ମା ତୁମେ ସବୁଠାରୁ ଭଲ, କିନ୍ତୁ ମୁଁ ମଜବୁତ ନୁହେଁ, କ୍ଷମା କରିଦେବ… ଏମିତି ଲେଖି ଛାତରୁ ଡେଇଁ ପଡିଲା ଦଶମ ଶ୍ରେଣୀର ଛାତ୍ର,ଜାଣନ୍ତୁ ପୁରା ଘଟଣା
ଛୋଟ ଛୋଟ କଥାରେ ପିଲାମାନଙ୍କ ଉପରେ ଏମିତି ପ୍ରଭାବ ପଡ଼ିଯାଏ ଯେ ସେମାନେ ସୁସାଇଡ କରିବା ବିଷୟରେ ମଧ୍ୟ ଚିନ୍ତା କରନ୍ତି | ଆଜିକାଲି ଏହିପରି ମାମଲାରେ କିଛି ଅଧିକ କେସ ଦେଖିବାକୁ ମିଳୁଛି | ଯେଉଁଠାରେ ପିଲାମାନଙ୍କ ମଧ୍ୟରେ ସୁସାଇଡ ଭଳି ଚିନ୍ତାଧାରା ମନକୁ ଆସିଥାଏ |ଏମିତି ଗୋଟିଏ ମାମଲା ଫରିଦାବାଦରୁ ମଧ୍ୟ ସାମ୍ନାକୁ ଆସିଛି | ଏଠାରେ ଜଣେ ୧୬ ବର୍ଷୀୟ ପିଲା ନିଜ ସୋସାଇଟିର ଛାତରୁ ଡେଇଁ ଜୀବନ ଦେଇଦେଲା |
ଏହି ପିଲା ନିଜ ମା ନାମରେ ନୋଟ ମଧ୍ୟ ଲେଖିଛି | ଏହି ନୋଟରେ ଏହି ପିଲା ନିଜ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ନିଜର ମୃତ୍ୟୁର କାରଣ ବୋଲି ଦାୟୀ କରିଛି | ବାସ୍ତବରେ ମାମଲା ଗ୍ରେଟର ଫରିଦାବାଦର ଡ଼ିସକଭରୀ ସୋସାଇଟିର ଅଟେ | ଏହି ସୋସାଇଟିରେ ଗୁରୁବାର ଦିନ ରାତିରେ ଜଣେ ଦଶମ ଶ୍ରେଣୀର ଛାତ୍ର ଛାତରୁ ଡେଇଁ ନିଜର ଜୀବନ ଦେଇଦେଲା | ଏହି ଛାତ୍ରଙ୍କ ବୟସ ମାତ୍ର ୧୬ ବର୍ଷ ବୋଲି କୁହାଯାଉଛି | କୁହାଯାଉଛି ଯେ ଏହି ଛାତ୍ର ଡ଼ିସକଭରୀ ସୋସାଇଟିରେ ନିଜ ମାଙ୍କ ସହିତ ରହୁଥିଲା | ଏହି ଛାତ୍ର ଗ୍ରେଟର ଫରିଦାବାଦର ଡିପିଏସ ସ୍କୁଲର ଦଶମ ଶ୍ରେଣୀରେ ପଢୁଥିଲା |
ତାର ମା ମଧ୍ୟ ଏହି ସ୍କୁଲରେ ପିଲାମାନଙ୍କୁ ପଢ଼ାଇଥାନ୍ତି | ଏହି ଛାତ୍ରଙ୍କ ମା ଅଭିଯୋଗ କରିଛନ୍ତି ଯେ ସ୍କୁଲର ପିଲାମାନେ ତାଙ୍କ ପୁଅକୁ ଗେ ଅର୍ଥାତ ସମଲିଙ୍ଗୀ କହି ଡାକୁଥିଲେ | ଯେଉଁ କାରଣରୁ ତାଙ୍କ ପୁଅ ଡିପ୍ରେସନକୁ ଆସି ଯାଇଥିଲା | ଦିଲ୍ଲୀରେ ତାଙ୍କର ଡିପ୍ରେସନ ପାଇଁ ଚିକିତ୍ସା ମଧ୍ୟ କରାଯାଉଥିଲା | ମା କହିଛନ୍ତି ଯେ ସ୍କୁଲର ପିଲାମାନେ ତାଙ୍କ ପୁଅକୁ ସବୁବେଳେ ଗେ କହି ନିର୍ଯ୍ୟାତନା ଦେଉଥିଲେ ଏବଂ ହଇରାଣ କରୁଥିଲେ | ଯେଉଁଥିପାଇଁ ସେ ଅନେକଥର ସ୍କୁଲ ପ୍ରଧାନ ଶିକ୍ଷକଙ୍କ ଠାରେ ଅଭିଯୋଗ କରିଛନ୍ତି, କିନ୍ତୁ ସ୍କୁଲ କୌଣସି ପ୍ରକାରର କିଛି ବି ଆକ୍ସନ ନେଲାନାହିଁ |
