ବଡ ଖବର : ପୁରୁଣା ପେନସନକୁ ନେଇ ସରକାରଙ୍କର ଜରୁରୀ ଅପଡେଟ୍

0

Get real time updates directly on you device, subscribe now.

ଅନେକ ରାଜ୍ୟରେ ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନାର ଲାଭ ପ୍ରଦାନ କରାଯାଉଛି କେନ୍ଦ୍ର ସରକାରଙ୍କ ତରଫରୁ । ଏହାରି ଭିତରେ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି l

ପୁରୁଣା ପେନସନ ଯୋଜନା ପୁନଃ ଆରମ୍ଭ କରିବାକୁ ହିମାଚଳ ପ୍ରଦେଶ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ହିମାଚଳ ପ୍ରଦେଶର କର୍ମଚାରୀମାନେ ଏପ୍ରିଲ ୧ ତାରିଖରୁ ପୁରୁଣା ପେନସନର ସୁବିଧା ପାଇବେ ଯାହା ବନ୍ଦ କରି ଦିଆଯାଇଥିଲା ।

ସେହିପରି କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାରଙ୍କ କର୍ମଚାରୀମାନେ ଦୀର୍ଘ ଦିନ ଧରି ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ କରିବାକୁ ପାଇଁ ଦାବି କରିଆସୁଛନ୍ତି । ଗତ କିଛି ଦିନ ହେବ କେନ୍ଦ୍ରୀୟ କର୍ମଚାରୀମାନେ ମଧ୍ୟ ପୁରୁଣା ପେନସନ୍ ଲାଗୁ କରିବା ପାଇଁ ଦାବି କରୁଛନ୍ତି ।

ଏହି ପ୍ରସଙ୍ଗ ଆଲୋଚନା ସମୟରେ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ଭାଗବତ କରାଦ ରାଜ୍ୟସଭାରେ ଏ ନେଇ ଉତ୍ତର ଦେଇଛନ୍ତି । ସେ ନିଜ ଜବାବରେ ସ୍ପଷ୍ଟ କରିଛନ୍ତି ଯେ, ପୁରୁଣା ପେନସନ ଯୋଜନାକୁ କୌଣସି ପ୍ରକାରେ ପୁନଃ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ବିଚାର କରି ନାହାନ୍ତି ଏ ପର୍ଯ୍ୟନ୍ତ ବୋଲି ସ୍ପଷ୍ଟ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ରାଜ୍ୟ ସରକାର ପୁରୁଣା ପେନସନକୁ ପୁନଃ ଲାଗୁ କରିବାକୁ ଚାହୁଁଛନ୍ତି, ସେମାନେ ନୂଆ ପେନସନ ସିଷ୍ଟମ ଅଧୀନରେ ସଂଗୃହୀତ ହେଉଥିବା ପାଣ୍ଠି ଫେରସ୍ତ ପାଇବେ ନାହିଁ । ଏ ବିଷୟରେ ପିଏଆରଡିଏ ଆକ୍ଟରେ କୌଣସି ପ୍ରାବଧାନ ନାହିଁ । ତେଣୁ ଏହି ସୁବିଧାରୁ ସେମାନେ ବଞ୍ଚିତ ହେବେ l ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ କରାଯାଇଛି ।

ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ନେତୃତ୍ୱରେ ପୁରୁଣା ପେନସନ ଯୋଜନା କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ସେହିପରି ପଞ୍ଜାବ ଓ ଝାରଖଣ୍ଡ ରାଜ୍ୟରେ ମଧ୍ୟ ପୁରୁଣା ପେନସନ ସ୍କିମ୍ ଲାଗୁ କରାଯାଇଛି ।

ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ, ହିମାଚଳ ପ୍ରଦେଶ ଏବଂ ପଞ୍ଜାବ ସରକାରଙ୍କ ଦ୍ୱାରା ପୁରୁଣା ପେନ୍‌ସନ ଯୋଜନାକୁ ପୁନଃ ଲାଗୁ କରିବାର ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରକୁ ସୂଚନା ଦିଆଯାଇଥିଲା । ଏହି ରାଜ୍ୟ ସରକାରମାନେ ଏନପିଏସ୍ ଅଧୀନରେ ସଂଗୃହୀତ ରାଶି ଫେରସ୍ତ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.