ଅଜବ ଚୋ-ର : ସୁଟ ବୁଟ ପିନ୍ଧି କାରରେ ଆସି ଚୋ-ରି କରୁଛି ଛେଳି

0

Get real time updates directly on you device, subscribe now.

ଭଦ୍ରକ ଜିଲ୍ଲା ଟାଉନ ଥା-ନା ଅଧିନ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଛେଳି ଚୋ-ର। ଛେଳି ଚୋ-ରି କରିବା ଲାଗି ଚୋ-ର ପିନ୍ଧିଥିଲା ସୁଟବୁଟ। କିନ୍ତୁ ଠିକ ସମୟରେ ଧରିନେଲେ ଗ୍ରାମବାସୀ। ଚୋ-ରି ଛେଳି ସହ କାର ଜ-ବତ ହୋଇଥିବାବେଳେ ଡ୍ରାଇଭର ଫେ-ରାର ହୋଇଥିବାର ଜଣାପଡିଛି।

ତେବେ ସୂଚନା ଅନୁସାରେ ଭଦ୍ରକ ସହର ଥା-ନା ଅଧୀନସ୍ଥ କଦମବେଡା ସୁଇପର କଲୋନୀରେ ଲୋକମାନେ କିଛି ସ-ନ୍ଦେହ କରି ଏକ୍ କାରକୁ ଅଟକାଇଥିଲେ ଏବଂ କାର୍ର ଡିକୀକୁ ଖୋଲିଦେବାରୁ ସେଥିରେ ପ୍ରାୟ 25 ଟି ଛେଳି ଥିବାର ଦେଖିବାକୁ ମିଳିଥିଲା।

ଡିକି ଖୋଲିବା ମାତ୍ରେ ଛେଳିଗୁଡିକ ପଳାଇଯାଇଥିଲେ ଏବଂ ସ୍ଥାନୀୟ ଲୋକେ 4ଟି ଛେଳି ଏବଂ ଉକ୍ତ କାର କୁ ଥା-ନାରେ ଦେଇଥିଲେ। କିନ୍ତୁ ଡ୍ରାଇଭର କୌଶଳ କ୍ରମେ ସେଠାରୁ ଖସି ପଳାଇଯାଇଥିଲା। ତେବେ ଏହି କଲୋନୀର ତୁଳସୀଦେବୀ ନାମକ ଜଣେ ମହିଳାଙ୍କର କିଛିଦିନ ପୂର୍ବରୁ ଗୃହସମ୍ମୁଖ ରାସ୍ତା କଡରେ 4ଟି ଛେଳି ଚରୁଥିଲେ।

ଆଉ ସେତିକି ବେଳେ କେହି ଜଣେ ବ୍ୟକ୍ତି ସେହି ଛେଳିଗୁଡିକ ଚୋ-ରି କରିନେଇଥିଲେ। ଫଳରେ ସେ ବହୁ ଖୋଜାଖୋଜି ପରେ ମଧ୍ୟ ଛେଳିମାନଙ୍କୁ ପାଇନଥିଲେ। ତେବେ ଛେଳିଗୁଡିକ ଏବେ ଥା-ନାରେ ଥିବାର ଜାଣିପାରି ସେ ତାଙ୍କ ଛେଳିଗୁଡିକୁ ନେବାକୁ ଆସିଥିଲେ ଏବଂ ପୋଲି-ସକୁ ନିବେଦନ କରି ନିଜ ଛେଳି ଗୁଡିକୁ ନେଇଥିଲେ।

Leave A Reply

Your email address will not be published.