ଏସବିଆଇରେ ଖାଲିପଡିଛି ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀ,ଜଲଦି ଆବେଦନ କରନ୍ତୁ

0

Get real time updates directly on you device, subscribe now.

ଯଦି ଆପଣ ବ୍ୟାଙ୍କରେ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀ ଖାଲିପଡିଛି। ଏଥିପାଇଁ ଷ୍ଟେଟ ବ୍ୟାଙ୍କ ନୋଟିଫିକେସନ ଜାରି କରିଛି। ନୋଟିଫିକେସନ ଅନୁସାରେ, ଷ୍ଟେଟ ବ୍ୟାଙ୍କରେ ୮ଟି ପଦବୀ ଖାଲିପଡିଛି। ଇଚ୍ଛା କରୁଥିବା ଏବଂ ଯୋଗ୍ୟ ଥିବା ପ୍ରାର୍ଥୀ ଅଧିକାରକ ୱେବସାଇଟsbi.co.in/web/career କୁ ଯାଇ ଅନଲାଇନରେ ଆବେଦନ କରିପାରିବେ।

ପଦବୀ ବିବରଣୀ: ୮

ଆଡଭାଇଜରୀ : ୪

ସିନିୟର ଏଜ୍ୟୁକ୍ୟୁଟିଭ: ୨

ମ୍ୟାନେଜର: ୨

ଜରୁରୀ ତାରିଖ:-

ଅନଲାଇନ ଆବେଦନ ଆରମ୍ଭ କରିବାର ତାରିଖ ୮ ଏପ୍ରିଲ ୨୦୨୨। ଅନଲାଇନ ଆବେଦନ କରିବାର ଶେଷ ତାରିଖ ୨୮ ଏପ୍ରିଲ ୨୦୨୨ ରହିଛି।

ବୟସର ସୀମା:-

ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଡଭାଇଜରୀ ପଦବୀରେ ଆବେଦନ କରିବା ପ୍ରାର୍ଥୀମାନଙ୍କ ବୟସ ୬୩ ବର୍ଷ, ସିନିଅର ଏଜ୍ୟୁକ୍ୟୁଟିଭ ପଦ ପାଇଁ ବୟସ ୩୨ ବର୍ଷ ଏବଂ ମ୍ୟାନେଜର ପଦବୀ ପାଇଁ ୨୫ ବର୍ଷ ବୟସ ନିର୍ଦ୍ଧାରିତ କରାଯାଇଛି। ସରକାରୀ ନିୟମ ଅନୁଯାୟୀ, ସଂରକ୍ଷିତ ବର୍ଗମାନଙ୍କ ପାଇଁ କିଛି ରିହାତି ମିଳିବ।

ଶିକ୍ଷାଗତ ଯୋଗ୍ୟତା:-

ସିନିଅର ଏଜ୍ୟୁକ୍ୟୁଟିଭ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ପାଖରେ ମାନ୍ୟତାପ୍ରାପ୍ତ ସଂସ୍ଥାରୁ MBA/PGDM ଡିଗ୍ରୀ କରିଥିବା ଜରୁରୀ। ଏହା ସହ ୬୦ ପ୍ରତି ମାର୍କ ସହ ୩ ବର୍ଷର ଅଭିଜ୍ଞତା ମଧ୍ୟ ରହିଥିବା ଜରୁରୀ।

ସେହିପରି ଆଡଭାଇଜରୀ ପଦବୀ ପାଇଁ ଆବେଦନ କରିବା ପାଇଁ ରିଟାୟର୍ଡ ଆଇପିଏସ୍‌ ଅଧିକାରୀ ହେବା ଜରୁରୀ। ସିବିଆଇ, ପୋଲିସ ଏବଂ ଇଣ୍ଟେଲିଜେନ୍ସି ବ୍ୟୁରୋରେ କାମ କରିବାର ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ମ୍ୟାନେଜର ପଦବୀରେ ଆବେଦନ କରିବା ପାଇଁ B.com/BE/B tech/ MBA କିମ୍ବା ପୋଷ୍ଟ ଗ୍ରାଜୁଏସନ କରିବା ସହ ୪ ବର୍ଷର ଅଭିଜ୍ଞତା ମଧ୍ୟ ରହିଥିବା ଜରୁରୀ।

ଆବେଦନର ଶୁଳ୍କ:-

ସାଧାରଣ ବର୍ଗ ଓ ଓବିସି ଶ୍ରେଣୀଙ୍କ ପାଇଁ ଆବେଦନର ଶୁଳ୍କ ୭୫୦ ଟଙ୍କା ରହିଥିବା ସମୟରେ EWS ପ୍ରାର୍ଥୀମାନଙ୍କ ପାଇଁ ୭୫୦ ଟଙ୍କା ରହିଛି।

ଏହି ବିଷୟରେ ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ:-

– https://recruitment.bank.sbi/crpd-sco-2022-23-01/apply

– https://sbi.co.in/documents/77530/25386736/08042022_AD+FOR+ECONOMIST+-FINAL.pdf/c540edaf-fbe5-12b7-22d1-a856c26519e4?t=1649384906512

Leave A Reply

Your email address will not be published.