କେବଳ ଏତିକି ନୁହେଁ, ଛାତ୍ରର ମା ଏହା ମଧ୍ୟ କହିଛନ୍ତି ଯେ ସ୍କୁଲର ପ୍ରଧାନ ଶିକ୍ଷକଙ୍କର ମଧ୍ୟ ତାଙ୍କ ପୁଅ ପ୍ରତି ମନୋଭାବ ଠିକ ନଥିଲା | ଫେବୃଆରୀ ୨୩ ତାରିଖରେ ଛାତ୍ରର ବିଜ୍ଞାନ ପରୀକ୍ଷା ଥିଲା | ଯେଉଁଥିପାଇଁ କିଛି ପ୍ରଶ୍ନ ପାଇଁ ସେ ନିଜର ହେଡ଼ ମିଷ୍ଟ୍ରେସ ମମତା ଗୁପ୍ତାଙ୍କୁ ସାହାଯ୍ୟ ମାଗିଲେ | କିନ୍ତୁ ମମତା ଗୁପ୍ତା ତାଙ୍କୁ ସାହାଯ୍ୟ କରିବା ବଦଳରେ ତାଙ୍କୁ ପାଟି କଲେ ଏବଂ କହିଲେ ଯେ ସେ ରୋଗର ଫାଇଦା ଉଠାଉଛି |
୧୫ ମହଲା ଉପରୁ ଛାତ୍ର ଜଣକ ଡେଇଁ ଦେଇଦେଲେ ଜୀବନ :-
ଛାତ୍ରଙ୍କ ମା ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ପୁଅକୁ ଏମିତି ଭାବରେ ଗାଳି କରାଯାଇଥିଲା ଯେ ସେ ବହୁତ ଡରିଯାଇଥିଲା, ଏମିତିକି ସେ ସ୍କୁଲ ମଧ୍ୟ ଯିବାକୁ ଚାହୁଁନଥିଲା | କିନ୍ତୁ ମା ବୁଝାଇବା ପରେ ସେ ତାପରଦିନ ସ୍କୁଲ ଗଲା | ଯାହାପରେ ଗୁରୁବାର ଦିନ ରାତିରେ ଛାତ୍ର ସୋସାଇଟିର ୧୫ ମହଲାର ଛାତ ଉପରୁ ପ୍ରାୟ ରାତି ୧୦ ଟା ସମୟରେ ଡେଇଁପଡ଼ି ଜୀବନ ଦେଇଦେଲା |
ପୋଲିସକୁ ମିଳିଲା ଛାତ୍ରର ସୁସାଇଡ ନୋଟ :-
ଏହି ନୋଟରେ ଛାତ୍ର ନିଜ ମା ପାଇଁ ଲେଖିଛନ୍ତି ଯେ ପ୍ରିୟ ମାମା, ତୁମେ ଦୁନିଆର ସବୁଠାରୁ ଭଲ ମାମା | ମୁଁ ଦୁଃଖିତ ଯେ ମୁଁ ବାହାଦୂର ହୋଇପାରିଲି ନାହିଁ | ଏ ସ୍କୁଲ ମତେ ମାରିଦେଲା | ମୁଁ ଏହି ଘୃଣାରେ ଭରି ରହିଥିବା ଦୁନିଆରେ ରହିପାରିବି ନାହିଁ | ମୁଁ ବଞ୍ଚିବାକୁ ବହୁତ ଚେଷ୍ଟା କଲି, କିନ୍ତୁ ଲାଗୁଛି ଯେ ଜୀବନକୁ ଆଉ କିଛି ଦରକାର | ଲୋକମାନେ ମୋ ବିଷୟରେ କଣ କହୁଛନ୍ତି, ଏହାକୁ ବିଶ୍ୱାସ କରିବ ନାହିଁ | ତୁମେ ସବୁଠାରୁ ଭଲ ଅଟ |
ଏହାସହିତ ଛାତ୍ର ଏହା ମଧ୍ୟ ଲେଖିଛନ୍ତି ଯେ ପରିବାରକୁ ମୋର ଶାରୀରିକ ସମସ୍ୟା ଏବଂ ମୋ ସହିତ ଯାହା ହେଲା, ସେ ବିଷୟରେ କହିବ | କିଏ କଣ କହୁଛି, କାହା କଥାକୁ ଶୁଣନାହିଁ | ଯଦି ମୁଁ ମରିଯିବି ତେବେ ଗୋଟିଏ ନୁଆଁ ଚାକିରୀ ଖୋଜିନେବ | ତୁମେ କଳାକାର, ଏହାକୁ ଜାରି ରଖିବ | ତୁମେ ଦେବଦୁତ, ତୁମକୁ ଏହି ଜନ୍ମରେ ପାଇ ମୁଁ ଧନ୍ୟ | ମୁଁ ମଜବୁତ ନୁହେଁ, ମୁଁ ଦୁର୍ବଳ… | ଏହି ନୋଟ ମାଧ୍ୟମରେ ପୋଲିସ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ହେଡ଼ ମିଷ୍ଟ୍ରେସ ମମତା ଗୁପ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାମଲା ରିପୋର୍ଟ କରିଛି |