ଯଦି ଭୁଲ କରିଛୁ ତେବେ ଆମକୁ ଶାସ୍ତି ଦିଅ, ମୋ ରାଜବୀରକୁ ନୁହେଁ

0

Get real time updates directly on you device, subscribe now.

ଇଏ ଏପରି ଜଣେ ମାଆ ଅଟନ୍ତି, ଯାହାଙ୍କ ଆଖିରୁ ଲୁହ ଆଦୌ ଶୁଖୁନାହିଁ। ରୋଗୀଣା ପୁଅକୁ ଧରି ପୁଅ ପାଇଁ ସଞ୍ଜିବନୀ ଖୋଜୁଛି। କାନି ପତାଇ ପୁଅର ଜୀବନ ପାଇଁ ଭିକ୍ଷା କରୁଛନ୍ତି। ଆଉ ଗୁହାରୀ ହୋଇ କହୁଛନ୍ତିକି, ଭୁଲ ଯଦି କରିଛୁ ତେବେ ଆମକୁ ଶାସ୍ତି ଦିଅ। ରାଜବୀରଙ୍କୁ ନୁହେଁ। ରାଜବୀର ହେଉଛନ୍ତି ତମଲିକା ଦାସଙ୍କ ର ପୁଅ। ରାଜବୀର ବିରଳ SMA(Spinal muscular atrophy) ରୋଗରେ ପୀଡ଼ିତ ଅଛନ୍ତି।

ତମଲିକା କହିଛନ୍ତିକି, ଯଦି ଭୁଲ ଆମର, ତେବେ ଆମକୁ ଶାସ୍ତି ଦିଅନ୍ତୁ। କିନ୍ତୁ ରାଜବୀରଙ୍କୁ ନୁହେଁ। ସେ ଓଡ଼ିଶାବାସୀମାନଙ୍କ ସାହାଯ୍ୟକୁ ଅନାଇ ବସିଛି। ସେ ବଞ୍ଚିବାକୁ ଚାହୁଁଛି। ମୁଁ ତାକୁ ବଞ୍ଚାଇବାକୁ ଚାହୁଁଛି। ମୋର ଏଥିରେ କୌଣସି ସ୍ୱାର୍ଥ ନାହିଁ। ମୋ ପୁଅକୁ ମୁଁ ବହୁତ ଭଲ ପାଉଛି। କିନ୍ତୁ କିଛି ଲୋକ ମୋତେ ଡ୍ରାମା କରୁଛି ବୋଲି କହୁଛନ୍ତି। ହଁ ମୁଁ ଡ୍ରାମା କରୁଛି। ମୁଁ ଯାହା ବି କରୁଛି, ମୋ ପୁଅକୁ ବଞ୍ଚାଇବା ପାଇଁ କରୁଛି ବୋଲି ତମଲିକା ନିଜର ମନ୍ତବ୍ୟରେ କହିଛନ୍ତି।

ସେ ଆହୁରି କହିଛନ୍ତିକି, ରାଜବୀରଙ୍କ ପାଇଁ ଆଦାୟ ହୋଇଥିବା ଟଙ୍କାର ସମସ୍ତ ହିସାବ ମୋ’ ପାଖରେ ଅଛି। ଯଦି କେହି ଚାହିଁବେ ଦେଖିବା ପାଇଁ ତେବେ ମୁଁ ତାଙ୍କୁ କାଗଜପତ୍ର ଯୋଗାଇଦେବି। ମୁଁ ପୂରା ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ଦେବା ପାଇଁ ପ୍ରସ୍ତୁତ ଅଛି। ମୁଁ ମଧ୍ୟ ଚାହୁଁଛି ସାରା ଓଡ଼ିଶା ବାସୀ ମୋତେ ହିସାବ ମାଗନ୍ତୁ। ଗୋଟିଏ ଟଙ୍କାର ଖରାପ ବ୍ୟବହାର ଆଦୌ ହୋଇନାହିଁ। ସମସ୍ତ ଟଙ୍କା ରାଜବୀର ପାଇଁ ଖର୍ଚ୍ଚ କରିଛି ବୋଲି ତମଲିକା କାନ୍ଦି କାନ୍ଦି କହିଛନ୍ତି।

