ବର୍ଡ଼ରରେ ନିୟୋଜିତ ଥିଲା ସ୍ୱାମୀ, ସ୍ତ୍ରୀ ତାର ଦରମାରେ ହୋଟେଲରେ କରୁଥିଲା ରାସଲୀଳା,ଆଉ ତା ପରେ,,,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ସୁପ୍ରିମ କୋର୍ଟରେ ଶୁକ୍ରବାର ଦିନ ଗୋଟିଏ ଅନନ୍ୟ ମାମଲା ସାମ୍ନାକୁ ଆସିଛି | ଏଠାରେ ଜଷ୍ଟିସ ଡି. ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ଜଣେ ମହିଳାଙ୍କର ସେହି ନିବେଦନପତ୍ରକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି, ଯେଉଁଥିରେ ସେ ବଳାତ୍କାରର ଅଭିଯୁକ୍ତ ବ୍ୟକ୍ତିଙ୍କ ଜାମିନକୁ ରଦ୍ଦ କରିବାକୁ ଅନୁରୋଧ କରିଥିଲେ | ଏହା ପୂର୍ବରୁ ରାଜସ୍ଥାନ ହାଇକୋର୍ଟ ଅଭିଯୁକ୍ତଙ୍କୁ ଜାମିନ ଦେଇ ଦେଇଥିଲା | ଏଥିରେ ସୁପ୍ରିମ କୋର୍ଟ କିଛି ବି ହସ୍ତକ୍ଷେପ କଲାନାହିଁ |

ସ୍ୱାମୀ ପଠାଉଥିବା ପଇସାରେ ହୋଟେଲରେ ରଖୁଥିଲା ସମ୍ପର୍କ :-

ବାସ୍ତବରେ ସୁପ୍ରିମ କୋର୍ଟ ଏହି କଥା ଉପରେ ସନ୍ଦେହ କରୁଛି ଯେ ମହିଳା ଯାହାକୁ ବଳାତ୍କାର କହୁଛନ୍ତି, ତାହା ପ୍ରକୃତରେ ପରସ୍ପର ମଧ୍ୟରେ ବୁଝାମଣା ଦ୍ୱାରା ହୋଇଥିବା ସମ୍ପର୍କ ଥିଲା | ମହିଳାଙ୍କ ସ୍ୱାମୀ କେନ୍ଦ୍ରୀୟ ସୁରକ୍ଷା ବଳରେ ଚାକିରି କରନ୍ତି ଏବଂ ଘଟଣା ସମୟରେ ସୀମାରେ ନିୟୋଜିତ ଥିଲେ | ସେହିପରି ସୁପ୍ରିମକୋର୍ଟ ଏହି କଥାରେ ଅସନ୍ତୋଷ ବ୍ୟକ୍ତ କରି ମହିଳାଙ୍କୁ କହିଥିଲେ ଯେ ଆପଣ ଅଭିଯୁକ୍ତ ବ୍ୟକ୍ତିଙ୍କ ସହିତ ନିଜ ଇଚ୍ଛାରେ ହୋଟେଲକୁ ଯାଇଥିଲେ ଏବଂ ITBP ରେ କାମ କରୁଥିବା ନିଜ ସ୍ୱାମୀ ପଠାଇଥିବା ଦରମା ମଧ୍ୟ ଏଥିରେ ଖର୍ଚ୍ଚ କରିଛନ୍ତି |

ସ୍ୱାମୀ ଜାଣିନଥିଲା ସ୍ତ୍ରୀ କଣ କରୁଛି :-

ଜଷ୍ଟିସ ଡି. ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ” ଆପଣ ନିଜ ପିଲାମାନଙ୍କୁ ଘରେ ଛାଡି ଅଭିଯୁକ୍ତଙ୍କ ସହିତ ହୋଟେଲ ଗଲେ | ତା ସହିତ ରହିବାପାଇଁ ଆପଣ ସହରରେ ଗୋଟିଏ ଅଲଗା ରୁମ ମଧ୍ୟ ନେଲେ | ଆପଣ ନିଜ ସ୍ୱାମୀ ପଠାଉଥିବା ପଇସାକୁ ଖର୍ଚ୍ଚ କରିଚାଲିଲେ | ସୀମାରେ ନିୟୋଜିତ ସେହି ବିଚରାକୁ ତ ଏହା ମଧ୍ୟ ଜଣାନଥିଲା ଯେ ତା ସ୍ତ୍ରୀ ଘରେ କଣ କରୁଛି |”

ମହିଳାଙ୍କ ଓକିଲ ଦାବି କରିଛନ୍ତି – ନିଜ ଇଚ୍ଛାରେ ନୁହେଁ, ବଳାତ୍କାର ହୋଇଛି :-

ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ “ଅଭିଯୋଗ ପତ୍ରରୁ ଏମିତି ଲାଗୁଛି ଯେପରି ନିଜ ଇଚ୍ଛାରେ ସମ୍ପର୍କ ରଖାଯାଇଥିଲା | ତେଣୁ ଏହି ବେଞ୍ଚ ଡିସେମ୍ବର ଦୁଇ ତାରିଖ ୨୦୨୧ର ହାଇକୋର୍ଟର ଆଦେଶରେ କୌଣସି ହସ୍ତକ୍ଷେପ କରିବ ନାହିଁ |” ସେହିପରି ମହିଳାଙ୍କ ଓକିଲ ଆଦିତ୍ୟ ଜୈନ କହିଛନ୍ତି ଯେ ଅଭିଯୁକ୍ତ ଦ୍ୱାରା ପୀଡିତାଙ୍କୁ ହଇରାଣ କରାଯାଇଛି | ତାଙ୍କର ବଳାତ୍କାର ମଧ୍ୟ ହୋଇଛି | ସେ ମହିଳାଙ୍କୁ ପଇସା ପାଇଁ ବ୍ଲାକମେଲ ମଧ୍ୟ କରିଛି |

ଓକିଲ ନିଜ କଥାକୁ ପ୍ରମାଣିତ କରିବାପାଇଁ ବ୍ୟାଙ୍କର କିଛି ନେଣଦେଣର ଉଲ୍ଲେଖ କରିଛନ୍ତି | ସେ କହିଛନ୍ତି ଯେ ହାଇକୋର୍ଟ ଅଭିଯୋଗକାରୀଙ୍କ ଦଲିଲ ଉପରେ ଗୁରୁତ୍ୱ ଦେଲାନାହିଁ | ସେ ଅଭିଯୁକ୍ତଙ୍କୁ ଏହି ଆଧାରରେ ଜାମିନ ଦେଇଦେଲା ଯେ ମାମଲାରେ ଅଭିଯୋଗ ପତ୍ର ଦାଖଲ ହୋଇସାରିଛି |

Leave A Reply

Your email address will not be published.