲିନକୁ ବ୍ୟବହାର କରିବାରେ ଅସମର୍ଥ ହୋଇପଡ଼େ। ରିସର୍ଚ୍ଚ। ମୁତାବିକ, ଏକ ଟେଷ୍ଟି ଡ୍ରିଙ୍କ ବ୍ଲଡ଼ ସୁଗାରକୁ କଣ୍ଟ୍ରୋଲ ରଖିବାର କାମ କରିଥାଏ, ଏହି ଡ୍ରିଙ୍କ କଣ ଆସନ୍ତୁ ତାହା ବିଷୟରେ ଜାଣିବା।
ରିସର୍ଚ୍ଚ କଣ କହୁଛି? :-
କରେଣ୍ଟ ଡେଭେଲପମେଣ୍ଟ ଇନ ନ୍ୟୁଟ୍ରିସନ ଜର୍ଣ୍ଣାଲରେ ପବ୍ଲିସ ହୋଇଥିବା ଷ୍ଟଡି ଅନୁସାରେ 236 ml ଡ଼ାଳିମ୍ବ ଜୁସ ପିଉଥିବା ବ୍ୟକ୍ତିଙ୍କ ଠାରେ ଡ଼ାଇବେଟିସ ବହୁତ କମ ଦେଖାଯାଇଛି। ଏହି ରିସର୍ଚ୍ଚରେ 21 ଜଣ ସୁସ୍ଥ ଲୋକଙ୍କୁ ସାମିଲ କରାଯାଇଥିଲା। ରିସର୍ଚ୍ଚରେ ଲୋକଙ୍କୁ ଡାଳିମ୍ବ ଜୁସ ପିଇବାକୁ ଦିଆଯାଇଥିଲା।
ରିସର୍ଚ୍ଚରେ ସାମିଲ ଭଲୁଣ୍ଟିୟର୍ସଙ୍କୁ ତାଙ୍କର ଫାଷ୍ଟିଂ ସିରମ ଇନ୍ସୁଲିନ ଆଧାରରେ ଦୁଇଟି ସମୂହରେ ବଣ୍ଟା ଯାଇଥିଲା। ରିସର୍ଚ୍ଚରେ ଦେଖିବାକୁ ମିଳିଥିଲା କି, ଯେଉଁ ଲୋକମାନେ ଡାଳିମ୍ବ ରସ ପିଇଥିଲେ ସେମାନଙ୍କ ଠାରେ ବ୍ଲଡ଼ ସୁଗାର କମ ମାତ୍ରାରେ ଦେଖାଯାଇଥିଲା। ଲୋ ଫାଷ୍ଟିଂ ସିରମ ଇନ୍ସୁଲିନ ଲୋକଙ୍କ ବ୍ଲଡ଼ ସୁଗାର ମାତ୍ର 15 ମିନିଟରେ କମ ହୋଇଗଲା।
ରିସର୍ଚ୍ଚରେ ଏହା ସାବ୍ୟସ୍ତ ହେଲା ଯେ, ଡାଳିମ୍ବରୁ ମିଳୁଥିବା କମ୍ପାଉଣ୍ଡ ଲୋକଙ୍କ ବ୍ଲଡ଼ ସୁଗାରକୁ କଣ୍ଟ୍ରୋଲ କରିବାରେ ବହୁତ ସହାୟକ ହେଉଛି। ଡାଳିମ୍ବ ରସରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ବହୁତ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ଡାଳିମ୍ବରେ ଏନ୍ଥୋସାୟନିନ ଅଧିକ ମାତ୍ରାରେ ଦେଖିବାକୁ ମିଳୁଥିବାରୁ ଏହାର ରଙ୍ଗ ଲାଲ ଦେଖାଯାଇଥାଏ। ଏହି ଆଣ୍ଟିଅକ୍ସିଡେଣ୍ଟ ଚିନି ଓ ଇନ୍ସୁଲିନ ଲେଭେଲକୁ ରୋକିବାରେ ସାହାର୍ଯ୍ୟ ହୋଇଥାଏ। ଡାଳିମ୍ବ ରସ ଓ ବ୍ଲଡ଼ ସୁଗାରକୁ ନେଇ ରହିଥିବା କଂସେପ୍ଟ ଏବେଯାଏଁ ଜଣାନାହିଁ କିନ୍ତୁ ରିସର୍ଚ୍ଚ ଦ୍ୱାରା ଏହାକୁ ଜଣାଯାଇ ପାରିବ।
ଜର୍ଣ୍ଣାଲ ନ୍ୟୁଟ୍ରିସନ ରିସର୍ଚ୍ଚରେ ପବ୍ଲିଶ ହୋଇଥିବା ରିସର୍ଚ୍ଚରେ ମିଳିଥିଲା କି, ଡାଳିମ୍ବର ଜୁସ ରଙ୍ଗ ବହୁତ ଗାଢ଼ ହୋଇଥିବାରୁ ଏହା ବ୍ଲଡ଼ ସୁଗାର ଥିବା ବ୍ୟକ୍ତିଙ୍କ ଠାରେ ଉପଯୁକ୍ତ ଭାବରେ କାମ କରିଥାଏ।
ଟାଇପ-2 ଡାଇବେଟିସର ମୁଖ୍ୟ ଲକ୍ଷଣ:-
– ସମାନ୍ୟରୁ ଅଧିକ ପରିଶ୍ରା ଲାଗିବା
– ପ୍ରତ୍ୟେକ ସମୟ ଶୋଷ ଲାଗିବା
– ବହୁତ ଥକାପଣ ଅନୁଭୂତି ହେବା
– ଅଚାନକ ଓଜନ କମିଯିବା
– ପ୍ରାଇଭେଟ ପାର୍ଟ ପାଖରେ କୁଣ୍ଡାଇ ହେବା
– ଘା ହୋଇଥିଲେ ରିପାୟାର ହେବାକୁ ଅଧିକ ସମୟ ଲାଗିବା
– ସ୍ପଷ୍ଟ ଦେଖାନଯିବା
ଯଦି ଆପଣଙ୍କ ଠାରେ ଏହି ଲକ୍ଷଣ ଦେଖାଦେଉଛି ତାହେଲେ ଏହା ବ୍ଲଡ଼ ସୁଗାରର ଲକ୍ଷଣ ଅଟେ ଓ ଆପଣଙ୍କୁ ତୁରନ୍ତ ଡକ୍ଟରଙ୍କୁ ଦେଖାଇବାର ଆବଶ୍ୟକ ରହିଛି।