ତମଲିକା ଆହୁରି କହିଛନ୍ତିକି, ମୋ ସ୍ୱାମୀ ବହୁଦିନ ହେଲା ଚାକିରି ହରାଇଛନ୍ତି। ମୋ ପୁଅକୁ ଖାଇବା ଦେବା ପାଇଁ ତାଙ୍କ ପାଖରେ ମଧ୍ୟ ଶକ୍ତି ନାହିଁ। ଯେଉଁ ଭିଡିଓ ଦେଖିଛନ୍ତି, ତାକୁ ଏଡାଇ ଦେଇ ମୋ ପୁଅ ପାଇଁ ପ୍ରାର୍ଥୀନା ଓ ସାହାଯ୍ୟ କରନ୍ତୁ। କିଛି କିଛି ଲୋକ ମୋତେ ଗାଳି ଦେଉଛନ୍ତି। ଖରାପ ଖରାପ କମେଣ୍ଟ ମଧ୍ୟ ଦେଉଛନ୍ତି। ମୋ ମୋବାଇଲକୁ ଖରାପ ଫଟୋ ମଧ୍ୟ ପଠାଉଛନ୍ତି। ଏପରି ଅପମାନ ମୋତେ ଭଲ ଲାଗୁନାହିଁ। ବେଳେ ବେଳେ ଲାଗୁଛି ବିଷ ଖାଇ ମରିଯିବି କି? ଦୟାକରି ରାଜବୀର ପାଇଁ ଟିକିଏ ସହାଯ୍ୟ କରନ୍ତୁ। ଯଦି କିଛି ସାହାଯ୍ୟ ଦେବେନି, ତେବେ ଖରାପ କମେଣ୍ଟ ମଧ୍ୟ ଦିଅନ୍ତୁ ନାହିଁ ବୋଲି ତମଲିକା କହିଛନ୍ତି।

କନ୍ଧମାଳ ଜିଲ୍ଲାର ଆମ୍ବପଡ଼ା ଗାଁର କୁଳମଣି ରଣା ଓ ତମଲିକା ଦାସଙ୍କର ପୁଅ ହେଉଛନ୍ତି ରାଜବୀର। ସେ ବିରଳ SMA(Spinal muscular atrophy) ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଆବଶ୍ୟକ। କୁଳମଣି ଓ ତମଲିକାଙ୍କ ନିକଟରେ ଏତେ ଅର୍ଥ ନଥିଲା। ସେମାନେ ପୁଅର ଚିକିତ୍ସା କରିବା ପାଇଁ ରାଜ୍ୟ ସରକାରଙ୍କୁ ଏଥିପାଇଁ ଅନୁରୋଧ କରିଥିଲେ। ମାତ୍ର ସେମାନଙ୍କୁ ନିରାଶ ହେବା ପାଇଁ ପଡ଼ିଥିଲା। ଏହା ପରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ। ଆଉ ତମଲିକାଙ୍କର ଅନୁରୋଧକୁ ରକ୍ଷା କରି ବହୁ ବଦାନ୍ୟ ବ୍ୟକ୍ତିମାନେ ସହାୟତାର ହାତ ବଢ଼ାଇଥିଲେ। ହଠାତ କୁଳମଣିଙ୍କର କିଛି ଅଡିଓ ଓ ଭିଡିଓ ଭାଇରାଲ ହୋଇଯାଇଥିଲା। ଯାହାକୁ ନେଇ କେତେକ ବ୍ୟକ୍ତି ନକାରାତ୍ମ କମେଣ୍ଟ ମଧ୍ୟ ଦେଉଛନ୍ତି।

Leave A Reply

Your email address will not be published.